-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
05-Jan-2026
ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କର୍ଲାଯୋରୀର ଛାତ୍ରୀ ସୁଶ୍ରୀ ସଂଶ୍ରିତା ଖମାରୀ ଚଳିତ ବର୍ଷ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଭଟଲି ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ତାଙ୍କର ଏହି ସଫଳତା ପାଇଁ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ,ଏଡିଇଓ ସରୋଜ ଭୁଏ,ଏଡିଇଓ ବିନୟ କୁମାର ସୋଏ,ଭଟଲି ବିଇଓ ଅମୃତା ସାହୁ ଶୁଭେଚ୍ଛା ଜଣାଇଛନ୍ତି।ଏହି ଅବସରରେ କୃତୀ ଛାତ୍ରୀଙ୍କୁ ଶିଶୁ ବିଦ୍ୟା ମନ୍ଦିର କର୍ଲାଯୋରୀ ପକ୍ଷରୁ ପ୍ରଧାନ ଆଚାର୍ଯ୍ୟ ଅଜିତ ଖମାରୀ,ଗୁରୁଜୀ ନୈମିଶ କୁମାର ଭୋଇ,ଗୁରୁମା ଐର୍ଶ୍ଵୟା ଭୋଇ, ସୁଦୀପ୍ତା ବେହେରା,ପୂଜା ନାଏକ,ଗୁରୁମା ସୁଜାତା ସାହୁ , ଗୋପଲକ୍ଷ୍ମୀ ଥପା, କମଳିନୀ ପୋଢ଼,ଅନୁସୂୟା ପଧାନ,ମାନସୀ ମୁଦୁଲି, କଳ୍ପନା ପଧାନ,ଲିପସା ପଧାନ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜିତେନ୍ଦ୍ରିୟ ଭୋଇଙ୍କ ସମେତ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ କୃତୀ ଛାତ୍ରୀ ସଂଶ୍ରିତାଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ।ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉତ୍ତରୋତ୍ତର ମଙ୍ଗଳ କାମନା କରିଛନ୍ତି।ପ୍ରକାଶ ଥାଉ କି ସଂଶ୍ରିତା ଖମାରୀଙ୍କ ମାତା ସୁଚିସ୍ମିତା ପଧାନ କେଶାଇପାଲି ହାଇସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ଓ ପିତା ସଞ୍ଜୟ ଖମାରୀ ଜନତା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି।