-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   (10-Sep-2026)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||     

HOME   ଜିଲ୍ଲା

ଅଦିତି କଲେଜ ର ବାର୍ଷିକ ଉତ୍ସବ*- *ଯୁବ ସମାଜ ରେ ମାନସିକ ପରିବର୍ତ୍ତନ ହେଲେ ମଣିଷ ସମାଜ ର ଆତ୍ମ ବିସ୍ତାର ହୋଇ ପାରିବ*- *ଜିଲ୍ଲାପାଳ*- -

25-Dec-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
 ସଦର ବ୍ଲକଛକ ସ୍ଥିତ ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତୃତୀୟ  ସାମ୍ବତ୍ସରିକ ଉତ୍ସବ "ଆତ୍ମବିସ୍ତାର" ମହାଆଡମ୍ବରରେ ପାଳିତ ହୋଇଯାଇଛି। ମା ଓ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ସହିତ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। କଲେଜ ଅଧ୍ୟକ୍ଷା ଲିଖିତା ପଟ୍ଟନାୟକ  ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ସଭାକାର୍ଯ୍ୟ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଯୋଗଦେଇ   ଦେଶର ଭବିଷ୍ୟତ ଯୁବକ ମାନଙ୍କ ଉପରେ ନିର୍ଭର କରେ। ଯୁବ ସମାଜରେ ମାନସିକ ପରିବର୍ତ୍ତନ ହେଲେ ଦେଶର ବିରାଟ ପରିବର୍ତ୍ତନ ହେବ। ତା ହେଲେ ଯାଇ ମଣିଷ ସମାଜର ଆତ୍ମବିସ୍ତାର ହୋଇପାରିବ ବୋଲି କହିଥିଲେ l ଆମେ ଯେବେ ନିଜ ମାଟି ର ମହକ ପ୍ରତି ସମାଜ ପ୍ରତି ଆକର୍ଷଣ ହେବା, ଅନ୍ୟ କୁ ଆପଣାର କରି ପାରିବା, ଚେତନା କୁ ଚିତ୍ କୁ ବିସ୍ତାର କରି ପାରିବା ସେତେବେଳେ ଏ ଆତ୍ମ ବିସ୍ତାର ଟା ସମ୍ଭବ ହୋଇ ପାରିବ l ଏବଂ ସକାରାତ୍ମକ ପୃଥିବୀ ଟିଏ ଜୀବନ ଟିଏ ସଂସାର ଟିଏ ପାଇ ପରିବା ବୋଲି ଡ଼. ସାହୁ କହିଥିଲେ l ସମ୍ମାନୀୟ ଅତିଥି ଭାବରେ ବିଶିଷ୍ଟ ନାଟ୍ୟକାର ଅଶୋକ ବହିଦାର ତାଙ୍କ ବକ୍ତବ୍ୟରେ ମଣିଷ ଜୀବନ ଟା ଏକ ନାଟକ ବୋଲି କହିଥିଲା ବେଳେ ଅନ୍ୟତମ ସମ୍ମାନୀୟା ଅତିଥି ସ୍ଥାନୀୟ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଡ଼. କିରଣ ବାଳା ଦାସ ପ୍ରାଚୀନ ଶିକ୍ଷା ଉପରେ ସୃଜନ ଶିଳତା ଶିକ୍ଷା ଉପରେ ଗୁରୁତ୍ଵ ଆରୋପ କରିବା ସହିତ ଶ୍ରୀ ଅରବିନ୍ଦ ଙ୍କ ଶିକ୍ଷାକୁ ଅନୁସରଣ ପୂର୍ବକ ଶିକ୍ଷାରେ ଭାରତୀୟ ସଂସ୍କୃତିକୁ ପ୍ରାଧାନ୍ୟ ଦେବାକୁ କହିଥିଲେ ନହେଲେ ଛାତ୍ର ଛାତ୍ରୀ ମାନେ ବୀପଥଗାମି ହେବେ ବୋଲି କହିଥିଲେ l  ମୁଖ୍ୟ ବକ୍ତା ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ  ଲକ୍ଷ୍ମଣ ମିଶ୍ର  ଯୋଗଦେଇ ଆତ୍ମ ବିଶ୍ବାସ ଆଗରୁ ଆତ୍ମ ଜ୍ଞାନ ଆସିବା ଉଚିତ ବୋଲି କହି ଭଲ ରାସ୍ତା ରେ ଯାଇ ଅସଫଳ ହେବା ଠାରୁ ଖରାପ ରାସ୍ତା ରେ ଯାଇ ସଫଳ ହେବା ସ୍ୱଧର୍ମ ନୁହେଁ ବୋଲି କହିଥିଲେ l ଛାତ୍ର ଛାତ୍ରୀ ଙ୍କୁ ଲକ୍ଷ୍ୟ ନିର୍ଦ୍ଦିଷ୍ଟ ରଖି ଆଗେଇବାକୁ ଉପଦେଶ ଦେବା ସହିତ ପ୍ରତିବନ୍ଧକକୁ ସାମ୍ନା କରିବାକୁ ଶ୍ରୀ ମିଶ୍ର କହିଥିଲେ। ଅନୁଷ୍ଠାନ ର ଚେଆରମ୍ୟାନ ଡ଼ ଜ୍ୟୋତି ରଂଜନ ବହିଦାର  ଶିକ୍ଷକ ମାନେ ହିଁ  ଛାତ୍ର ମାନଙ୍କର ଆତ୍ମବିଶ୍ବାସ ବଢେଇବା ସହିତ ସେମାନଙ୍କ ପ୍ରଗତିରେ ସହାୟକ ବୋଲି ମତବ୍ୟକ୍ତ କରାଇବା ସହିତ ଶିକ୍ଷକ ହିସାବରେ ନିଜର  ଅନୁଭୂତି ବର୍ଣ୍ଣନା କରିଥିଲେ। ଭଲ ଶିକ୍ଷକ ହେବାକୁ ହେଲେ ଅଧ୍ୟୟନର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ସଂପାଦକ  ନିଶାନ୍ତ କୁମାର ମହାନ୍ତି ମଧ୍ୟ ତାଙ୍କ ବକ୍ତବ୍ୟରେ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ ସଭାକାର୍ଯ୍ୟ କୁ କଲେଜ ର ଅଧ୍ୟାପିକା ଲଭଲିଶ୍ରୀ ମିଶ୍ର ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ବନାନୀ ପୁଷ୍ପିତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ପରେ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହାପରେ ରଙ୍ଗା ରଙ୍ଗ ସଂସ୍କୃତିକୁ କାର୍ଯ୍ୟକ୍ରମ ସହିତ ଶ୍ରୀ ଅଶୋକ ବହିଦାରଙ୍କ ରଚିତ ଏବଂ ଡ଼ ଜ୍ୟୋତି ରଂଜନ ବହିଦାରଙ୍କ ଦ୍ଵାରା ନିର୍ଦ୍ଦେଶିତ ନାଟକ ' ଘୁଙ୍ଗୁର ' ଛାତ୍ରୀ ମାନଙ୍କ  ଦ୍ଵାରା ପରିବେଶିତ ହୋଇଥିଲା l ଯାହାକି ମୁଖ୍ୟ ଅତିଥି ଜିଲ୍ଲାପାଳ ଓ ଦର୍ଶକ ଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ଏଥିରେ ଛାତ୍ର/ଛାତ୍ରୀ, ଅଭିଭାବକ/ଅଭିଜ୍ଞ ମାନଙ୍କ ସହିତ ସହରର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି  , ମିଡ଼ିଆ ପ୍ରତିନିଧି ଯୋଗ ଦେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   10-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   10-Sep-2026
  ଜିଲ୍ଲା  
*ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    10-Sep-2026
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026

You Might Also Like