-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
22-Nov-2025
କଣ୍ଟାବାଞ୍ଜି(ମୋହନ ସୁନା): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟି ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ କଣ୍ଟାବାଞ୍ଜି ମାଟିର ମହୋତ୍ସବ କାର୍ଯ୍ୟାଳୟ ଠାରେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ସଭାପତି ବ୍ରଜ ଶ୍ୟାମ ଗୁରୁଙ୍କ ସଭାପତିତ୍ବରେ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି। ମାଟିର ଏକ ଉଜ୍ଜ୍ୱଳ ତାରକା ହେଉଛି ହ୍ୟୁମାନ ତାଙ୍କ ମୃତ୍ୟୁ ପରେ ଆମେ ବହୁ ଦୁଃଖିତ ଓ ମର୍ମାହତ। ଏହି ଅଞ୍ଚଳ ନାଁକୁ ରାଜ୍ୟସ୍ତରରେ ସବୁବେଳେ ହ୍ୟୁମାନ ରଖିଥିଲେ। ଆଜି ଆମ ଅଞ୍ଚଳର ଆଜି ତାର ଏକ ଅନେକ ପ୍ରତିଭାର ଏକ ତାରକା କୁ ହରାଇଛି। ତାଙ୍କ ଏହି ଶୂନ୍ୟ ସ୍ଥାନ କିଏ ମଧ୍ୟ ପୁରଣ କରି ପାରିବେ ନାହିଁ। ହ୍ୟୁମାନଙ୍କ ମୃତ୍ୟୁ ସରକାର ନଜର ଦେଇ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ କମିଟି ସରକାରଙ୍କୁ ଦାବୀ କରିଛି। ଏହି ଶୋଭାଯାତ୍ରା ରେ ସମ୍ପାଦକ ବେଦବ୍ୟାସ ନାଗ, ଦିନେଶ ମାହାନନ୍ଦ, ତୁଳସୀ ରାମ ଜଗତ, ପୁଷ୍ପ ବେହେରା, ନିଶିକାନ୍ତ ମାହାପତ୍ର, ରୋହନ କୁମାର ମହତ,ରାଜୁ ବାରିକ, ରାଜେନ୍ଦ୍ର ବେହେରା, ସତ୍ୟନାରାୟଣ ଅଗ୍ରୱାଲ, କିଶୋର ମାଝି, ପ୍ରକାଶ ପ୍ରଧାନ,ରାଜୁ ଶର୍ମା, ବସନ୍ତ ଭିତିରିଆ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।