-+91-9937148622 |

prerana_bgr@rediffmail.com |

  Friday 11th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||      ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ    (10-Sep-2026)       ||      ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   (10-Sep-2026)       ||      ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   (10-Sep-2026)       ||      ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   (10-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   (10-Sep-2026)       ||      ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   (10-Sep-2026)       ||      *ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   (10-Sep-2026)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||     

HOME   ଜିଲ୍ଲା

କୋଶଲି ଭାଷାର ସାମ୍ବିଧାନିକ ସ୍ବୀକୃତି ଆମର ଦାବି l

24-Dec-2025



ନୂଆପଡା ( ଚିନ୍ତାମଣି  ନେତାମ ) ନୂଆପଡା ଜିଲ୍ଲା ସଦର ମହକୁମା ନୂଆପଡା ସହର ଠାରେ  ଅବସ୍ଥିତ  ସାଂସ୍କୃତିକ ରଙ୍ଗମଞ୍ଚ ଉପରେ କୋଶଲି ଭାଷା  ଓ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାରପାଇଁ  ସମର୍ପିତ   "କୋଶଲି ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନ" ନୂଆପଡା ଆନୁକୂଲ୍ୟରେ ତିନିଦିନ ଓ ତିନିରାତି ବ୍ୟାପି ପଶ୍ଚିମ ଓଡିଶା ( କୋଶଳାଞ୍ଚଳ )ସ୍ତରୀୟ " କୋଶଳି ସାଂସ୍କୃତିକ ମହୋଛବ - ୨୦୨୫ " ଦିବ୍ୟ ଓ ଭବ୍ୟ  ଭାବରେ, "କୋଶଲୀ ସଂସ୍କୃତି ପରମ୍ପରା ଓ  ନାଚ ଗୀତର  ଅପୂର୍ବ ଝଲକ ସହିତ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି  l ଏହି ଅବସରରେ ତୃତୀୟ ଦିବସର କାର୍ଯ୍ୟକ୍ରମରେ "କୋଶଳି ସାହିତ୍ୟ ସଭା ଆରୁ କବି ସମ୍ମିଳନ ୨୦୨୫" ର   ଚିରସ୍ମରଣୀୟ ଅଧିବେଶନରେ କୋଶଲି ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ର ସଭାପତି କୋଶଳି ଭାଷା ସଂଗ୍ରାମୀ ଶ୍ରୀଯୁକ୍ତ ସୁରଜିତ ସିଂ ମହାରଥା ସଭାପତିତ୍ୱ କରିଥିବାବେଳେ ଆୟୋଜକ ଅନୁଷ୍ଠାନର ମାସିକ ପତ୍ରିକା"ବିଜୟା କୋଶଳି"  ର ଉପ ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର "କୋଶଳି ଭାଷାର  ଦସା ଓ ଦିସା" ଆଲୋଚନା ସଭାପର୍ଯ୍ୟାୟ କୁ ମନଛୁଆଁ କୋଶଳି ଭାଷାରେ ପରିଚାଳନା କରିଥିଲେ  l ଏହି ସଭାରେ ଜ୍ଞାନୀଗୁଣୀ ଆଲୋଚକ  ସର୍ବଶ୍ରୀ ମଧୁସୂଦନ ଦାସ,ଅଧ୍ୟାପକ ଦିଲୀପ ପଶାୟତ, ବିନୟ କୁମାର ଦାସ,ସିଦ୍ଧେଶ୍ୱର ପାଣିଗ୍ରାହୀ,ଲାଲ ଚନ୍ଦ ବଗର୍ତ୍ତୀ ଓ ତହକ  ପତ୍ରିକାର ମୁଖ୍ୟ ସମ୍ପାଦକ ରାଜେଶ ଦଣ୍ଡସେନା ଯୋଗଦେଇଥିଲେ  l କୋଶଳି ଗୀତ ଓ କବିତା ପାଠ ଉତ୍ସବ ରେ ସଂଯୋଜକ ଭାବରେ ଆଶୁତୋଷ ଠାକୁର ଏବଂ ଶ୍ରୀମତୀ  ସବିତା ମାହାର ତଥା ସମୀକ୍ଷକ ଭାବରେ ଅଧ୍ୟାପକ ଶ୍ରୀଯୁକ୍ତ ଧ୍ରୁବଚରଣ ପ୍ରଧାନ ଓ ଶ୍ରୀମତୀ ସଂଯୁକ୍ତା ପରିଛା ଯୋଗଦାନ କରିଥିଲେ l  ସଭା ପ୍ରାରମ୍ଭ ରେ  କୋଶଲ ରତ୍ନ ସ୍ବର୍ଗତ ପଣ୍ଡିତ ପ୍ରୟାଗ ଦତ୍ତ ଯୋଶୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ତଥା କୋଶଳି ମାଟି ଓ ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ମାଆ ଙ୍କ  ପଦ ବନ୍ଦନା କରାଯାଇଥିଲା  l  ସଭାପତିଙ୍କ ଉଦ୍ୟେଶ ଜ୍ଞାପନ ପରେ ଆଲୋଚକ ଗଣ ପଶ୍ଚିମ ଓଡିଶା ର  ଚାରିକୋଟି ଜନତାଙ୍କ ମାତୃଭାଷା କୋଶଳି ଏକ ସ୍ୱତନ୍ତ୍ର ଭାଷା ଅଟେ ଏବଂ ଏହି ଭାଷାର ସ୍ୱତନ୍ତ୍ର ବ୍ୟାକରଣ, ଭାଷା କୋଷ ଓ ସମୃଦ୍ଧ ସତ ସାହିତ୍ୟ ଯଥା ଉଚ୍ଚ କୋଟିର କାବ୍ୟ , କବିତା ଗ୍ରନ୍ଥ,କାହାଣୀ ଓ ଗଳ୍ପ ପୁସ୍ତିକା,ଉପନ୍ୟାସ ନାଟକ ନାଟିକା, ଗୀତିନାଟ୍ୟ,ଅନୁବାଦ ପୁସ୍ତକ, ପୁରାଣ, ତଥା  ଆତ୍ମଜୀବନୀ ଆଦି ପୁସ୍ତକର ଭରପୁର ଭଣ୍ଡାର ଅଛି ତଥା ପ୍ରସିଦ୍ଧ ଯଶସ୍ବୀ  ସ୍ବର୍ଗତ ପଣ୍ଡିତ ପ୍ରୟାଗଦତ୍ତ ଯୋଗୀ, ପଦ୍ମ ଶ୍ରୀ  ହଳଧର ନାଗ,ନାଟ୍ୟକାର ସ୍ବର୍ଗତ  ମଙ୍ଗଳୁ ଚରଣ ବିଶ୍ୱାଳ,ଗୀତିକାର ସ୍ବର୍ଗତ  ମିତ୍ରଭାନୁ ଗୌନ୍ତିଆ ଓ ଗୁରୁଜୀ ଦୋଳ ଗୋବିନ୍ଦ ବିଶି ପରି  ମହାନ କୋଶଳି ସାହିତ୍ୟିକ  ଓ  ଗବେଷକ ମାନେ   କୋଶଳି ଭାଷା  ସାହିତ୍ୟ କୁ  ପରିପୃଷ୍ଟ କରିଛନ୍ତି  ବୋଲି  ଆଲୋଚନା  କରିଥିଲେ l    ଏହି ଭାଷାର   ସାମ୍ବିଧାନିକ  ସ୍ୱୀକୃତି,ପଶ୍ଚିମ ଓଡିଶା ର ପ୍ରାଥମିକ   ବିଦ୍ୟାଳୟ  ଗୁଡିକରେ  ଦ୍ଵିତୀୟ ଭାଷା ଭାବରେ ପ୍ରଚଳନ  ଓ ଆଗାମୀ ଜାତୀୟ ଜନଗଣନାରେ  ମାତୃଭାଷା ଭାବରେ ପୂରଣ କରିବାପାଇଁ ସୁଯୋଗ ପ୍ରଦାନ ଆଦି ତିନି ଦଫା ଦାବୀ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପନା କରିବା ଆମର ମୌଳିକ କର୍ତ୍ତବ୍ୟ ବୋଲି ପ୍ରକାଶ କରିଥିଲେ  l  ସମୀକ୍ଷକ  ଅଧ୍ୟାପକ ଶ୍ରୀଯୁକ୍ତ ଧ୍ରୁବଚରଣ ପ୍ରଧାନ ମାର୍ମିକ ଭାବ ଓ ଭାଷାରେ, ପଠିତ କବିତା ଗୁଡିକର ସମୀକ୍ଷା କରିବା ସହ  କାବ୍ୟ କବିତାଗୁଡିକ  ସମାଜ ପାଇଁ ଦିଗ ଦର୍ଶନ କାରି ହେବା ବାଞ୍ଛନିୟ ବୋଲି ନିଜସ୍ୱ ମତ ପୋଷଣ କରିଥିଲେ  l ଏହି ଅବସରରେ  ଆୟୋଜକ ଅନୁଷ୍ଠାନ ଦ୍ୱାରା  ପ୍ରକାଶିତ   ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ପାଇଁ  ଉପ ଯୌଗି   "କୋଶଲି  ଭାଷାର ପାଠ୍ୟ ପୁସ୍ତକ" ଆସ କୋଶଲି ପଡ଼ମା " ବହି  ଅତିଥି ଆଲୋଚକ ଗଣଙ୍କ  ଦ୍ୱାରା  ଶୁଭ ଉନ୍ମୋଚିତ  ହୋଇଥିଲା l   କବିତା ପାଠଉତ୍ସବରେ   ଷାଠିଏ ରୁ  ଉର୍ଦ୍ଧ    କବି ଓ  କବିୟତ୍ରୀ  ଯୋଗଦେଇ ସ୍ୱରଚିତ  କୋଶଲି ଭାଷାର  ଗୀତ ଓ କବିତା  ପଠନ କରିଥିଲେ  l   ସଭାଶେଷରେ  ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ରଣଜିତ ସିଂ  ମହାରଥା ଅତିଥି, ଆଲୋଚକ , କବି, କବିୟତ୍ରୀ, ଦର୍ଶକ,  ସମୀକ୍ଷକ, ସଂଯୋଜକ ତଥା ଆୟୋଜକ ମଣ୍ଡଳୀର ସଭ୍ୟ / ସଭ୍ୟା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  l


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   10-Sep-2026
  ଜିଲ୍ଲା  
ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   10-Sep-2026
  ଜିଲ୍ଲା  
ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ   10-Sep-2026
  ଜିଲ୍ଲା  
*ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   10-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   10-Sep-2026
  ଜିଲ୍ଲା  
ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   10-Sep-2026
ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ   10-Sep-2026
  ଜିଲ୍ଲା  
ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   10-Sep-2026
  ଜିଲ୍ଲା  
ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   10-Sep-2026
  ଜିଲ୍ଲା  
ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   10-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   10-Sep-2026
  ଜିଲ୍ଲା  
ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   10-Sep-2026

You Might Also Like