-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
16-Jan-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଯଉଁରାଭଉଁରା ପଞ୍ଚାୟତ ଅନ୍ତର୍ଗତ ପୂର୍ଣ୍ଣସେତୁ ଚଢ଼େଇଗୁଡ଼ି ଠାରେ ଶ୍ରୀ ଅରବିନ୍ଦଙ୍କ ଶ୍ରୀତକୁ ସ୍ମାରକୀ ତଥା (ରିଲିକ୍ସ) ପ୍ରତିଷ୍ଠା ୧୬ ତମ ବାର୍ଷିକ ଉତ୍ସବ ବୁଧବାର ଦିନ ପାଳିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ ୨୦୧୦ ମସିହା ଜାନୁୟାରୀ ୧୪ ତାରିଖ ଦିନ ମହାପୁରୁଷ ଯୋଗୀ ଶ୍ରୀ ଅରବିନ୍ଦ ଙ୍କ ଦେହାବଶେଷ ତଥା ରିଲିକ୍ସ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଶ୍ରୀ ଅରବିନ୍ଦ ସ୍କୁଲ ସ୍ଥିତ ମୀରା ଭବନ ଠାରେ ଏବଂ ଉଲୁଣ୍ଡା ବ୍ଲକ ସ୍ବର୍ଣ୍ଣସେତୁ ଚଢ଼େଇ ଗୁଡ଼ି ଠାରେ ଅବସ୍ଥାପିତ ହୋଇଥିଲା । ଏହି ଅବସରରେ ଆୟୋଜିତ ଆଧ୍ୟାତ୍ମିକ ଆଲୋଚନା ସଭାରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ମୁଖ୍ୟ ଅତିଥି, ବରଗଡ଼ ମହିଳା କଲେଜ ଅଧ୍ୟାପକ ରାଧାକାର ମିଶ୍ର ମୁଖ୍ୟବକ୍ତା ଓ ସମ୍ବଲପୁର ବିଶ୍ଵବିଦ୍ୟାଳୟର ପ୍ରଧ୍ୟାପକ ଡା. ଅରୁଣ ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇଥିଲେ। ସଭାରେ ମନୋଜ କର୍ମୀ ସ୍ବାଗତ ଭାଷଣ ଦେଇଥିବା ଦେଲେ ତ୍ରିଦିବ ବଘାର ବିବରଣୀ ପାଠ କରିଥିଲେ । ମ୍ୟାନେଜିଂ ଟ୍ରଷ୍ଟି ମଦନ ମୋହନ ଦାନୀ ସଭା ପରିଚାଳନା କରିଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ତଥା ଜନସାଧାରଣ ଉପସ୍ଥିତ ଥିଲେ । ଶ୍ରୀ ଅରବିନ୍ଦ ପାଠଚକ୍ର ଜିଲ୍ଲା ଆବାହକ ସୁଧାଂଶୁ ଶେଖର ଲୁହା ଧନ୍ୟବାଦ ଦେଇଥିଲା ବେଳେ ସଭା ଶେଷରେ ହଜାର ହଜାର ଜନସାଧାରଣ ତଥା ଛାତ୍ରଛାତ୍ରୀ ପ୍ରସାଦ ସେବନ କରିଥିଲେ ।