-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
24-Dec-2025
ବିନିକା(ହିମାଂଶୁ ଶେଖର ପୁଟେଲ)କେଉଁଟିପାଲି ଗୋଲ୍ଡେନ୍ ହିଲ୍ ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ସ୍ଥାନୀୟ ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଶିକ୍ଷୟତ୍ରୀ ତନୁଶ୍ରୀ ଶର୍ମା ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ସୁମି ମହାଲିଙ୍ଗ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଜିତେନ୍ଦ୍ର ବଢ଼େଇ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ପ୍ରକାଶ ବଢ଼େଇଙ୍କ ଅଧ୍ୟକ୍ଷତାରେ ପରିଚାଳିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ସଂସ୍କୃତି ଗବେଷକ ଡକ୍ଟର ଅନିରୁଦ୍ଧ କୁରୁକୁରିଆ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ପୂର୍ବକ ଉତ୍ତମ ରାଷ୍ଟ୍ରଗଠନରେ ଶିଶୁର ଚରିତ୍ର ନିର୍ମାଣ ଓ ସାମାଜିକ ଶୃଙ୍ଖଳାର ମହତ୍ତ୍ଵ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବରେ ସମାଜସେବୀ ଡକ୍ଟର ଜ୍ୟୋତି ନାଏକ,ସଞ୍ଜୟ କୁମାର ସାହୁ,ଛନ୍ଦାଚରଣ ଦାସ,ଶିବଚରଣ ସାହୁ,ରାଜେନ୍ଦ୍ର ଶର୍ମା,ଗଜପତି ମୁଦୁଲି,ଏସ.ପତ୍ରାପାଲି ସରପଞ୍ଚ ସନାତନ ମହଲିଙ୍ଗ,ସିଂଢୋଲ ସରପଞ୍ଚ ପ୍ରଦୀପ ଦେହୁରୀ ଯୋଗଦେଇ ଏକ ଜଙ୍ଗଲ ପରିବେଶରେ ଇଂରାଜୀ ଶିକ୍ଷାର ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ । ସ୍ୱେଚ୍ଛାସେବୀ ରାଜେନ୍ଦ୍ର ମୁଦୁଲି ଓ ଭରତ ମହାଲିକ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ନୃତ୍ୟ ଓ ସଂଗୀତ ପରିବେଷଣ ।ଶେଷରେ ଶିକ୍ଷୟିତ୍ରୀ ଅର୍ପିତା ଗାଇଗରିଆ ଧନ୍ୟବାଦ ଅର୍ପଣ କରିଥିଲେ ।