-+91-9937148622 |
prerana_bgr@rediffmail.com |
Friday 11th September 2026 |
R.N.I. Regd No. ODIODI/2010/46693
Breaking News
24-Dec-2025
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ତୁଷୁରା ସହର ସ୍ଥିତ ଦ ରୟାଲ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ନିର୍ଦ୍ଦେଶକ ଅଶ୍ବିନୀ ସାହୁ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଯୋଗ ଦେଇଥିଲେ । ସାଲେପାଲି ସ୍ଥିତ ଜେବିବିଏସଏନର ଅଧ୍ୟକ୍ଷ ସୁଭ୍ରାଂଶୁ ଶେଖର ମେହେର, ତୁଷୁରା ଏନଏସିର ଅଧ୍ୟକ୍ଷ ଅଜୟ ଜୟଶ୍ବାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଅବସରପ୍ରାପ୍ତ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ ମୁଖ୍ଯ ବକ୍ତା ଭାବେ ଯୋଗଦେଇ ଥିଲେ। ବିଦ୍ୟାଳୟର ପ୍ରିନ୍ସିପାଲ ଇମ୍ମାନୁଏଲ ଶିକା ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକମ ଅନୁଷ୍ଠିତ ହୋଇଥିବା ବେଳେ ମନ୍ମଥ ବାରିକ, ଅଜିତ କୁମାର ନନ୍ଦ, ଦୀପକ ପାଇକ, ରଞ୍ଜିତ ସାହୁ, ଦିନେଶ ବିଶ୍ବାଳ, ପବିତ୍ର ସାଗର, ସୁନୀଲ ବାଗ, ସନ୍ତୋଷିନୀ ସଡଙ୍ଗୀ,ବନିତା ପ୍ରଧାନ, ଏସ ସୁନନ୍ଦା ଦାଶ, ମିକି ପ୍ରଧାନ, ଆଶାଲତା ସାମଲ, ବିଜୟ କୁମାର ସାହୁ, ପ୍ରଦୀପ କୁମାର ହରପାଳ ଆଦି ଉପସ୍ଥିତ ରହି ସହଯୋଗ କରିଥିଲେ।