-+91-9937148622 |
prerana_bgr@rediffmail.com |
Tuesday 28th July 2026 |
R.N.I. Regd No. ODIODI/2010/46693
Breaking News
28-Dec-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ଅନ୍ତର୍ଗତ ସିନ୍ଦୂରପୁର ପଞ୍ଚାୟତ ଅଧିନସ୍ତ ଗଣେଶପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ଶିକ୍ଷାବିତ ଦ୍ବାରିକାନାଥ ପଣ୍ଡାଙ୍କ ୯୨ବର୍ଷ ବୟସରେ ଆଜି ପରଲୋକ ଘଟିଛି । ସେ ଜଣେ ପ୍ରବୀଣ ଶିକ୍ଷକ ଭାବେ ବେଶ ଜଣାଶୁଣା ଥିଲେ। ବିଭିନ୍ନ ସ୍କୁଲରେ ଶିକ୍ଷକତା କରିବା ସହିତ ସିନ୍ଦୂରପୁର ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ନିର୍ବାହ କରି ଅବସର ନେଇଥିଲେ ।ତାଙ୍କର ଉଚ୍ଚ କୋଟିର ଶିକ୍ଷାଦାନ ପାଇଁ ଛାତ୍ରଛାତ୍ରୀ ମାନେ ଏବେ ବି ମନେ ପକାଉଛନ୍ତି ।ଏପରିକି ଅନେକ ଯୁବକ ନିଜର କ୍ୟାରିଅର ଗଠନ କରିବାରେ ସଫଳ ହୋଇଛନ୍ତି।ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି । ଆଜି ତାଙ୍କ ବାସଭବନକୁ ଅନେକ ବ୍ୟକ୍ତି ବିଶେଷ ଆସି ସ୍ବର୍ଗତ ଦ୍ବାରିକାନାଥଙ୍କ ଶେଷ ଦର୍ଶନ କରିଥିଲେ।ମୃତ୍ୟୁ ସମୟରେ ତାଙ୍କର ପରିବାର ଉପସ୍ଥିତ ଥିଲେ। ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ବିନିକା ନିକଟ ମୁକ୍ତିତୀର୍ଥ ପାପକ୍ଷୟ ଘାଟକୁ ନିଆଯାଇଥିଲା ସେଠାରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା ।ବଡ ପୁଅ ସନ୍ତୋଷ କୁମାର ପଣ୍ଡା ମୁଖାଗ୍ନି ପ୍ରଦାନ କରିଥିଲେ।