-+91-9937148622 |

prerana_bgr@rediffmail.com |

  Sunday 5th July 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ପଂଚାୟତ ଆଦିବାସୀ ଉଚ୍ଚ ବିଦ୍ୟାଳୟ ମନହୀରା ଠାରେ ବନୋମହୋତ୍ସବ ସପ୍ତାହ ପାଳନ   (04-Jul-2026)       ||      କଟକ ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଏବେ ସନ୍ଧେହ ଘରରେ ?   (04-Jul-2026)       ||      କଟକ ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଏବେ ସନ୍ଧେହ ଘରରେ ?   (04-Jul-2026)       ||      ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପକ୍କା ଘର♦️ ବାରିପଦାରେ ୬୧ ଜଣ ହିତାଧିକାରୀଙ୍କୁ PMAY-U 2.0 କାର୍ଯ୍ୟାଦେଶ ପ୍ରଦାନ   (04-Jul-2026)       ||      କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ କେନ୍ଦ୍ରର ସ୍ୱୀକୃତି : ଭାରତ ସରକାରଙ୍କୁ ବରଗଡ଼ ସାଂସଦଙ୍କ କୃତଜ୍ଞତା   (04-Jul-2026)       ||      ନିର୍ଦ୍ଧାରିତ ଦର ଠାରୁ ଅଧିକ ପାର୍କିଂ ଦେୟ ନେଉଥିବା ଅଭିଯୋଗ ପରେ ବରପାଲି ରେଳ ପାର୍କିଂ ଠିକାଦାର କ୍ଷମା ପ୍ରାର୍ଥନା କଲେ    (04-Jul-2026)       ||      ଖରସ୍ରୋତା ମହାବିଦ୍ୟାଳୟରେ ‘ଭାରତୀୟ ଜ୍ଞାନ ପରମ୍ପରାରେ ପରିବେଶ ବିଜ୍ଞାନ’ ଉପରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର   (04-Jul-2026)       ||      ସୌଭିକଙ୍କ ସପକ୍ଷରେ ବାହାରିଲା ଓଡ଼ିଶା କ୍ରାନ୍ତି ମଞ୍ଚ ନିମକ ହାରାମିକୁ ଉଚିତ ଜବାବ ଦିଆଯିବ ।   (04-Jul-2026)       ||      ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ:ଶପଥ ପାଠ ଓ କୁଇଜ ମାଧ୍ୟମରେ ସଚେତନତା    (03-Jul-2026)       ||      ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   (03-Jul-2026)       ||      ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   (03-Jul-2026)       ||      କୁତୁର୍ଲା ପେକ୍ସ ପରିଦର୍ଶନ କଲେ ନରସିଂହ♦️ ଧାନ ବିକ୍ରିର ଶେଷ ଦିନରେ ମଧ୍ୟ ଉଠିପାରୁନାହିଁ ଚାଷୀଙ୍କ ଧାନ♦️୧୮ ଜଣ ଚାଷୀଙ୍କ ଆସିନାହିଁ ଟୋକନ, ଚାଷୀ ହତାଶ   (03-Jul-2026)       ||      ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଗଣମାଧ୍ୟମ ଏବଂ ସମ୍ପର୍କିତ ସମ୍ମିଳନୀ♦️ ଓଡ଼ିଶାରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ୧୩ଜଣ ଡିଆଇପିଆରଓ ଙ୍କ ଯୋଗଦାନ    (03-Jul-2026)       ||      ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା ଏବଂ ୨୫ରେ ବାହୁଡା଼ ଯାତ୍ରା   (03-Jul-2026)       ||      ଓଡ଼ିଶାରେ ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ୧୦ ଜଣ ବରିଷ୍ଠ  ଆଇ ଏ ଏସ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ    (03-Jul-2026)       ||      ଜାପାନୀ ସଂସ୍ଥା ସହ ଐତିହାସିକ ଚୁକ୍ତି, ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ଜାପାନୀ ବ୍ୟବସାୟୀକ ନେତୃବୃନ୍ଦଙ୍କ ସହ ସହଭାଗିତା, ରାଜ୍ୟରେ ହେବ ବ୍ୟାପକ ପୁଞ୍ଜିନିବେଶ   (03-Jul-2026)       ||      କମଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ପଟେଲଙ୍କ ସେବା ନିବୃତ୍ତ,   (03-Jul-2026)       ||      ଅବସରନେଲେ ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ ମହାନ୍ତି    (03-Jul-2026)       ||      ମାୟାବର୍ହ୍। ହାଇସ୍କୁଲରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ   (03-Jul-2026)       ||      ଝରୀଗାଁ ତହସିଲଦାର ଙ୍କ ବିରଦ୍ଧରେ ଥାନରେ ଲିଖିତ ଅଭିଯୋଗ*   (03-Jul-2026)       ||     

HOME   ଜିଲ୍ଲା

ଡି ଡବ୍ଲ୍ୟୁ ଓ ଙ୍କ ନାମରେ ଥାନାରେ ଏତଲା, ଆଉଟ ସୋର୍ସିଂ ସଂସ୍ଥାକୁ ବିଭାଗ ପକ୍ଷରୁ ନୋଟିସ୍

22-Nov-2025



ବଲାଙ୍ଗୀର(ମଳୟ  ମିଶ୍ରଙ୍କ ରିପୋର୍ଟ):  କିଛିଦିନ ତଳେ ବଲାଙ୍ଗୀରରେ ଶାଖା ଖୋଲିଥିବା ଦିଲ୍ଲୀର ଏକ ଆଉଟ୍ ସୋର୍ସିଂ ସଂସ୍ଥା ବଲାଙ୍ଗୀର ଜିଲ୍ଲାର  ଅନୁସୂଚିତ ଜାତି ଓ ଜନଜାତି ବିଭାଗ ବା ଆଦିବାସୀ କଲ୍ଯାଣ ବିଭାଗର  ଗୋଟିଏ ଲେଖାଏଁ ଏଫ୍ ଆର୍ ସେଲ୍ ସଂଯୋଜକ ଓ ମିସ୍ ଆସିଷ୍ଟାଣ୍ଡ୍ ପଦ ସକାଶେ ନିଯୁକ୍ତି ବିଜ୍ଞାପନ ଅନୁଯାୟୀ ପରୀକ୍ଷା କରାଯାଇଥିଲା । ପରେ ଏହା ୩ ଟି ଏଫ୍ ଆର୍ ସେଲ୍ ଓ ୩ ଟି ମିସ୍ ଆସିଷ୍ଟାଣ୍ଡ୍ ପଦ ବୋଲି ଉଲ୍ଲେଖ କରାଯାଉଛି ।  ଆହୁରି ମଧ୍ଯ ବିଭାଗ ପକ୍ଷରୁ ଏହା ୩ ଟି ଏଫ୍ ଆର୍ ପଦ ଏବଂ ସଂସ୍ଥା ପକ୍ଷରୁ ଏହା ମୋଟ ୬ ଟି ପଦ ମଗାଯାଇଥିଲେ ହେଁ ୮ ଜଣ ପ୍ରାର୍ଥୀ ଯୋଗାଇ ଦିଆଯାଇଥିବା ସଂସ୍ଥାର ଶାଖା ପରିଚାଳକ ରମେଶ ନାଗ କହୁଥିବା ବେଳେ ଭାରପ୍ରାପ୍ତ ଡି ଡବ୍ଲୁଓ ବନାମ ଏଡିଡବ୍ଲୁ ଓ ପ୍ରତାପ ଚନ୍ଦ୍ର ମହାନ୍ତି ସେ ମିଛ କହୁଥିବା ପ୍ରକାଶ କରନ୍ତି ।  ତେଣୁ ଏଥିରେ ତାଳମେଳ ରହୁ ନଥିବା ବେଳେ ସେ ଯାହାହେଉ, ଏଥିରେ ବଲାଙ୍ଗୀର ଡି ଡବ୍ଲୁଓ ଅଫିସ୍ ରେ ଚୟନ କମିଟି ଦ୍ବାରା   ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇ ସାକ୍ଷାତ୍ କାର ପରେ ଚୂଡାନ୍ତ ତାଲିକାରେ ରହିଥିବା ଟିଟିଲାଗଡର ବିଶ୍ବଜିତ୍ ଦାସ ନାମକ ଜଣେ ପ୍ରାର୍ଥୀଙ୍କୁ ନିଯୁକ୍ତି ନିମନ୍ତେ ଭାରପ୍ରାପ୍ତ ଡି ଡବ୍ଲୁଓ ପ୍ରତାପ କୁମାର ମହାନ୍ତି କୁଆଡେ  ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଓ ତାଙ୍କୁ ନିଯୁକ୍ତି ନ ଦେଇ ' ଟଙ୍କା ନ ଦେଲେ ନିଯୁକ୍ତି ମିଳିବ ନାହିଁ , ଯାଅ କାହାକୁ କହିବ କୁହ ! ଭିଜିଲାନ୍ସ,  ଆଣ୍ଟି କରପସନ୍ ବିଭାଗ , ସିବି ଆଇ , ଓ ଯାହାକୁ କହିଲେ ବି ମୋର କିଛି କରିପାରିବେ ନାହିଁ ବୋଲି କହି ତଡି ଦେଇଥିଲେ ବୋଲି ପ୍ରାର୍ଥୀ ବିଶ୍ବଜିତ ଦାସ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ , ସେହି ପଦରେ ସୁନୀଲ୍ କୁମାର ସୁନା ଓ ଜିଲ୍ଲା ବାହାରର ବରଗଡର ଜଣେ ପ୍ରାର୍ଥୀ ମୁକେଶ ନାଗଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ସେ ଉକ୍ତ ଅଭିଯୋଗରେ ପ୍ରକାଶ କରିଛନ୍ତି । ଏଣୁ ସେ  ଆର ଟି ଆଇ ତଥ୍ଯ  ମାଗିଥିବା ସହିତ ବଲାଙ୍ଗୀର ଟାଉନ ଥାନାରେ ଏ ସମ୍ପର୍କରେ ଏକ ଲିଖିତ ଏତଲା ଦେଇଥିବା କ୍ରମେ ଏକ ମାମଲା ଋଜୁ କରାଯାଇ ପୁଲିସ ମାମଲାର ତଦନ୍ତ କରୁଛି । 

ଏ ସମ୍ପର୍କରେ ଅଭିଯୁକ୍ତ ଭାରପ୍ରାପ୍ତ ଡି ଡବ୍ଲୁଓ ପ୍ରତାପ କୁମାର ମହାନ୍ତିଙ୍କୁ ପଚରାଯିବାରେ ସେ ଲାଞ୍ଚ ମାଗିବା ଅଭିଯୋଗକୁ ଅସ୍ୱୀକାର କରିବା ସହିତ ଏହି ନିଯୁକ୍ତି ପ୍ରକ୍ରିୟା ଏକ କମିଟି ଜରିଆରେ ହୋଇଥିବା ଓ ଏହାକୁ ଏକ ଆଉଟ୍ ସୋର୍ସିଂ ସଂସ୍ଥା ଦ୍ବାରା କରାଯାଇଥିବା ପ୍ରକାଶ କରିଛନ୍ତି । ତେବେ ବିଶ୍ବଜିତ୍ ଦାସ ତାଙ୍କ ବିରୁଦ୍ଧରେ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ସିଧାସଳଖ ଅଭିଯୋଗ ପ୍ରକାଶ କରୁଥିବା ବେଳେ , ଉକ୍ତ ଅଧିକାରୀ ' ହଁ , ତାଙ୍କ ପ୍ରତି ଅନ୍ଯାୟ ହୋଇଥିବା ସ୍ବୀକାର କରିବା ସହ ନିଯୁକ୍ତିର ଚୟନକମିଟିର ଅଧ୍ୟକ୍ଷ ଥିବା ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ପବିତ୍ର ବେହେରାଙ୍କୁ ଜଣାଇଥିବା ଓ ସେ କୁଆଡେ ' ମତେ ତା' ଭିତରେ ପୁରାଅ ନାହିଁ ' ବୋଲି ଏଡାଇ ଯାଉଥିବା ପ୍ରକାଶ କରିଛନ୍ତି ।

ତେଣୁ ସେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହି ଗତ ୧୫ ତାରିଖ ଦିନ ଉକ୍ତ  ଓରିଏନ୍ ସିକ୍ୟୁରିଟି ସଲ୍ୟୁସନ୍ ଆଉଟ୍ ସୋର୍ସିଂ ସଂସ୍ଥାର ବଲାଙ୍ଗୀର ରେଲୱେ ଷ୍ଟେସନ ରୋଡ୍ ରେ ଥିବା ଅଫିସ୍ କୁ ଏକ ଚିଠି ଜରିଆରେ ସଂସ୍ଥା ପକ୍ଷରୁ ଉକ୍ତ ପରୀକ୍ଷାଫଳର ମେରିଟ୍ ଲିଷ୍ଟ କ୍ରମିକ ନମ୍ବରକୁ ଏପଟ ସେପଟ କରି ଉକ୍ତ ଚାକିରୀଟି ଦେଇଥିବା ସୁନୀଲ୍ କୁମାର ସୁନାଙ୍କର ନିଯୁକ୍ତିରେ ଅନିୟମିତତା  କରାଯାଇଥିବାରୁ ନିଯୁକ୍ତିକୁ ବାତିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଅଭିଯୋଗ କ୍ରମେ ଆଉ ଜଣେ  ଚାକିରୀ ଦିଆଯାଇଥିବା ପ୍ରାର୍ଥୀ ମୁକେଶ ନାଗଙ୍କ ଘର ବରଗଡ ଜିଲ୍ଲାର ହୋଇଥିଲେ ହେଁ , ଉକ୍ତ ପ୍ରାର୍ଥୀଙ୍କ  ପକ୍ଷରୁ ପ୍ରଦତ୍ତ ପ୍ରମାଣପତ୍ର ସହ ଆତ୍ମବିବରଣୀରେ ବଲାଙ୍ଗୀର ଜିଲ୍ଲାର  ଛତାମଖନା , ଲାଦେରବାହାଲ ପ୍ରଦାନ କରାଯାଇ ଥିବାରୁ ତାହାର ଯାଞ୍ଚ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ପୁନଶ୍ଚ  ବରଗଡ ଜିଲ୍ଲାରେ ତାଙ୍କର ଭୋଟର ତାଲିକା ରହିଥିବା ଅଭିଯୋଗକାରୀ ବିଶ୍ବଜିତ ଦାସ ଦର୍ଶାଇଛନ୍ତି !  ଯଦିଓ ଏହା ପୁରୁଣା ଭୋଟର ତାଲିକା ହୋଇଥାଇପାରେ ବୋଲି ଉକ୍ତ ଆଉଟ୍ ସୋର୍ସିଂ ସଂସ୍ଥାର ଅଧିକାରୀ କହନ୍ତି ।

କୌତୁହଳର କଥା ଯେ ଉକ୍ତ ଭାରପ୍ରାପ୍ତ ଡିଡବ୍ଲୁଓ ଜଣକ ଏହି ଅନିୟମିତତା ଅଭିଯୋଗ ଥାନାରେ ଏତଲା ଦିଆଯିବା ସହ ଗଣମାଧ୍ୟମରେ ପ୍ରକାଶ ପାଇ ଚର୍ଚ୍ଚିତ ହେବାରୁ ସେ ଆତ୍ମରକ୍ଷା ନିମନ୍ତେ ଉକ୍ତ ଆଉଟ୍ ସୋର୍ ସିଂ ସଂସ୍ଥାର ମୁଣ୍ଡରେ ଅଠା ବୋଳିବାକୁ ଯାଇ ଯେଉଁ ସରକାରୀ ଚିଠିରେ ନିର୍ଦ୍ଦେଶ ଦେଇ ଚିଠି କରିଛନ୍ତି ; ସେ ଉତ୍ତର ଦେବେ କି ଯେ ସେ ନିଯୁକ୍ତି ପ୍ରକ୍ରିୟା ସ୍ବରୂପ ଚୟନକମିଟିର  ସ୍କୃଟିନୀ ପରେ କେବଳ ପ୍ରାର୍ଥୀଙ୍କ ନାମତାଲିକା ପଠାଇ ଥିଲେ ବି ,କାହିଁକି ସେମାନଙ୍କର ପାଇଥିବା ମାର୍କଲିଷ୍ଟ୍ ନ ପଠାଇ  ନିଜ ପାଖରେ ରଖିଥିଲେ  ?

ଏ ସମ୍ପର୍କରେ ବଲାଙ୍ଗୀର ରେଳଷ୍ଟେସନ ରୋଡରେ ଜଣକ ଘରେ ତିନିତାଲା ଉପରମହଲାରେ ଲୁଚିଲାପରି ଏକ ଭଡା କୋଣଘରେ ଅଫିସ୍ କରାଯାଇଥିବା  ଉକ୍ତ ଆଉଟ୍ ସୋର୍ସିଂ ସଂସ୍ଥାର ବଲାଙ୍ଗୀର ଅଧିକାରୀ ରମେଶ ନାଗ ଅଭିଯୋଗକାରୀ ବିଶ୍ବଜିତ ଦାସ (ଜଣେ ଗ୍ରାଜୁଏଟ୍)ଙ୍କ ଠାରୁ  ସୁନୀଲ କୁମାର ସୁନାଙ୍କର ଅଧିକ ଶିକ୍ଷାଗତ ଯୋଗ୍ଯତା(ପୋଷ୍ଟ ଗ୍ରାଜୁଏଟ୍) ଓ ଅଭିଜ୍ଞତା (୫ ବର୍ଷର) ରହିଥିବାରୁ ତାଙ୍କୁ ନିଯୁକ୍ତି ଦିଆଯାଇଥିବା ପ୍ରକାଶ କରିଛନ୍ତି । ତେବେ ଡି ଡବ୍ଲୁଓ ଉକ୍ତ ଚିଠି ତାଙ୍କୁ ପଠାଇ ଥିଲେ ହେଁ , ସେ କେଉଁ ଭିତ୍ତିରେ ତାଙ୍କୁ କଟାଯିବ , ଜିଲ୍ଲାପାଳ ଲେଖିକରି ଦିଅନ୍ତୁ ' ବୋଲି ଦାବି କରିଛନ୍ତି ।  ବିଶ୍ବଜିତ ଦାସଙ୍କ ନାମରେ ଜଣେ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ  ସହ ଲୋକଙ୍କୁ ଜଙ୍ଗଲ ଜମିର ପାର୍ଚ୍ଚା କରିଦେବାକୁ ଟଙ୍କା ମାଗୁଥିବା ପରି ବହୁ ଗୁରୁତର ଅଭିଯୋଗ ରହିଥିବା ସେ ପ୍ରକାଶ କରିଛନ୍ତି ।

ସେ ଆହୁରି ବି ପ୍ରକାଶ କରିଛନ୍ତି ଯେ ଗତ ୨ ବର୍ଷ ହେଲାଣି  ୧୮ + ୪ ଟି ପଦର ପ୍ରାୟ ୨. ୫ ଲକ୍ଷ ଟଙ୍କାର ଏଗ୍ରିମେଣ୍ଟ କରିଥିଲେ ହେଁ , ଉକ୍ତ ଅଧିକାରୀ ନିଯୁକ୍ତି ନ ଦେଇ ପକାଇ ରଖିବାର ଉଦ୍ଦେଶ୍ଯ  ଅସ୍ପଷ୍ଟ  ।

ପ୍ରକାଶଯୋଗ୍ୟ ଯେ , ଉକ୍ତ ବିବଦମାନ ହୋଇଥିବା ମାସିକ ୩୫ ହଜାର ଟଙ୍କାର  ଓ ମାସିକ ୨୫ ହଜାର ଟଙ୍କାର  ମିସ୍ ଆସିଷ୍ଟାଣ୍ଡ ଚାକିରୀ ପାଇଁ ଉକ୍ତ ଆଉଟ୍ ସୋର୍ସିଂ ସଂସ୍ଥାର ଜରିଆରେ ଏହା କରାଯାଇଥିଲେ ହେଁ , ଦିଲ୍ଲୀର ମୁଖ୍ଯ ଅଫିସ୍ ବୋଲି ବିଜ୍ଞାପିତ ଏହି ତଥାକଥିତ ଆନ୍ତର୍ଜାତିକ କର୍ମନିୟୋଜନ ସଂସ୍ଥାର  ବିଶ୍ବସନୀୟତା ସମ୍ପୂର୍ଣ୍ଣ ସନ୍ଦେହମୁକ୍ତ ନୁହେଁ ବୋଲି ଏହାର ସ୍ଥାନୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଦେଖିଲେ ପ୍ରତୀୟମାନ୍ ହେଉନାହିଁ ।  

ଡିଡବ୍ଲୁଓ ବିଭାଗର ଏଫ୍ ଆର୍ ସେଲ୍ ସଂଯୋଜକ ଭାବେ ପରୀକ୍ଷା ଦେଇ ଏଭଳି ଲାଞ୍ଚ ମାଗୁଥିବାର ଅଭିଯୋଗକାରୀ ଓ ତାଙ୍କର ଏହି ଅନ୍ଯାୟ ବିରୋଧରେ ସ୍ବର ଉତ୍ତୋଳନ କେବଳ ଜାତୀୟ ସ୍ତରରେ ନୁହଁ , ଅନ୍ତର୍ଜାତୀୟ ସ୍ତରର ଖବର ବୋଲି ଆସ୍ଫାଳନ କରୁଥିବା ବିଶ୍ବଜିତ ଦାସ ସଂପ୍ରତି ବଙ୍ଗୋମୁଣ୍ଡା ତହସିଲର ଏଫ ଆର୍ ସେଲ୍ ସଂଯୋଜକ ଭାବରେ ଅବସ୍ଥାପିତ ଅଛନ୍ତି ଓ ଟିଟିଲାଗଡ ଉପଖଣ୍ଡ ସ୍ତରର ସଂଯୋଜକ ଭାବରେ ଆଶାୟୀ ପ୍ରାର୍ଥୀ ଅଟନ୍ତି । ତାଙ୍କୁ ଡିଡବ୍ଲୁଓ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବାର ସେ କ'ଣ ପ୍ରମାଣ ରଖିଛନ୍ତି ? ' ବୋଲି ପଚାରିବାରୁ ସେ 'ପରେ ପର୍ସନାଲି କହିବେ' ବୋଲି କହି ଏଡାଇ ଯାଇଥିବାରୁ ଏ ନେଇ ସନ୍ଦେହ ରହିଛି । ଅପରପକ୍ଷରେ ସେ ଏହି ଲାଞ୍ଚ ମାଗିଥିବା ପ୍ରମାଣିତ ହେଲେ , ଚାକିରୀ ଛାଡିଦେବେ ବୋଲି ମିଡିଆ ଆଗରେ ଭାରପ୍ରାପ୍ତ ଡିଡବ୍ଲୁଓ ଦୃଢୋଽକ୍ତି ପ୍ରକାଶ କରିଛନ୍ତି । ତେବେ କେଉଁଠି ନା କେଉଁଠି ଏହି ଚାକିରୀ ପାଇଁ ଏହି ପରିମାଣର ଲାଞ୍ଚ କାରବାର ହେଉଥିବା ସନ୍ଦେହ ରହିଛି ।

ସେହିପରି ଏବେ ବଲାଙ୍ଗୀର ଏଫ ଆର୍ ସଂଯୋଜକ ଚାକିରୀ ପାଇଥିବା ସୁନୀଲ୍ କୁମାର ସୁନା ବଲାଙ୍ଗୀର ଡିଆରଡିଏ ବା ଜିଲ୍ଲାପରିଷଦ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଓରିଏନ୍ ସଂସ୍ଥା ପକ୍ଷରୁ ପ୍ରକାଶ  । ଏଣୁ ବଲାଙ୍ଗୀର ପରି ଶିକ୍ଷିତବେକାର ବହୁଳ ଏକ ଜିଲ୍ଲାରେ ବିଭିନ୍ନ ଏଭଳି ବିଭାଗ ହେଉ ଅଥବା ତଥାକଥିତ ଏଭଳି ଆଉଟ୍ ସୋର୍ସିଂ ସଂସ୍ଥା ଜରିଆରେ ହେଉ , ଭିତିରିଆ  ଫିକ୍ସିଂରେ ଲକ୍ଷ  ଲକ୍ଷ  ଟଙ୍କାର ଲାଞ୍ଚ କାରବାର ହୋଇ ଚାକିରୀ ବିକ୍ରି କରାଯାଉଥିବା ଘଟଣା ଲୋକଲୋଚନକୁ ଆସିଛି ।

ତେବେ ଏଥିରୁ ଗତ ଫେବୃୟାରୀରୁ ଅଦ୍ୟାବଧି ଉକ୍ତ ଭାରପ୍ରାପ୍ତ ଡିଡବ୍ଲୁଓ ବନାମ ଏଡିଡବ୍ଲୁଓଙ୍କ ବିରୁଦ୍ଧରେ ଏଭଳି ଆହୁରି ଅନ୍ଯାନ୍ଯ କେଳେଙ୍କାରୀର ଅଭିଯୋଗ ରହିଛି । ତା' ମଧ୍ଯରେ ଜିଲ୍ଲାର ଆବାସିକ ବିଦ୍ୟାଳୟ , ଅନ୍ବେଷା ହଷ୍ଟେଲ ଓ ସ୍କୁଲ ଗୁଡିକୁ ଯୋଗାଯାଉଥିବା ଆସବାବପତ୍ରର ବ୍ୟୟ ସହ ଅନ୍ଯାନ୍ଯଥିରୁ  ନିୟମିତ ବଟି ନେବା ପ୍ରଚୁର ଅର୍ଥ ବାଟମାରଣା ର ଅଭିଯୋଗ ଅନ୍ୟତମ । ଏହା ସହ ଗେଷ୍ଟ ଟିଚର ନିଯୁକ୍ତି ଫିକ୍ସିଂ , ହଷ୍ଟେଲ ସିସିଏ ଓ ମେଟ୍ରନ୍ ନିଯୁକ୍ତିର ଫିକ୍ସିଂ , ହଷ୍ଟେଲ ଖୋଲିବାରେ ଅହେତୁକ କାଳକ୍ଷେପଣ ଓ ବଦଳି ସହ ସୁବିଧାଜନକ ନିଯୁକ୍ତି ଇତ୍ୟାଦିର ଅନିୟମିତତାର ଚର୍ଚ୍ଚା ହେଉଛି । ରାଜ୍ୟରେ ଉପଯୁକ୍ତ ଡି ଡବ୍ଲୁଓ ପଦ ପୂରଣ ନିମନ୍ତେ ଅଧିକାରୀ ମିଳୁ ନ ଥିବାର ଆଳରେ ଏହିପରି ଭାରପ୍ରାପ୍ତ ଅଧିକାରୀଙ୍କୁ ଅବସ୍ଥାପିତ କରାଯିବାରେ ଉପରସ୍ତରରେ ମଧ୍ଯ ଥଇଥାନର ଫିକ୍ସିଙ୍ଗ ହେଉଥିବା ଆଲୋଚନା ହେଉଛି । ତେଣୁ ଏହି ଗୋଟିଏ ନିଯୁକ୍ତି ଅନିୟମିତତା ଅଭିଯୋଗ ଓ ପୁଲିସ ମାମଲା ପରିପ୍ରେକ୍ଷୀରେ ସରକାର ଭିଜିଲାନ୍ସ ତଦନ୍ତର ନିର୍ଦ୍ଦେଶ ଦେବାକୁ ଦାବିହେଉଛି । ଚିରାଚରିତ ଢଙ୍ଗରେ ଟାଉନ୍ ଥାନା ପୁଲିସ ' ତଦନ୍ତ ଚାଲିଛି ' ଆଳରେ ଏ ସମ୍ପର୍କରେ କିଛି ସ୍ପଷ୍ଟ କରିନାହିଁ ।

ଅନୁରୂପ ଭାବେ ଏଭଳି ଆଉଟ୍ ସୋର୍ସିଂ ସଂସ୍ଥା ଗୁଡିକର କାରସାଦୀ ସନ୍ଦେହ ସୃଷ୍ଟି କରୁଛି । ଏଣୁ ଏହି ଉଭୟ ବିଭାଗୀୟ ଓ ଘରୋଇ ସଂସ୍ଥାର ସ୍ଥାନୀୟ ଅଧିକାରୀଙ୍କ ସହ ଏହିପରି ତଥାକଥିତ ନିଯୁକ୍ତିକମିଟିର ମଧୁଚନ୍ଦ୍ରିକାରେ ଚାକିରୀ ପ୍ରଦାନ ଅନିୟମିତତା ଉପରେ ସରକାରଙ୍କର ଦୃଷ୍ଟିଆକର୍ଷଣ କରାଯାଉଛି । ଜିଲ୍ଲାରେ ଏବେ ମୋଟ କେତୋଟି ଆଉଟ୍ ସୋର୍ସିଂ ସଂସ୍ଥା କେଉଁ କେଉଁ ବିଭାଗ ସହ ଅନୁବନ୍ଧିତ ହୋଇ ଚାକିରୀ ବିକୁଛନ୍ତି , ତାହାର ମଧ୍ଯ ଏକ ଅନୁସନ୍ଧାନ ହେବା ଜରୁରୀ ବୋଲି ଜନମତ ପ୍ରକାଶ ପାଉଛି । 

ଅତଃପର ଏହି ଅଭିଯୋଗ ଓ ବିବାଦରୁ  ପ୍ରାର୍ଥୀଙ୍କ ଦୁଇଟି ସ୍ଥାନରେ ବାସସ୍ଥାନ , ଗୋଟିଏ ଚାକିରୀ କରି ଆଉ ଏକ ପଦ ନିମନ୍ତେ ପରୀକ୍ଷାଦେବା , ବିଭାଗ ପକ୍ଷରୁ ଆଉଟ୍ ସୋର୍ସିଂ ସଂସ୍ଥାକୁ ଚୟନିତ ପ୍ରାର୍ଥୀଙ୍କ ସବିଶେଷ ବିବରଣୀର ତାଲିକା ନ ଦେବା , ଏଭଳି ଚାକିରୀ ଦେଉଥିବା ତଥାକଥିତ ଆଉଟ୍ ସୋର୍ସିଂ ସଂସ୍ଥାର ଅନଭିଜ୍ଞ ଅଳ୍ପବୟସ୍କ ଅଧିକାରୀଙ୍କ ଦ୍ବାରା ଏଭଳି ଗୁରୁତ୍ବପୂର୍ଣ୍ଣ ସରକାରୀ କର୍ମନିୟୋଜନ ପରିଚାଳନା ଓ ସମସ୍ତେ ସବୁଜାଣି ଅନିୟମିତତାର ସୁଯୋଗ ଦେଉଥିବା ସହ ଚାକିରୀ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ କାରବାର ହେଉଥିବାର ଅଭିଯୋଗ ଓ ପ୍ରତ୍ୟଭିଯୋଗ କରାଯିବା ଆଦି ବହୁବିଧ ଦୁର୍ନୀତି ଧରାପଡିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ପଂଚାୟତ ଆଦିବାସୀ ଉଚ୍ଚ ବିଦ୍ୟାଳୟ ମନହୀରା ଠାରେ ବନୋମହୋତ୍ସବ ସପ୍ତାହ ପାଳନ   04-Jul-2026
  ଜିଲ୍ଲା  
କଟକ ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଏବେ ସନ୍ଧେହ ଘରରେ ?   04-Jul-2026
  ଜିଲ୍ଲା  
କଟକ ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଏବେ ସନ୍ଧେହ ଘରରେ ?   04-Jul-2026
  ମହାନଗର  
ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପକ୍କା ଘର♦️ ବାରିପଦାରେ ୬୧ ଜଣ ହିତାଧିକାରୀଙ୍କୁ PMAY-U 2.0 କାର୍ଯ୍ୟାଦେଶ ପ୍ରଦାନ   04-Jul-2026
  ଜିଲ୍ଲା  
କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ କେନ୍ଦ୍ରର ସ୍ୱୀକୃତି : ଭାରତ ସରକାରଙ୍କୁ ବରଗଡ଼ ସାଂସଦଙ୍କ କୃତଜ୍ଞତା   04-Jul-2026
  ଜିଲ୍ଲା  
ନିର୍ଦ୍ଧାରିତ ଦର ଠାରୁ ଅଧିକ ପାର୍କିଂ ଦେୟ ନେଉଥିବା ଅଭିଯୋଗ ପରେ ବରପାଲି ରେଳ ପାର୍କିଂ ଠିକାଦାର କ୍ଷମା ପ୍ରାର୍ଥନା କଲେ   04-Jul-2026
  ଜିଲ୍ଲା  
ଖରସ୍ରୋତା ମହାବିଦ୍ୟାଳୟରେ ‘ଭାରତୀୟ ଜ୍ଞାନ ପରମ୍ପରାରେ ପରିବେଶ ବିଜ୍ଞାନ’ ଉପରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର   04-Jul-2026
  ଜିଲ୍ଲା  
ସୌଭିକଙ୍କ ସପକ୍ଷରେ ବାହାରିଲା ଓଡ଼ିଶା କ୍ରାନ୍ତି ମଞ୍ଚ ନିମକ ହାରାମିକୁ ଉଚିତ ଜବାବ ଦିଆଯିବ ।   04-Jul-2026
  ଜିଲ୍ଲା  
ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ:ଶପଥ ପାଠ ଓ କୁଇଜ ମାଧ୍ୟମରେ ସଚେତନତା   03-Jul-2026
  ଜିଲ୍ଲା  
ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   03-Jul-2026
  ଜିଲ୍ଲା  
ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   03-Jul-2026
  ଜିଲ୍ଲା  
କୁତୁର୍ଲା ପେକ୍ସ ପରିଦର୍ଶନ କଲେ ନରସିଂହ♦️ ଧାନ ବିକ୍ରିର ଶେଷ ଦିନରେ ମଧ୍ୟ ଉଠିପାରୁନାହିଁ ଚାଷୀଙ୍କ ଧାନ♦️୧୮ ଜଣ ଚାଷୀଙ୍କ ଆସିନାହିଁ ଟୋକନ, ଚାଷୀ ହତାଶ   03-Jul-2026

You Might Also Like