-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
21-Nov-2025
ବଲାଙ୍ଗୀର(ପ୍ରେରଣା ଖବର): ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗୀରରେ ବିଶ୍ୱ ଦର୍ଶନଶାସ୍ତ୍ର ଦିବସ ପାଳିତ ହୋଇଯାଇଛି I ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ଦ୍ୱାରା ଆୟୋଜିତ ଉକ୍ତ ଉତ୍ସବରେ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ କୁମାର ଓଝା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ବଳରାଜ ସିଂହଦେଓ ଯୋଗଦେଇଥିଲେ I ଏହି ଅବସରରେ ଶ୍ରୀ ସିଂହଦେଓ ଜୀବନ ଓ ଦର୍ଶନଶାସ୍ତ୍ର ସମ୍ପର୍କରେ ନିଜ ଅଭିଭାଷଣ ରଖିଥିଲେ I ବିଭାଗୀୟ ମୁଖ୍ୟ ସଂଯୁକ୍ତା କୁମାରୀ ନାୟକ ସ୍ୱାଗତ ଭାଷଣ ତଥା ଅତିଥିଙ୍କ ପରିଚୟ ପ୍ରଦାନ କରିଥିବାବେଳେ ବିଭାଗୀୟ ଛାତ୍ରୀ ନନ୍ଦିନୀ ସିଂହ ସଭା ସଂଚାଳନ ଦାୟିତ୍ୱ ନିର୍ବାହ କରିଥିଲେ I ଏ ଅବକାଶରେ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ମମତା ଅଦାବରୀଆ ( ୧ମ ସ୍ଥାନ ), ଅଙ୍କିତା ସାହୁ ( ୨ୟ ସ୍ଥାନ ) ଏବଂ ମୃଣାଳୀ ବାରିକ (୩ୟ ସ୍ଥାନ ) ପ୍ରଭୃତିଙ୍କୁ ସମ୍ମାନିତ କରାଯାଇଥିଲା I ବିଭାଗୀୟ ଅଧ୍ୟାପକ ରାକେଶ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଉତ୍ସବରେ ସମସ୍ତ ବିଭାଗୀୟ ଛାତ୍ରୀ ଉପସ୍ଥିତ ଥିଲେ I