-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
16-Jan-2026
(ସୁଦାମ ଦୀପ)
ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁମ୍ଭାରୀ ର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିଜେପୁର ବିଧାୟକ ସନତ କୁମାର ଗଡତିଆ ଯୋଗଦାନ କରି ନିଜର ଅଭିଭାଷଣ ରଖିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ପଦ୍ମଶ୍ରୀ ଭାଗବତ ପଧାନ ଯୋଗଦାନ କରିଥିବାବେଳେ ବରଗଡ ଲୋକସଭା ସାଂସଦ ପ୍ରତିନିଧି ସୁରେଶ୍ୱର ଶତପଥି ଯୋଗଦାନ କରି ସରକାର ଙ୍କ ଯୋଜନା ଉପରେ ଆଲୋଚନା କରିଥିଲେ l ଜ଼ିଲ୍ଲା ମୁଖ୍ୟ ଜନସ୍ୟାସ୍ଥ୍ୟ ଅଧିକାରୀ ବରଗଡ଼ କୁବେର ଚନ୍ଦ୍ର ମହନ୍ତ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଆଗାମୀ ଦିନରେ ସ୍ୱାସ୍ଥ୍ୟ ସେବା କିପରି ଭାବରେ ଉନ୍ନତ ଧରଣର ହେଇପାରିବି ସେହି ବିଷୟରେ ଆଲୋକପାତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରୁକ୍ମଣ ମେହେର ବରପାଲି ତହସିଲଦାର, ଶ୍ରୀକାନ୍ତ ତ୍ରିପାଠୀ, ବ୍ଲକ ପ୍ରାଥମିକ ସ୍ୱାସ୍ଥ୍ୟ ଅଧିକାରୀ ଯୋଗଦାନ କରି ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଉପରେ ଆଲୋଚନା କରିଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ସୁଦାମ ପାଣିଗ୍ରାହୀ, PHEO ପରିଚାଳନା କରିଥିଲେ l ଏହି ଅଵସରରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ର ଡ଼ ସୁସ୍ମିତା ପଣ୍ଡା, ମେଡିକାଲ ଅଫିସର ଆୟୁଷ, ରେଣୁକା ଭୋଇ, ଫାର୍ମାସିଷ୍ଟ ଅଫିସର, ଚାନ୍ଦିନୀ ପଧାନ, ନର୍ସିଙ୍ଗ ଅଫିସର, ଯୋଗଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ ସାହୁ,ସତଲମା ମଣ୍ଡଳ ସଭାପତି, ରମେଶ ମାଝୀ, ଧୀରୋଜ ପଧାନ, ପ୍ରତାପ ସିଂ, ମଧୁ ଭୋଇ, ବିଜୟ ବାଗ, ବିଜୟ ପାତ୍ର, ଗୁଣନିଧି ପଧାନ ଏବଂ ଭାଗବତ ପୂଝାରୀ ପ୍ରମୁଖ ଉପସ୍ଥିତ ଥିଲେ l