-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
23-Dec-2025
କଣ୍ଟାମାଳ(ଜୟ କୁମାର ମହାରଣା): ଚାଷ ଜମିରେ ଜଳ ସେଚନ ପାଇଁ ସରକାରୀ ଯୋଜନାରେ ଏକ ସୌର ଚାଳିତ ଜଳସେଚନ ପ୍ରକଳ୍ପ ସ୍ଥାପନ କରି ଚାଷକାର୍ଯ୍ୟ କରୁଥିଲେ ସୁରେନ୍ଦ୍ର l କିନ୍ତୁ କେହି ଦୁର୍ବୃତ୍ତ ମଟର ଚୋରୀ କରି ଥିବାରୁ ପନିପରିବା ଚାଷ ନଷ୍ଟ ହେବାକୁ ବସିଲାଣି l ସୂଚନା ପ୍ରକାରେ କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଗୋରା ଗ୍ରାମର ଚାଷୀ ସୁରେନ୍ଦ୍ର ରଣା ନିଜର ରେକର୍ଡଭୁକ୍ତ ଜମିରେ ଜଳ ସେଚନ ପାଇଁ ସରକାରୀ ଯୋଜନା ମୁତାବକ ଓଡିଶା ଜଳ ସେଚନ ବିଭାଗ ପ୍ରାୟୋଜିତ ଏବଂ ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଦ୍ୱାରା ମଞ୍ଜୁର କ୍ରମେ ପିଏମ କୁସୁମ ଯୋଜନାରେ ଏକ ସୌର ଚାଳିତ ଜଳ ସେଚନ ପ୍ରକଳ୍ପ ସ୍ଥାପନ କରାଇଥିଲେ l ଉକ୍ତ ପ୍ରକଳ୍ପକୁ ବାଲାଜୀ ଇଣ୍ଡଷ୍ଟ୍ରିଆଲ ଆଣ୍ଡ ଏଗ୍ରିକଲଚରାଲ କାଷ୍ଟିଙ୍ଗସ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ଅକ୍ଟୋବର ମାସରେ ସ୍ଥାପନ କରାଯାଇଥିଲା l ଏହା ଦ୍ୱାରା ନିଜର ଜମିରେ ପନିପରିବା ଚାଷ କରି ଜଳ ସେଚନ କରି ଆସୁଥିଲେ l କିନ୍ତୁ କେହି ଦୁର୍ବୃତ୍ତ ଗତ ୨୦ ତାରିଖ ରାତିରେ ପ୍ରକଳ୍ପରୁ ତାର ଓ ପାଇପ କାଟି ବୋରୱେଲ ମଟର ଚୋରୀ କରି ନେଇଛି l ଉକ୍ତ ସ୍ଥାନରେ ଏକ ୱେର କଟର ମଧ୍ୟ ପଡିଛି l ଏନେଇ ଶ୍ରୀ ରଣା ଘଣ୍ଟାପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ବିଭାଗ ପକ୍ଷରୁ ତଦନ୍ତ ପୂର୍ବକ ପୁନଶ୍ଚ ଏକ ମଟର ଯୋଗାଇ ଦେବାକୁ ଚାଷୀ ସୁରେନ୍ଦ୍ର ରଣା ଦାବି କରିଛନ୍ତି l