-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
11-Dec-2025
ବ୍ରହ୍ମପୁର(ପ୍ରେରଣା ଖବର): ଗଂଜାମ ଜିଲ୍ଲା ,ବ୍ରହ୍ମପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ (DLSA) ଆଜି ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ନ୍ୟାୟାଧୀଶ, ଜିଲ୍ଲା ମାଜିଷ୍ଟ୍ରେଟ୍, ବ୍ରହ୍ମପୁର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବ୍ରହ୍ମପୁର କମିଶନର୍, ପ୍ୟାନେଲ୍ ଲୟର୍, ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ଅବସରରେ ଅଂଶଗ୍ରହଣ କରିଥିଲେ।
ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାନବାଧିକାର ଦିବସ ପାଳନ ଆରମ୍ଭ ପାଇଁ ସ୍ଥିର କରିଥିଲା।ଏହି ଅବସରରେ ଜିଲ୍ଲାପାଳ ମାନବ ଚାଲାଣ ଉଦ୍ଧାରରୁ ପୁନର୍ବାସ ପର୍ଯ୍ୟନ୍ତ ସକ୍ରିୟ ପଦକ୍ଷେପ ନିଆ ଯିବ ବୋଲି କହିଥିଲେ । ବ୍ରହ୍ମପୁର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ମାନବ ତସକରୀର ଗୁରୁତ୍ୱ ଓ ପୁଲିସଙ୍କ ଭୂମିକା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଜଣାଇଥିଲେ।ଆଇ ଯେ ଏମ ର ପ୍ରତିନିଧି ସମିଳନୀରେ ଓଡ଼ିଶାରେ ବନ୍ଧକ ଶ୍ରମର ପ୍ରଚଳନ ସମସ୍ୟା, ବିଷୟ ରେ ଉଲେଖ କରିଥିଲେ ଏବଂ ଗଞ୍ଜାମ ଓ ଯାଜପୁରର ଉଦ୍ଧାର ଘଟଣା ସମ୍ବନ୍ଧରେ ବ୍ୟାପକ ଭାବରେ ଉପସ୍ଥାପନା କରିଥିଲେ ।
ଜିଲ୍ଲା ନ୍ୟାୟାଧୀଶ ଦୁର୍ବଳ ପୀଡିତ ବୟାନର କାରଣରୁ ମାମଲା ବିଫଳ ହେବା ଉପରେ ଚିନ୍ତା ବ୍ୟକ୍ତ କରି, ପୀଡିତ–ସାକ୍ଷୀ ସହାଯୋଗ, ପରାମର୍ଶ ଏବଂ ସୁରକ୍ଷା ବୃଦ୍ଧିର ଆବଶ୍ୟକତା ଉପରେ ମତବ୍ୟକ୍ତ ଦେଇଥିଲେ। ପବ୍ଲିକ ପ୍ରୋସିକ୍ୟୁଟର୍ ମଧ୍ୟ ବୈଧ ପ୍ରକ୍ରିୟାର ସମୟୋପଯୋଗୀ ପାଳନକୁ ଗୁରୁତ୍ୱ ଦେବକଥ ପ୍ରକାଶ କରିଥିଲେ। ଏହି ସମସ୍ୟାର ସମାଧାନ ପାଇଁ ସାମୂହିକ ପ୍ରୟାସ ଉପରେ ବକ୍ତା ମାନେ ଗୁରୁତ୍ୱାରୋପ କରିଥିଲେ।