-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
22-Jan-2026
ବଲାଙ୍ଗୀର (ପ୍ରେରଣା ଖବର) ଆଜି ଦିନ ୩ଟା ସମୟରେ ବଲାଙ୍ଗୀର ଖୁଜେନପାଲି ଖେଳ ପଡିଆ ଠାରେ ଜନ କଲ୍ୟାଣ ଯୁବକ ସଂଘ ପକ୍ଷରୁ ଚତୁର୍ଥ ମଣୀବରିହା ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି।
ସବୁ ବର୍ଷ ଭଲି ଏ ବର୍ଷ ମଧ୍ୟ କୋଚ୍ ମଣି ବରିହା ଙ୍କ ନାମରେ ଚତୁର୍ଥ ମଣୀବରିହା ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଖୁଜେନପାଲି ଖେଳ ପଡିଆ ଠାରେ ଜନ କଲ୍ୟାଣ ଯୁବକ ସଂଘ, କାଲସାଏ ପାଲି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ମ୍ୟାଚ ମହିପୁର ଓ ଅମାମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟାଏବ ବ୍ରେକର ଜରିଆରେ ୪-୩ ଗୋଳ ରେ ଅମାମୁଣ୍ଡା ଦଳ ବିଜୟୀ ହୋଇଥିଲେ। ଦ୍ବିତୀୟ ପର୍ଯ୍ୟାୟ ରେ କୁସମେଲ ଓ ମହିମୁଣ୍ଡା ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା। ୨-୦ ଗୋଳରେ କୁସମେଲ ବିଜୟୀ ହୋଇଥିଲେ ।ଆଜି ର ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପୂର୍ବତନ ସରପଞ୍ଚ ସତ୍ୟବାନ୍ ସାହୁ, ସଂଗଠକ ବିନୋଦ କାଲସାଏ, ଖେଲ ସଂଗଠକ ସିଦ୍ଧେଶ୍ବର ମିଶ୍ର, ହେମନ୍ତ ବେହେରା,ଖଲିଲ ରହୁ ରେହେମାନ, ସଞ୍ଜୁ ଷାଣ୍ଡ ଉପସ୍ଥିତ ଥିଲେ। ଖେଳ କୁ ପରିଚାଳନା କରୁଥିଲେ ବିକାଶ ସେଠି,ସଞ୍ଜିବ ସାହୁ, ଶୁଶାନ୍ତ ବାଗ। ସହଯୋଗ କରିଥିଲେ ଦେବାଶିଷ କାଲସାଏ, ବୁନୁ ତାଣ୍ଡି,ଚନ୍ଦ୍ର କାଲସାଏ,ଦଇତାରି କାଲସାଏ, ସୁଦାମ କାଲସାଏ, ଦାଶରଥି ବିଶି,ଧରଣୀ କାଲସାଏ,କୁନା କଲସାଏ,କୁନା ବକୁଳ,କାମଦେବ ଷାଣ୍ଡ,ମିଲୁ ବାଗ,ଅଜିତ ଷାଣ୍ଡ, ଗୋପିନାଥ କାଲସାଏ ଓ ଗ୍ରାମବାସୀ ବୃନ୍ଦ ଥିଲେ।