-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
20-Dec-2025
ବିନିକା(ହିମାଂଶୁ ଶେଖର ପୁଟେଲ)ଆଜ୍ଞା ଧାନ କେଜି ୧୦ଟଙ୍କାକେ ନିଅ।ଆମର ଛୁଆ ପିଲା କୁଟୁମ୍ବ ପୁଶୁମୁ।ଘରେ ପଇସା ପତର ନାହିନ ଯେ ପରିବାର ଲୋକେ ଭୁକେ ଚଳବାର କେ ପଡୁଛେ । ଧାର ଉଧାର କରି ଚାଷ କରି ଥିଲୁଁ ସାହୁକାରର ଋଣ ଗଲେ ସୁଝି ନାହିଁ ପାରାବାର,ଛୁଆ ପିଲାକର ଔଷଧ କିଣି ନାହିଁ ପାରାବାର କି ପାଠ ଗଲେ ପଢ଼ାଇ ନାହିଁ ପାରାବାର। ବହୁତ ଦୁଃଖେ କଷ୍ଟେ ଚଲୁଛୁଁ ଆଜ୍ଞା ବୋଲି ଚାଷୀ ମାନେ ଆଖିରୁ ଲୁହ ଝରାଇ ନିଜର କଷ୍ଟ ପାର୍ଜିତ ଧାନକୁ ରାସ୍ତା ଉପରେ ଗଚ୍ଛିତ ରଖି ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି । ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ କୌଡ଼ିଆମୁଣ୍ଡା ଛକ ଠାରେ । ଧାନର ଅଭାବୀ ବିକ୍ରି ସମସ୍ୟାକୁ ନେଇ ଆଜି ଶତାଧିକ ଚାଷୀ ରାସ୍ତାରେ ଟାୟାର ଜାଳିବା ସହ ରାସ୍ତାରେ ବସି ରହିଛନ୍ତି ।ଫଳରେ ସଂସାମୁରା ପଣ୍ଡକିତାଲ କେନାଲ ରାସ୍ତାରେ ଯା ଆସ କରୁଥିବା ଯାନବାହାନ ଗୁଡିକ ଠପ୍ ହୋଇପଡ଼ିଛି ।ଚାଷୀଙ୍କ ଏହି ଆନ୍ଦୋଳନକୁ ଅଞ୍ଚଳର ଲୋକେ ମଧ୍ୟ ସମର୍ଥନ ଦେଇଛନ୍ତି ।ସୂଚନା ଯୋଗ୍ୟ ଗତ ଡିସେମ୍ବର ୯ତାରିଖ ଠାରୁ ମଣ୍ଡି ଖୋଲିଲାନି ।ହେଲେ ଧାନ କ୍ରୟ ହୋଇ ପାରୁନାହିଁ ।କାହାର ଟୋକନ ଅଦ୍ୟାବଧି ଆସିନାହିଁ ତ ଆଉ କାହାର ଟୋକନ ଆସିଥିଲେ ମଧ୍ୟ ଧାନ ବିକ୍ରି କରି ପାରୁନାହିଁ ।କାରଣ ମଣ୍ଡିରୁ ଧାନ ଉଠୁନାହିଁ ।ଦୁନିଆ କୁ ଆହାର ଯୋଗାଉଥିବା ଚାଷୀ ଏବେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।ଗତକାଲି ବିନିକା ତହସିଲଦାରଙ୍କ ଜରିଆରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଶତାଧିକ ଚାଷୀ ଧାନ ବିକ୍ରି ସମସ୍ୟାର ସମାଧାନ ନେଇ ଦାବିପତ୍ର ପ୍ରଦାନ କରିଥିଲେ।ହେଲେ ଆଜି ବ୍ଲକ ଅଧିନସ୍ତ ଶଙ୍କରା ପଞ୍ଚାୟତ କୌଡ଼ିଅମୁଣ୍ଡା ଛକ ଠାରେ ଅଞ୍ଚଳର ବହୁ ଚାଷୀ ଧାନ ବିକ୍ରି କୁ ନେଇ ରାସ୍ତାରେ ଓହ୍ଲାଇ ଅଭିନବ ପ୍ରତିବାଦ କରିଛନ୍ତି।ସେମାନଙ୍କ ଦାବୀ ଅନୁସାରେ ତୁରନ୍ତ ଚାଷୀଙ୍କୁ ଟୋକନ ଦିଆଯାଉ, ମଣ୍ଡି ରୁ ଶୀଘ୍ର ଧାନ ଉଠୁ,କଟଣୀ ଛଟଣୀ ବନ୍ଦ ହେଉ ଆଦି ଦାବୀରେ ଚାଷୀ ଅଟଳ ରହିଛନ୍ତି । ଧାନ ଅଭାବୀ ବିକ୍ରି ସମସ୍ୟାର ସମାଧାନ କରିବାକୁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ନତୁବା ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି।