-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
19-Jan-2026
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଗଧାପାଳି ଗ୍ରାମର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷକ ସାଇକେଲ ଦୃଘଟଣାରେ ମୃତ। ସୂଚନା ମୁତାବକ ରଞ୍ଜନ ପଧାନ ବୟସ(୪୦) ନିଜ ପୁଅ ସହିତ ସ୍କୁଲ ଯାଉଥିବା ବେଳେ ଶିଶୁମନ୍ଦିର ଛକ ରେ ସାଇକେଲ ରେ ତାଙ୍କର ଛୁଆର ଗୋଡ଼ ଚକା ରେ ଲାଗି ଯିବାରୁ ଉଭୟ ରୋଡ଼ ଉପରେ ପଡି ଯାଇଥିଲେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା କୁ ପହଂଚାଇ ଥିଲେ ତାଙ୍କର ମୁହଁ ରେ ଆଘାତ ଲାଗିଥିଲା। ତାଙ୍କର ଶିଶୁ ପୁତ୍ର ସାମାନ୍ୟ ଆହତ ହୋଇଥଲେ। ଡାକ୍ତରଖାନା ରେ ଚିକିତ୍ସା ହେଉଥିବା ସମୟରେ ତାଙ୍କର ମୃତ ହୋଇଥିଲା। ମୃତ ଖବର ପାଇବା ମାତ୍ରେ ଶିଶୁମନ୍ଦିର ର ସମସ୍ତ ଗୁରୁଜୀ ଗୁରୁମା ଗ୍ରାମବାସୀ ତଥା ଅଂଚଳ ର ଶତାଧିକ ଲୋକ ଆସି ଥିଲେ ଡାକ୍ତର ଖାନା ପରିସର ଶୋକାକୁଳ ପରିବେଶ ଦେଖିବାକୁ ମିଳି ଥିଲା। ଡାକ୍ତରଖାନା ରେ ଡୁଙ୍ଗୁରିପାଲି ପୋଲିସ ପହଁଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ପୋଷ୍ଟ ବାଟମ ପାଇଁ ବିନିକା ପଠାଇ ଥିଲେ। ତାଙ୍କର ମୃତ୍ୟୁ ଖବର ପାଇଁ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।