-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
24-Dec-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ଜିଲ୍ଲା ଯୁବ ମହୋତ୍ସବର କୃତୀ ବା ଚମ୍ପିଅନ ପ୍ରତିଯୋଗୀ ମାନେ ଆଜି ୨୪ ତାରିଖ ଠାରୁ ୨୬ ତାରିଖ ଯାଏଁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ରେ ଅଂଶଗ୍ରହଣ କରିବା ନିମନ୍ତେ ଗତକାଲି ତା ୨୩.୧୨.୨୦୨୫ ରାତି ୧୧ ଟା ରେ ଭୁବନେଶ୍ଵର ଗସ୍ତ କରିଛନ୍ତି l ସେମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ତରଫରୁ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା କ୍ରୀଡା ସଂଘ ର ବରିଷ୍ଠ ସଦସ୍ୟ ତଥା ଭଲିବଲ୍ ସମ୍ପାଦକ ପୁରୁଷୋତ୍ତମ ପାଣିଗ୍ରାହୀ , ମନୋରଞ୍ଜନ ତ୍ରୀପାଠୀ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ପତାକା ପ୍ରଦର୍ଶନ କରି send off ସେଣ୍ଡ ଅଫ କରିଥିଲେ ଓ ସଫଳତା କାମନା କରି ଥିଲେ l ଏହି ଗସ୍ତ ରେ ଜିଲ୍ଲା ର ୨୫ ଜଣ ଖେଳାଳୀ ସାମିଲ ହୋଇଥିବା ବେଳେ ଇନ୍ଫିନିଟି ସ୍ପୋର୍ଟସ କ୍ଳବ୍ ର କୋଚ୍ କଳିମ୍ ମହମ୍ମଦ ଓ ପି ଇ ଟି ମଧୁମିତା ବଗର୍ତ୍ତି ସାମିଲ ଥିବା ସୂଚନା ମିଳିଛି l