-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
22-Nov-2025
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଶିଶୁ ବୈଜ୍ଞାନୀକ ପ୍ରଦର୍ଶନୀ ଓ ବିଜ୍ଞାନ କୁଇଜ ପ୍ରତିଯୋଗିତା କନ୍ଦାଗାଡ଼ ଉଚ୍ଚ ବିଦ୍ୟାଳୟ ପରିସରରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷାଧିକାରୀ ଗଣେଶ କିଷାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କ ବୈଜ୍ଞାନିକ ଭାବନା ର ବିକାଶରେ ଶିଶୁ ବୈଜ୍ଞାନୀକ ପ୍ରଦର୍ଶନୀ ଓ ବିଜ୍ଞାନ କୁଇଜ ପ୍ରତିଯୋଗିତାର ଭୂମିକାକୁ ପ୍ରସଂଶା କରିଥିଲେ। ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ର ପ୍ରଫେସର
ଶାନ୍ତନୁ ସୁନା,ବିଦ୍ୟାଳୟ ପରିଚାଳନା ସମିତି ସଭାପତି ରାଜକିଶୋର ପଧାନ,ପୂର୍ବତନ ସଭାପତି ବାସୁଦେବ ନାଏକ, ଅତିରିକ୍ତ ଶିକ୍ଷାଧିକାରୀ ଜଗତ ମଲ୍ଲିକ,ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ପାଣ୍ଡେ, ବାଙ୍କୀପାଲି ସିଆରସିସି ସୁନୀଲ ସେଟ,। ଏହି ଅବସରରେ ଡୁଙ୍ଗୁରିପାଲି ଅଂଚଳ ର ବିଭିନ୍ନ ବିଦ୍ୟାଳୟ ର ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ବୈଶାଖୁ ପଧାନ,ନରେନ୍ଦ୍ର ସାହୁ, ଚତୁର୍ଭୁଜ ସାହୁ ଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ବ୍ଲକ ଶିକ୍ଷାଧିକାରୀ ଗଣେଶ କିଷାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଡୁଙ୍ଗୁରିପାଲି ପଂଚାୟତ ସମିତି ଉପାଧ୍ୟକ୍ଷ ମକରଧ୍ଵଜ ସାହୁ ମୁଖ୍ୟ ଅତିଥି, ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ପାଣ୍ଡେ,ବିଦ୍ୟାଳୟ ପରିଚାଳନା ସମିତି ସଭାପତି ରାଜକିଶୋର ପଧାନ,ପୂର୍ବତନ ସଭାପତି ବାସୁଦେବ
ନାଏକ, ଅତିରିକ୍ତ ଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଧା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆସନ୍ତା ୨୭ ନଭେମ୍ବରରେ ମହାରାଜା ଉଚ୍ଚ ବିଦ୍ୟାଳୟ ସୋନପୁର ରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ କୁଇଜ ପ୍ରତିଯୋଗିତା ରେ ଅଂଶ ଗ୍ରହଣ ପାଇଁ ଚୟନୀତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ସହ ପୁରସ୍କୃତ କରି ଥିଲେ। ବ୍ଲକର ୧୫ ଟି କ୍ଲଷ୍ଟର ରୁ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।