-+91-9937148622 |
prerana_bgr@rediffmail.com |
Sunday 13th September 2026 |
R.N.I. Regd No. ODIODI/2010/46693
Breaking News
04-Jan-2026
(ପ୍ରିୟଦର୍ଶିନୀ ପାତ୍ର)
କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଆଉଁଳୀ ରେ କ୍ଷତ୍ରିୟ ଧାକଡ ସମାଜ ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଉପସଭାପତି ସୁରେନ୍ଦ୍ର ନାୟକ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଚକ୍ରଧର ସିଂହ, ମୁଖ୍ୟ ବକ୍ତା ଭାବେ ସାଧାରଣ ସମ୍ପାଦକ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, ବିଶିଷ୍ଟ ଅତିଥି ଭାବେ କାର୍ଯକାରୀ ସଭାପତି ଧନେଶ୍ଵର ସିଂ, ଉପସଭାପତି ପଦ୍ମନ ନାୟକ, ଲକ୍ଷ୍ମୀ ନାରାୟଣ ପାଣ୍ଡେ, ମନମୋହନ ସିଂ ଓ ମାର୍ଗଦର୍ଶକ ଦେବ ଚନ୍ଦ୍ର ଧାକଡ ମଞ୍ଚାସିନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଲକ୍ଷ୍ମଣ ନାୟକ, ମହେଶ୍ୱର ନାୟକ, ଭିକାରୀ ଚରଣ ନାୟକ, ବିପିନ୍ ଭୁକ୍ତା, ବଳିରାମ ସିଂ, ସୁମିତ ସିଂ ଠାକୁର, ଜଳନ୍ଧର ସିଂ, କୈଳାସ ପାତ୍ର, ଲକ୍ଷ୍ମଣ ସିଂ, ଦଶମୁ ପାତ୍ର,ପଦଲାମ ପାତ୍ର , କୃଷ୍ଣ ସିଂ , ଭୁବନ ଧାକଡ, ବୀଣା ପାତ୍ର, ଲମୁଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। କାଶୀରାମ୍ ନାୟକ ଙ୍କୁ କୋଷାଗୁମୁଡା ବ୍ଲକ ସଭାପତି ଭାବେ ମନୋନୀତ କରା ଯାଉଥିଲା। ସମାଜର ଉନ୍ନତି ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା।