-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
20-Dec-2025
ତୁଷୁରା(ପଞ୍ଚାନନ ନାଏକ): ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍ଏସି କ୍ଲଷ୍ଟର ସ୍ତରୀୟ ଷଷ୍ଠ ମାସିକ ବୈଠକ ନଅଗାଁ ପ୍ରାଥମିକ ବିଦ୍ୟାଳୟ ଠାରେ ହୋଷ୍ଟ ସ୍କୁଲର ପ୍ରଧାନ ଶିକ୍ଷକ ଚନ୍ଦ୍ରଧ୍ବଜ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ଗୁଡଭେଲା ବ୍ଲକ୍ କୋଅର୍ଡିନେଟର ତଥା ଡାଏଟ୍ ବଲାଙ୍ଗିରର ଅଧ୍ଯାପିକା ସାମ୍ରାଜ୍ଞୀ ଐଶ୍ୱର୍ଯ୍ୟା ମିତ୍ରା ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ। ସ୍ଥାନୀୟ ସିଆରସିସି ଜଗମୋହନ ତ୍ରିପାଠୀ ଡିସେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର ଓ ଏଜେଣ୍ଡା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏଥିରେ ପ୍ରଧାନ ଶିକ୍ଷକ ମୋହନ ଭୋଇ, ଦୁତିଆ ସେଠ ତଥା ଏଫ୍ଏଲ୍ଏନ୍ ଶିକ୍ଷକ ପୂରନ୍ ମେହେର, ପ୍ରଭାତ କିଶୋର ରାଏ ଏବଂ ଶିକ୍ଷୟିତ୍ରୀ ଶକୁନ୍ତଳା ମେହେର, ଦୁର୍ଗାମଣି ମହାନନ୍ଦ, ଆକାଂକ୍ଷା ରାଣୀ ଯୋଶୀ, ତପସ୍ଵିନୀ ରଣା ଓ ଲକ୍ଷ୍ମୀ ପ୍ରିୟା କର୍ମକାର ପ୍ରମୁଖ ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ଶେଷରେ ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।