-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
11-Oct-2020
Bhubaneswar, 11/10- ଓଡ଼ିଶା ବିଧାନସଭାରେ ଗୃହୀତ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦ ଉଚ୍ଛେଦ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି। ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ଏହି ବିଲ୍କୁ ଉଚ୍ଛେଦ ଲାଗି ପଦକ୍ଷେପ ନେବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର। ରାଜ୍ୟ ସରକାରଙ୍କ ଏହି ବିଲ୍ କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତିର ବିରୁଦ୍ଧାଚରଣ କରୁଥିବା ଧର୍ମେନ୍ଦ୍ର ଦର୍ଶାଇଛନ୍ତି। ଭାରତୀୟ ସମ୍ବିଧାନରେ ଶିକ୍ଷା ଯୁଗ୍ମ ତାଲିକାରେ ଥିବାରୁ ଉଚ୍ଚଶିକ୍ଷା ଓ ଗବେଷଣା ସମ୍ବନ୍ଧୀୟ ଆଇନ ପ୍ରଣୟନ କରିବାର ପୂରା ଅଧିକାର କେନ୍ଦ୍ର ସରକାରଙ୍କର ରହିଛି!
ଏହାଛଡ଼ା ଅଧ୍ୟାପକ ନିଯୁକ୍ତି ଦାୟିତ୍ୱ ଓପିଏସ୍ପି ନେଲେ ବିଶ୍ୱବିଦ୍ୟାଳୟର ଅଟୋନୋମି ଶେଷ ହୋଇଯିବ ବୋଲି ଧର୍ମେନ୍ଦ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ରାଜ୍ୟ ସରକାର ଓପିଏସ୍ପି ହାତରେ ଏ କ୍ଷମତା ନ୍ୟସ୍ତ କରି ପରୋକ୍ଷରେ କୁଳପତି ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବାକୁ ଯୋଜନା କରୁଥିବା ଧର୍ମେନ୍ଦ୍ର କହିଛନ୍ତି। ରାଜ୍ୟର ଶୈକ୍ଷିକ ସମାଜ ଏହି ନିୟମକୁ ଦୃଢ଼ ବିରୋଧ କରୁଛନ୍ତି। ତା ଛଡ଼ା ବିଲ୍ ବିରୋଧରେ ଜନମତ ଥିବା ଏକ ସର୍ଭେରୁ ଜଣାପଡ଼ିଛି ବୋଲି ସେ କହିଛନ୍ତି। ଏଣୁ ଶିକ୍ଷାମନ୍ତ୍ରୀ ଏହାର ଉଚ୍ଛେଦ ପାଇଁ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି!