-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
16-Jan-2026
କଣ୍ଟାବାଞ୍ଜି(ପ୍ରେରଣା ଖବର): ତୁରେକେଲା ବ୍ଳକ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ପାର୍ଥବ ମହାନନ୍ଦଙ୍କ ତତ୍ତ୍ୱାବଧାନରେ ପରିଚାଳନା କମିଟିର ସଭାପତି ସୁଶାନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ଳକ ଶିକ୍ଷା ଅଧିକାରୀ ଗୌତମ ପଟେଲ ମୁଖ୍ୟ ଅତିଥି,ଶିଶୁ ସାହିତ୍ୟିକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ବକ୍ତା, ସ୍ୱତନ୍ତ୍ର ଅତିଥି ଉଦ୍ୟତ ରାଉତ ଡବ୍ଲ୍ୟଇଓ,ସମ୍ମାନିତ ଅତିଥି ଭାବରେ ଫକୀର ଚରଣ ବିଶି,ଏବିଇଓ,ଡୋଳାମଣି ନାଗ,ସିଆରସିସି ଗଜିନ୍ଦ୍ର ହରିଜନ ଯୋଗ ଦେଇଥିଲେ।ବିଘ୍ନ ନାଶକ ଗଣେଶଙ୍କ ଫଟୋଚିତ୍ରରେ ଧୂପଦୀପ ପ୍ରଦାନ ପରେ ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାଇଥିଲେ।ଛାତ୍ରଛାତ୍ରୀ ମାନେ ସମୟାନୁବର୍ତ୍ତିତା,କଠିନ
ପରିଶ୍ରମ ଓ ଆଜ୍ଞାଧିନ ହେଲେ ସଫଳତାର ସ୍ୱାଦ ଚାଖି ପାରିବେ ବୋଲି ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ।ଶିଶୁ ସାହିତ୍ୟିକ ଶ୍ରୀ ଦାଶ ଅଭ୍ୟାସର ବଳେ ଚାଲଇ ଶିଶୁ ଗଳ୍ପ କଥନ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ।ପୂର୍ବରୁ କରାଯାଇଥିବା ଖେଳର କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ ଗୋପାଳ ଧରୁଆ, ସୁକାନ୍ତି ମାଝୀ, ସମିର ପଣ୍ଡା, ସବିତା ନାଗ,ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା, ଅଭିଭାବକ ସହଯୋଗ କରିଥିଲେ।