-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
16-Jan-2026
ବଲାଙ୍ଗୀର, ବଲାଙ୍ଗୀର ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ମାଲପଡାରେ ପରଲୋକ ହୋଇଥିବା କିଛି ଦିବଙ୍ଗତ ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାରେ ବିଦ୍ୟୁତ ବିଭାଗ ଦ୍ୱାରା ଅଘୋଷିତ ଘନଘନ ବିଦ୍ୟୁତ କାଟ୍ ଯୋଗୁଁ ଜନସାଧାରଣଙ୍କ ଦୈନନ୍ଦୀନ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି । ତେଣୁ ଜନସାଧାରଣଙ୍କ ମନରେ ଆନ୍ଦୋଳନାତ୍ମକ ମନୋଭାବ ସୃଷ୍ଟି ହେଉଛି । ଏଣି ବିଦ୍ୟୁତ ବିଭାଗର ଏହି ଅଘୋଷିତ ବିଦ୍ୟୁତ କାଟ୍କୁ ବନ୍ଦ କରିବା ପାଇଁ ସଭ୍ୟ ମାନେ ମତପ୍ରକାଶ କରିଥିଲେ । ଅନ୍ୟ ଏକ ଆଲୋଚନାକ୍ରମେ ସହରରେ ଦିନକୁ ଦିନ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଥିବା ଯୋଗୁଁ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଛି । ଏହି ବ୍ୟତିତ ଗାଈଗୋରୁ ମାନଙ୍କ ରାସ୍ତା ମଝିରେ ରହି ଯାତାୟତରେ ତଥା ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଛୋଟମୋ ଦୁର୍ଘଟଣା ଘଟୁଥିବା ଦେଖାଯାଉଛି । ଏହି ସମସ୍ୟାର ସମାଧାନ ପାଇଁ ଏମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ସଭ୍ୟ ମାନେ ଦାବି କରିଥିଲେ । ପ୍ରଶାସନର ଦୃଷ୍ଟିଆକର୍ଷଣ ସ ତ୍ତ୍ୱେ ସହରରେ ଦିନକୁ ଦିନ ପୋଲିଥିନର ବ୍ୟବହାର ବୃଦ୍ଧି ପାଉଥିବାରୁ ପରିବେଶ ଦୂଷିତ ହେଉଛି । ତେଣୁ ପୋଲିଥିନ ବ୍ୟବହାରକୁ ନିସିଦ୍ଧ କରିବା ପାଇଁ ପୌରପାଳିକା ବିହିତ ପଦକ୍ଷେପ ନେବାକୁ ମତପ୍ରକାଶ ପାଇଥିଲା । ଏହି ସଭାରେ ସଂଘର ଉପସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, କୋଷାଧ୍ୟକ୍ଷ ଦିବାକର ହୋତା, ସହସଂପାଦକ ଅଶୋକ କୁମାର ଚାନ୍ଦ, ସଭ୍ୟ ପ୍ରଦୀପ ନେପାକ, ନିମାଇଁ ଚରଣ ଦାଶ, ଅମୀୟ ମିଶ୍ର, ବିଭୂତି ଭୂଷଣ ତ୍ରିପାଠୀ, ବିମଳ କୁମାର ଚକ୍ରବର୍ତ୍ତୀ ଓ ସୁଭାଷ ଚନ୍ଦ୍ର ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।