-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
22-Jan-2026
ସମ୍ବଲପୁର(ପ୍ରେରଣା ଖବର): ୨୦୨୫ ବର୍ଷର ସମ୍ମାନଜନକ ଶ୍ରୀ ବୀରେନ୍ଦ୍ର ତିୱାରୀ ସୃଜନାତ୍ମକ ରାଷ୍ଟ୍ରଭାଷା ପୁରସ୍କାର ପାଇବା ପାଇଁ ଲେଖକ ଏବଂ ସ୍ତମ୍ଭକାର ଡ. ସୁଜିତ କୁମାର ପୃଷେଠ ମନୋନୀତ ହେଇଛନ୍ତି । ମଧ୍ୟପ୍ରଦେଶ ରାଷ୍ଟ୍ରଭାଷା ପ୍ରଚାର ସମିତି ଆନୁକୂଲ୍ୟରେ ସ୍ଥାପିତ ଶ୍ରୀ ବୀରେନ୍ଦ୍ର ତିୱାରୀ ସୃଜନାତ୍ମକ ପୁରସ୍କାର ହିନ୍ଦୀ ଭାଷାରେ ଲିଖିତ ସୃଜନାତ୍ମକ ରଚନା ପାଇଁ ପ୍ରତିବର୍ଷ ପ୍ରଦାନ କରାଯାଏ । ଆଇ ଆଇ ଏମ ସମ୍ବଲପୁରର ପ୍ରଫେସର ଡ. ସୁଜିତ କୁମାର ପୃଷେଠ ଓଡ଼ିଆ, ସମ୍ବଲପୁରୀ, ହିନ୍ଦୀ ତଥା ଇଂରାଜୀ ଭାଷାରେ ଜଣେ ଉଚ୍ଚକୋଟୀର ସୃଜନଶୀଳ ଲେଖକ । ଆଗାମୀ ଫେବୃଆରୀ ୭ରେ ଭୋପାଳ ଠାରେ ପ୍ର. ସୁଜିତ କୁମାର ପୃଷେଠ ଏହି ମର୍ଯ୍ୟାଦାଜନକ ପୁରସ୍କାର ସହ ୨୧ହଜାର ଟଙ୍କା, ପ୍ରଶସ୍ତି ପତ୍ର ମଧ୍ୟ ପ୍ରଦେଶ ରା ରାଜ୍ୟପାଳଙ୍କ ହାତରୁ ଗ୍ରହଣ କରିବେ ବୋଲି ମଧ୍ୟପ୍ରଦେଶ ରାଷ୍ଟ୍ର ଭାଷା ପ୍ରଚାର ସମିତି ତରଫରୁ ଅବଗତ କର ଯାଇଛି।