-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||     

HOME   ଜିଲ୍ଲା

ଫଳକ ଭାଙ୍ଗିଥିବା ସରପଞ୍ଚ ଗଜପତି ସାହୁ ଗିରଫ,ପ୍ରତିବାଦରେ ଥାନା ଘେରିଲେ ଜନପ୍ରତିନିଧି

13-Jan-2026



ବଲାଙ୍ଗିର/ସଇଁତଳା: ବଲାଙ୍ଗୀର ଜିଲ୍ଲାରେ ରାଜନୈତିକ ଅସହିଷ୍ଣୁତା ଦେଖାଦେଉଛି । ଅତିଥିକରି ଡାକୁଛନ୍ତି କିନ୍ତୁ ଫଳକରେ ନାମ ଦେଉନାହାଁନ୍ତି । ଦଳଦେଖି ଫଳକରେ ନାମ ଲେଖାଯାଉଛି । ସୋମବାର ଦିନ ସଇଁତଳାରେ ଏଭଳି ଏକ ଅପ୍ରିତିକର ପରିସ୍ଥିତି ଉପୁଜିଥିଲା ଓ ଉତ୍ୟକ୍ତ ଲୋକେ ଉଦଘାଟନୀ ଫଳକକୁ ଭାଙ୍ଗିଦେଲେ । ଫଳକ ଭାଙ୍ଗିଥିବା ସରପଞ୍ଚକୁ ପୋଲିସ ଗିରଫକରି କୋର୍ଟ ଚାଲାଣ କରିଦେଲା । ପ୍ରତିବାଦରେ ଆଜି ଜନପ୍ରତିନିଧିମାନେ ଥାନାଘେରି ଆନ୍ଦୋଳନ କରିଥିଲେ । ନବୀନ ସରକାର ଅମଳରେ ଟୁକୁନି ସାହୁ ପରିବହନ ବିଭାଗରମନ୍ତ୍ରୀ ଥିବା ବେଳେ ୫କୋଟି ଟଙ୍କା ମଞ୍ଜୁର କରାଇ ସଇଁତଳାର ଏହି ବସଷ୍ଟାଣ୍ଡ ନିର୍ମାଣ କରାଇଥିଲେ । କିନ୍ତୁ ଏବେ ବିଜେପିସରକାର ରଙ୍ଗମାରିଦେଇ ବାହାବା ନେଉଛି ବୋଲି ବିଜେଡିନେତାମାନେ ଅଭିଯୋଗ କରିଛନ୍ତି । 
       ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଭାସୀ ମାଧ୍ୟମରେ ଜିଲ୍ଲାର କେତେକ ଉନ୍ନୟନ ପ୍ରକଲ୍ପ ସହିତ ସଇଁତଳାର ନବନିର୍ମିତ ବସଷ୍ଟାଣ୍ଡକୁ ଉଦଘାଟନ କରିଥିଲେ । ଓଏସଆରଟିସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସଇଁତଳା ବିଡିଓ,ତହସିଲଦାରଙ୍କ ସମେତ ସଇଁତଳା ବ୍ଲକ ଅଧ୍ୟକ୍ଷା ମୋନିକା ସିଂଭୋଇ,ଉପାଧ୍ୟକ୍ଷ ଗୁଣସାଗର ମାଝୀ,ଜିଲ୍ଲାପରିଷଦ ସଭ୍ୟପ୍ରମୋଦ ଭୋଇ,ହିମାଞ୍ଚଳ ବୁଡେକ,ରୀତାରାଣୀ ହାତୀ, ସରପଞ୍ଚ ସୁବ୍ରତ ନାଗଙ୍କୁ ଅତିଥିଭାବରେ ଡକାଯାଇଥିଲା । ସଠିକ ସମୟରେ ଏହାର ଉଦଘାଟନ ମଧ୍ୟ ହେଲା । କିନ୍ତୁ ଉଦଘାଟନୀ ଫଳକରେ କେବଳ ବିଜେପିନେତାଙ୍କ ନାମ ଥିବା ବେଳେ ବ୍ଲକଅଧ୍ୟକ୍ଷା ମୋନିକା ସିଂଭୋଇଙ୍କ ନାମ ନଥିଲା । ଉଦଘାଟନୀ ଫଳକରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ,ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ,ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ,ସାଂସଦ ସଂଗୀତାକୁମାରୀ ସିଂଦେଓ,ପରିବହନମନ୍ତ୍ରୀ ବିଭୁତିଭୁଷଣ ଜେନା ଓ ଟିଟିଲାଗଡ ବିଧାୟକ ନବୀନ ଜୈନଙ୍କ ନାମ ଲେଖାଯାଇଥିଲା । ଫଳରେ ବ୍ଲକଅଧ୍ୟକ୍ଷାଙ୍କ ସମର୍ଥକମାନେ ଅସନ୍ତୋଷ ବ୍ୟକ୍ତ କରି ହୋହଲ୍ଲା କରିଥିଲେ । ବାଦବିବାଦ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା । ଡୁଙ୍ଗୁରୀପାଲି ସରପଞ୍ଚ ଗଜପତି ସାହୁ ଉତ୍ତେଜିତ ହୋଇଥିଲେ ଓ ବିଜେଡିଶାସନ ସମୟର ପ୍ରକଲ୍ପରେ ବିଜେପି ସରକାର କେବଳ ରଙ୍ଗମାରିଦେଇ ନିଜନେତାଙ୍କ ନାମ ଦେଇଛନ୍ତି କହି ଫଳକକୁ ଭାଙ୍ଗିଦେଇଥିଲେ । କିଛି ସମୟ ଉଦଘାଟନୀସ୍ଥଳରେ ହୋହଲ୍ଲା ହୋଇଥିଲା । ପରେ ସଇଁତଳା ପୋଲିସ ଆସି ସରପଞ୍ଚ ଗଜପତି ସାହୁଙ୍କୁ ଗିରଫ କରି ସଇଁତଳା କୋର୍ଟକୁ ଚାଲାଣ କରିଥିଲା । ଏନେଇ ସଇଁତଳା ଥାନାରେ ମାମଲା ନମ୍ବର ୧୦/୨୬ ରୁଜୁ କରାଯାଇଛି । ଏହାର ପ୍ରତିବାଦରେ ଆଜି ସରପଞ୍ଚ ଓ ସମିତିସଭ୍ୟମାନଙ୍କ ମିିଳିତ ଆନୁକୂଲ୍ୟରେ ଥାନାକୁ ଘେରାଉ କରାଯାଇଥିଲା । ଘଟଣାସ୍ଥଳକୁ ଟିଟିଲାଗଡ ଏସଡିପିଓ ଯଶୋବନ୍ତ ପଧାନୀ ଓ ଆଇଆଇସି ଖଗପତି ବିଶ୍ୱାଳ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ । ଥାନା ସମ୍ମୁଖରେ କିଛିସମୟ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟ ଉଚ୍ଚବାଚ ମଧ୍ୟ ହୋଇଥିଲା । ଏସଡିପିଓ ଶ୍ରୀ ପ୍ରଧାନୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା  । କୋର୍ଟରେ ଗଜପତି ସାହୁଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଟିଟିଲାଗଡ଼ ଜେଲକୁ ପଠାଇ ଦିଆଯାଇଛି l ପ୍ରକାଶ

ଯେ,୨୦୨୫ ମସିହାରେ ବଲାଙ୍ଗୀର ଜିଲ୍ଲା କୃଷିଭବନ ଉଦଘାଟନ ସମୟରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଓ ସାଂସଦ ସଂଗୀତାଙ୍କ ନାମ ଉଦଘାଟନୀ ଫଳକରେ ଥିବା ବେଳେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ କିମ୍ବା ଜିଲ୍ଲାପରିଷଦର ଅଧ୍ୟକ୍ଷା ଦେବକୀ ସାହୁଙ୍କ ନାମ ନଥିଲା । ତେଣୁ ବିଜେଡିଦଳ ପକ୍ଷରୁ ଜିଲ୍ଲା କୃଷିକାର୍ଯ୍ୟାଳୟ ଘେରାଉ କରାଯାଇ ଉକ୍ତ ଉଦଘାଟନୀ ଫଳକରେ କଳାବୋଳି ଦିଆଯାଇଥିଲା । ସରକାରୀ କାର୍ଯ୍ୟକ୍ରମରେ ଏଭଳି ପାତରଅନ୍ତର କରାଯାଉଥିବାରୁ ଜିଲ୍ଲାପ୍ରଶାସନର ଭୂମୀକାକୁ ନେଇ ଜନଅସନ୍ତୋଷ ବଢୁଛି । ପ୍ରଶାସନିକ ଅଧିକାରୀମାନେ ରାଜନୈତିକ ଚାପରେ ଏଭଳି ହୀନମନ୍ୟତା ଦେଖାଉଥିବା ଅଭିଯୋଗ ଉଠୁଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026

You Might Also Like