-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
25-Dec-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ଅଧିନସ୍ତ ମହାଦା ସେବା ସମବାୟ ସମିତିରେ ଆଜି ଠାରୁ ଧାନ କିଣା ଶୁଭାରମ୍ଭ ହୋଇଛି ।ବିନିକା ବିଡ଼ିଓ ଶରତ କୁମାର ବାଘ ଓ କୁହିବାହାଲ ସରପଞ୍ଚ ସୁଦାମ ପ୍ରଧାନ ଅତିଥି ଭାବରେ ଉପସ୍ଥିତ ରହି ମଣ୍ଡିକୁ ଉଦ୍ଘାଟନ କରିଥିଲେ।ପ୍ରଥମ ଦିନରେ ଚାଷୀ ଅଜିତ ପଧାନଙ୍କ ୩୮କୁଇଣ୍ଟାଲ,ତପିସା ପଧାନଙ୍କ ୪୭କୁଇଣ୍ଟାଲ,ବିଶେଶ୍ୱର ଗୁରୁଙ୍କ ୧୭କୁଇଣ୍ଟାଲ,ସୁରେଶ ଷାଣ୍ଢଙ୍କ ୧୭କୁଇଣ୍ଟାଲ୍,ସେବକି ଭୋଇଙ୍କ ୭୫କୁଇଣ୍ଟାଲ, ଘୁସା ପଧାନଙ୍କ ୩୨କୁଇଣ୍ଟାଲ,କବିରାଜ ମହାକୁରଙ୍କ ୨୬କୁଇଣ୍ଟାଲ ଏହିପରି ସର୍ବମୋଟ ୨୫୨କୁଇଣ୍ଟାଲ ଧାନ କ୍ରୟ କରାଯାଇଛି ।କ୍ରୟ ହୋଇଥିବା ୭ଜଣ ଚାଷୀଙ୍କ ୨୫୨କୁଇଣ୍ଟାଲ ଧାନ କଲ୍ୟନିକା ରାଇସ ମିଲ ଓଖୁର୍ଡିଆବାହଲ ରାଇସ ମିଲକୁ ପଠା ହୋଇଥିବା ଜଣାପଡିଛି । ମଣ୍ଡି ଶୁଭାରମ୍ଭ ଅବସରରେ ସମବାୟ କର୍ତୁପକ୍ଷ ଓ ଅଞ୍ଚଳର ବହୁ ଚାଷୀ ଉପସ୍ଥିତ ଥିଲେ