-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
11-Dec-2025
ବଲାଙ୍ଗୀର(ପ୍ରେରଣା ଖବର):ଆସନ୍ତା ଡିସେମ୍ବର ୨୯ ତାରିଖରୁ ୨୦୨୬ ଜାନୁୟାରୀ ୦୩ ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଳକ ଭାଲେର ଗ୍ରାମରେ ଅନୁଷ୍ଠିତ ହେବାକୁ ଯାଉଛି ଧନୁଯାତ୍ରା ମହୋତ୍ସବ l ଏଥିପାଇଁ ଜୋରଦାର୍ ପ୍ରସ୍ତୁତି ଚାଲିଥିବା ବେଳେ ମହୋତ୍ସବ ପାଇଁ କିଛି ନେତୃସ୍ଥାନୀୟ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଙ୍କୁ ଅତିଥି ଭାବରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରାଯାଇଛି l ଗତକାଲି ଭାଲେର ଧନୁଯାତ୍ରା ମହୋତ୍ସବର ସଭାପତି ରାଜକିଶୋର ନାଏକ, ସାଧାରଣ ସମ୍ପାଦକ ସୁମନ୍ତ ନାଏକ, ଉପସଭାପତି ଭାଗିରଥି ସେଠ, ସହସମ୍ପାଦକ ମନ ରାଉତ ଓ ଅନ୍ୟମାନେ ଭୁବନେଶ୍ବର ରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ,ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କୁ ସାକ୍ଷାତ କରି ଭାଲେରରେ ଅନୁଷ୍ଠିତ ୧୦୬ତମ ଧନୁଯାତ୍ରା ମହୋତ୍ସବ ରେ ଯୋଗ ଦେବା ପାଇଁ ଅନୁରୋଧ କରିଛନ୍ତି l ଏଥି ସହିତ ଅନ୍ୟନ୍ୟ ଉଚ୍ଚ ପଦାଧିକାରୀ, ମନ୍ତ୍ରୀ ଓ ସାଂସଦ ଙ୍କୁ ମଧ୍ୟ ଧନୁଯାତ୍ରାରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଉଛି l ଇତିମଧ୍ୟରେ କଂସ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଧନୁଯାତ୍ରାର ମୁଖ୍ୟ ଆକର୍ଷଣ କଂସ ଭୂମିକାରେ ସୁଦୂର ବରଗଡ ଜିଲ୍ଲା ଅନ୍ତର୍ଗତ ଦେଓଗାଁ ଗ୍ରାମର ଜଗଦାନନ୍ଦ ମିଶ୍ର ଅଭିନୟ କରିବେ ବୋଲି ଧନୁଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି l