-+91-9937148622 |
prerana_bgr@rediffmail.com |
Sunday 1st November 2026 |
R.N.I. Regd No. ODIODI/2010/46693
Breaking News
23-Dec-2025
ଡୁଙ୍ଗୁରିପାଲି, ୨୩/୨୫(ପ୍ରେରଣା ଖବର ) :ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାରେ ପ୍ରଧାନ ଶିକ୍ଷକ ଡ, ରବିଚନ୍ଦ୍ର ପଶୟତଙ୍କ ଅଧ୍ୟକ୍ଷତାରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଭକ୍ତ ଭୋଇ ପତାକା ଉତ୍ତୋଳନ କରି କ୍ରୀଡା ଉତ୍ସବକୁ ଶୁଭାରମ୍ଭ କରିଥିଲେ । ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ପରିଚାଳନା କମିଟି ବରିଷ୍ଠ ସଦସ୍ୟ ବେଣୁଧର ଚୌଧୁରୀ, ପୂର୍ବତନ ଖେଳ ଶିକ୍ଷକ ପ୍ରହଲ୍ଲାଦ ଦାସ, ସିଂହିଯୁବା ହାଇ ସ୍କୁଲ ଖେଳ ଶିକ୍ଷକ ମଳୟ ସାହୁ, ସାକ୍ଷୀ ମାଝି ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ବାଳକ ବିଭାଗରେ ବିକାଶ ସାହୁ ଏବଂ ବାଳିକା ବିଭାଗରେ ସ୍ୱେତା ମଲ୍ଲିକ ଚମ୍ପିୟାନ ହୋଇଥିଲେ ।
କାର୍ଯ୍ୟକ୍ରମରେ ଶିକ୍ଷକ ମନୋଜ ପୂଜାରୀ, ନନ୍ଦିଘୋଷ ବାରିକ, ତପସ୍ଵିନୀ ଦାସ, ମୀନକେତନ ଦାସ, ସଞ୍ଜୀବ ପୂଜାରୀ, ବିଭୀଷଣ ଖମାରୀ, ଲିପି ପ୍ରଧାନ , କିରଣ କୁମାର ପଟେଲ ,ସମୀର କଠାର , ସୁରଜ୍ ଖମାରୀ,ପଦ୍ମିନୀ ଦାସ, ସୂର୍ଯ୍ୟକନ୍ତୀ କାଣ୍ଡ ପ୍ରଭୁତି ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ସମ୍ପଦ ଖମାରୀ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।