-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
16-Jan-2026
ପୁଇଁତଲା, (ପ୍ରେରଣା ଖବର) ପୁଇଁତଳା ବ୍ଲକ ଅନ୍ତର୍ଗତ ଆଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଆଟଗାଁ ଠାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରୋହିତାସ୍ଵ ଯୋଶୀ ଙ୍କ ସଭାପତିତ୍ୱ ରେ ବିଦ୍ୟାଳୟ ରେ ବ୍ଲକ ରାଜ୍ୟମୁକ୍ତ ବିଦ୍ୟାଳୟ ସଂସ୍ଥା ଏସଆଇଓଏସ ଓ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ସଂସ୍ଥା ଏନଆଇଓଏସ ର ଏକ ବିଶାଳ ଶିବିର ଅନୁଷ୍ଠିତ ହେଇଥିଲା | ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ପୁଇଁତଳା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପଧାନ ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶ୍ରୀ ରୀନା କୁମାରୀ ବେହେରା ,ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ରତନାମୟୀ ପୁରୋହିତ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ପ୍ରଧାନ ,ଆଟଗାଁ ସରପଂଚ ଶ୍ରୀମତୀ ଶାଳିନୀ ସେଠ ,ଏସଏମସି ଅଧ୍ୟକ୍ଷ ଶ୍ରୀମତୀ ବୀଣାପାଣି ଭୋଇ ଯୋଗ ଦେଇଥିଲେ l ପୁଇଁତଳା ବ୍ଲକ ର ସମସ୍ତ କ୍ଲଷ୍ଟର ର ସିଆରସିସି ,ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ | ଏହି ମେଗା କ୍ୟାମ୍ପ ରେ ଏସଆଇଓଏସ ର ୧୮ ଜଣ ଛାତ୍ର ଛାତ୍ରୀ ଙ୍କ ପଞ୍ଜିକରଣ ହୋଇଥିବା ବେଳେ ଏନଆଇଓଏସ ରେ ୧୯ ଜଣ ଛାତ୍ର ଛାତ୍ରୀ ଙ୍କ ପଞ୍ଜିକରଣ ହେଇଥିଲା | ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରିଙ୍କ ମିଳିତ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା l