-+91-9937148622 |

prerana_bgr@rediffmail.com |

  Saturday 4th July 2026 |

| | | |

R.N.I. Regd No. ODIODI/2010/46693

Breaking News

ନିର୍ଦ୍ଧାରିତ ଦର ଠାରୁ ଅଧିକ ପାର୍କିଂ ଦେୟ ନେଉଥିବା ଅଭିଯୋଗ ପରେ ବରପାଲି ରେଳ ପାର୍କିଂ ଠିକାଦାର କ୍ଷମା ପ୍ରାର୍ଥନା କଲେ    (04-Jul-2026)       ||      ଖରସ୍ରୋତା ମହାବିଦ୍ୟାଳୟରେ ‘ଭାରତୀୟ ଜ୍ଞାନ ପରମ୍ପରାରେ ପରିବେଶ ବିଜ୍ଞାନ’ ଉପରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର   (04-Jul-2026)       ||      ସୌଭିକଙ୍କ ସପକ୍ଷରେ ବାହାରିଲା ଓଡ଼ିଶା କ୍ରାନ୍ତି ମଞ୍ଚ ନିମକ ହାରାମିକୁ ଉଚିତ ଜବାବ ଦିଆଯିବ ।   (04-Jul-2026)       ||      ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ:ଶପଥ ପାଠ ଓ କୁଇଜ ମାଧ୍ୟମରେ ସଚେତନତା    (03-Jul-2026)       ||      ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   (03-Jul-2026)       ||      ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   (03-Jul-2026)       ||      କୁତୁର୍ଲା ପେକ୍ସ ପରିଦର୍ଶନ କଲେ ନରସିଂହ♦️ ଧାନ ବିକ୍ରିର ଶେଷ ଦିନରେ ମଧ୍ୟ ଉଠିପାରୁନାହିଁ ଚାଷୀଙ୍କ ଧାନ♦️୧୮ ଜଣ ଚାଷୀଙ୍କ ଆସିନାହିଁ ଟୋକନ, ଚାଷୀ ହତାଶ   (03-Jul-2026)       ||      ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଗଣମାଧ୍ୟମ ଏବଂ ସମ୍ପର୍କିତ ସମ୍ମିଳନୀ♦️ ଓଡ଼ିଶାରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ୧୩ଜଣ ଡିଆଇପିଆରଓ ଙ୍କ ଯୋଗଦାନ    (03-Jul-2026)       ||      ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା ଏବଂ ୨୫ରେ ବାହୁଡା଼ ଯାତ୍ରା   (03-Jul-2026)       ||      ଓଡ଼ିଶାରେ ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ୧୦ ଜଣ ବରିଷ୍ଠ  ଆଇ ଏ ଏସ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ    (03-Jul-2026)       ||      ଜାପାନୀ ସଂସ୍ଥା ସହ ଐତିହାସିକ ଚୁକ୍ତି, ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ଜାପାନୀ ବ୍ୟବସାୟୀକ ନେତୃବୃନ୍ଦଙ୍କ ସହ ସହଭାଗିତା, ରାଜ୍ୟରେ ହେବ ବ୍ୟାପକ ପୁଞ୍ଜିନିବେଶ   (03-Jul-2026)       ||      କମଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ପଟେଲଙ୍କ ସେବା ନିବୃତ୍ତ,   (03-Jul-2026)       ||      ଅବସରନେଲେ ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ ମହାନ୍ତି    (03-Jul-2026)       ||      ମାୟାବର୍ହ୍। ହାଇସ୍କୁଲରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ   (03-Jul-2026)       ||      ଝରୀଗାଁ ତହସିଲଦାର ଙ୍କ ବିରଦ୍ଧରେ ଥାନରେ ଲିଖିତ ଅଭିଯୋଗ*   (03-Jul-2026)       ||      ଭି.ବି.-ଜି ରାମ ଜି (VB-G RAM G) ଅଧିନିୟମ–୨୦୨୫’ର ସଫଳ କାର୍ଯ୍ୟକାରିତା ଏବଂ ଏହା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶୁଭାରମ୍ଭ କାର୍ଯ୍ୟକ୍ରମ    (02-Jul-2026)       ||      ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାରଙ୍କ ନିଷ୍ପତି” - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡ. ଏନ୍‌. ତିରୁମାଲା ନାୟକ   (02-Jul-2026)       ||      ଫାର୍ମାସିଷ୍ଟ କଲେଜରେ ବିଶ୍ଵ ବନ ମହୋତ୍ସବ ସପ୍ତାହ   (02-Jul-2026)       ||      *ସୋନପୁର ଠାରେ ଆନ୍ଧ୍ର ଭାରତ ସରକାରଙ୍କ ଦ୍ଵାରା ବିକଶିତ ଭାରତ ଜି ରାମ ଜି ୨୦୨୫ ର ଜାତୀୟ ସ୍ତର କାର୍ଯ୍ଯ କ୍ରମ ର ଶୁଭାରମ୍ଭ*-   (02-Jul-2026)       ||      ସଦରବ୍ଲକ ବିଡିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ବରିଷ୍ଠ କିରାଣୀ ଙ୍କ ବିରୁଦ୍ଧରେ ପୋଲିସରେ ରିପୋର୍ଟ ଦୁର୍ନୀତିଖୋର ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୁହାରି   (02-Jul-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମଜୟନ୍ତୀରେ ନିଶାମୁକ୍ତ ରାଜ୍ୟ ଗଠନ ପାଇଁ ଜିଲ୍ଲା ସ୍ତରୀୟ ବୈଠକ

23-Nov-2025



ବଲାଙ୍ଗୀର(ପ୍ରେରଣା ଖବର) : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ରାଜନେତା ନବକୃଷ୍ଣ ଚୌଧୁରୀଙ୍କ ଜନ୍ମଜୟନ୍ତୀ ଅବସରରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) ତରଫରୁ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସରକାରଙ୍କ ନିକଟରେ ଜୋରଦାର ଦାବି ଉଠିଛି ଏବଂ ଏକ ମଦ ବିରୋଧୀ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି।ବରିଷ୍ଠ ସୂଚନା ଅଧିକାର କର୍ମୀ ତଥା ମୋନାର ଜିଲ୍ଲା ସଂଯୋଜକ ଶ୍ରୀ ନୀଳମଣି ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ସଂଯୋଜନା ଦାୟିତ୍ୱ ତୁଲାଇଥିଲେ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ। ଆଲୋଚନା ଚକ୍ରରେ ବରିଷ୍ଠ ସାମ୍ବାଦିକ ବିଭୁ ଦତ୍ତ ମିଶ୍ର, ସତ୍ୟ ବନ୍ଛୋର,  ସଂସ୍କୃତି ଗବେଷକ ତରଣୀସେନ ଦୀପ, ସୁବାସିନୀ ସାହୁ, ରାଜେଶ ବଗର୍ତ୍ତୀ, ଡ.ଅର୍ଜୁନ ମୁଗ୍ରୀ, ଡ.ବିପିନ କୁଶୁଲିଆ, କୁନାଲ ଗହିର, ମଞ୍ଜରୀ ପଟେଲ, ସୁଶୀଲ ଭୋଇ, ସିଦ୍ଧେଶ୍ୱର ପାଣିଗ୍ରାହୀ, ରାଜେନ୍ଦ୍ର ସୁନା, ମଙ୍ଗଲୁ ତାଣ୍ଡି ଆଦି ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ନିଶା ନିବାରଣ ପାଇଁ ସରକାରଙ୍କ ଉଦାସୀନତା ଉପରେ କଡ଼ା ସମାଲୋଚନା କରିଥିଲେ।ବକ୍ତାମାନେ କହିଥିଲେ ଯେ, “ନିଶା ଆଜି ଓଡ଼ିଶାର ଯୁବପୀଢ଼ିକୁ ଗ୍ରାସ କରୁଛି। ସରକାର ମଦ ବିକ୍ରିରୁ ରାଜସ୍ୱ ଆଦାୟ କରୁଛନ୍ତି କିନ୍ତୁ ସମାଜର ଭବିଷ୍ୟତ

ପିଢ଼ିକୁ ଅନ୍ଧକାର ଆଡ଼କୁ ଠେଲୁଛନ୍ତି। ଏହା ସରକାରଙ୍କ ନୈତିକ ଦାୟିତ୍ୱ ଯେ ଓଡ଼ିଶାକୁ ନିଶାମୁକ୍ତ ରାଜ୍ୟ ଭାବେ ଘୋଷଣା କରି କଡ଼ା ନିଷ୍ପତ୍ତି ନେବେ। ଯଦି ଏହା ନ କଲେ ଆଗାମୀ ଦିନରେ ସମାଜ ଏହାର ମୂଲ୍ୟ ଦେବାକୁ ପଡ଼ିବ।”
ବୈଠକରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ମଦ ବିରୋଧୀ ଦରଖାସ୍ତ ସର୍ବସମ୍ମତିକ୍ରମେ ପାରିତ ହୋଇଛି। ଏହି ଦରଖାସ୍ତରେ ଓଡ଼ିଶାକୁ ଶୀଘ୍ର ନିଶାମୁକ୍ତ ରାଜ୍ୟ ଘୋଷଣା କରିବା, ମଦ ଦୋକାନ ବନ୍ଦ କରିବା ଏବଂ ନିଶା ନିବାରଣ ପାଇଁ କଡ଼ା ଆଇନ ପ୍ରଣୟନ କରିବାକୁ ଦାବି କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଅହଲ୍ୟା ରଣା, କାଳିନ୍ଦୀ ମାଝୀ, ଲୋକନାଥ ସୁନା, ବେଲମତୀ ସୁନା, ସନ୍ତୋଷିନୀ ନାୟକ, ଚମ୍ପା ମହାଲିଙ୍ଗ, ପୁଷ୍ପାଞ୍ଜଳି ଭୋଇ, ସରସ୍ୱତୀ ସାହୁ, ଗରିବ ସାହୁ, ସୁକାନ୍ତି ଧରୁଆ, ନରେଶ ବାଗ, ସୁଜିତ କରନ, ଉପାସି ନନ୍ଦ, ଟଙ୍କଧର ଗଡତ୍ଯା, ମଗନ ରାୟ, ଅରୁଣ ରାୟ ସହିତ ବିଭିନ୍ନ ମହିଳା ସଂଗଠନ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ଏହି ଅଭିଯାନକୁ ସମର୍ଥନ ଜନାଇଥିଲେ। ସରୋଜ କୁମାର ମେଶ୍ର ଧନ୍ୟବାଦ ଅର୍ପଣ  କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିର୍ଦ୍ଧାରିତ ଦର ଠାରୁ ଅଧିକ ପାର୍କିଂ ଦେୟ ନେଉଥିବା ଅଭିଯୋଗ ପରେ ବରପାଲି ରେଳ ପାର୍କିଂ ଠିକାଦାର କ୍ଷମା ପ୍ରାର୍ଥନା କଲେ   04-Jul-2026
  ଜିଲ୍ଲା  
ଖରସ୍ରୋତା ମହାବିଦ୍ୟାଳୟରେ ‘ଭାରତୀୟ ଜ୍ଞାନ ପରମ୍ପରାରେ ପରିବେଶ ବିଜ୍ଞାନ’ ଉପରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର   04-Jul-2026
  ଜିଲ୍ଲା  
ସୌଭିକଙ୍କ ସପକ୍ଷରେ ବାହାରିଲା ଓଡ଼ିଶା କ୍ରାନ୍ତି ମଞ୍ଚ ନିମକ ହାରାମିକୁ ଉଚିତ ଜବାବ ଦିଆଯିବ ।   04-Jul-2026
  ଜିଲ୍ଲା  
ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ:ଶପଥ ପାଠ ଓ କୁଇଜ ମାଧ୍ୟମରେ ସଚେତନତା   03-Jul-2026
  ଜିଲ୍ଲା  
ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   03-Jul-2026
  ଜିଲ୍ଲା  
ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   03-Jul-2026
  ଜିଲ୍ଲା  
କୁତୁର୍ଲା ପେକ୍ସ ପରିଦର୍ଶନ କଲେ ନରସିଂହ♦️ ଧାନ ବିକ୍ରିର ଶେଷ ଦିନରେ ମଧ୍ୟ ଉଠିପାରୁନାହିଁ ଚାଷୀଙ୍କ ଧାନ♦️୧୮ ଜଣ ଚାଷୀଙ୍କ ଆସିନାହିଁ ଟୋକନ, ଚାଷୀ ହତାଶ   03-Jul-2026
  ଜିଲ୍ଲା  
ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଗଣମାଧ୍ୟମ ଏବଂ ସମ୍ପର୍କିତ ସମ୍ମିଳନୀ♦️ ଓଡ଼ିଶାରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ୧୩ଜଣ ଡିଆଇପିଆରଓ ଙ୍କ ଯୋଗଦାନ   03-Jul-2026
  ଜିଲ୍ଲା  
ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା ଏବଂ ୨୫ରେ ବାହୁଡା଼ ଯାତ୍ରା   03-Jul-2026
  ଜିଲ୍ଲା  
ଓଡ଼ିଶାରେ ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ୧୦ ଜଣ ବରିଷ୍ଠ  ଆଇ ଏ ଏସ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ   03-Jul-2026
  ଜିଲ୍ଲା  
ଜାପାନୀ ସଂସ୍ଥା ସହ ଐତିହାସିକ ଚୁକ୍ତି, ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ଜାପାନୀ ବ୍ୟବସାୟୀକ ନେତୃବୃନ୍ଦଙ୍କ ସହ ସହଭାଗିତା, ରାଜ୍ୟରେ ହେବ ବ୍ୟାପକ ପୁଞ୍ଜିନିବେଶ   03-Jul-2026
  ଜିଲ୍ଲା  
କମଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ପଟେଲଙ୍କ ସେବା ନିବୃତ୍ତ,   03-Jul-2026

You Might Also Like