-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
31-Jan-2021
କୋଲକାତା,(ପ୍ରେରଣା ଖବର ବ୍ୟୁରୋ) : ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏଞ୍ଜିଓପ୍ଲାଷ୍ଟି ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ତାଙ୍କୁ ଏକ ସପ୍ତାହ ପାଇଁ ବିଶ୍ରାମ ନେବା ପାଇଁ ପରାମର୍ଶ ଦିଆଯାଇଛି । ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର କହିଛନ୍ତି ।
ନିକଟରେ ଗାଙ୍ଗୁଲି ହୃଦଘାତର ଶିକାର ହୋଇଥିଲେ । ସେ ଚଳିତ ବର୍ଷର ଆରମ୍ଭରୁ ଏବେସୁଦ୍ଧା ତାଙ୍କର ୨ ଥର ଏଞ୍ଜିଓପ୍ଲାଷ୍ଟି ହୋଇଛି । ତାଙ୍କ ଧମନୀରେ ରକ୍ତ ଜମାଟ ବାନ୍ଧିଥିବାରୁ ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ପ୍ରଥମ ଥର ଏଞ୍ଜିଓପ୍ଲାଷ୍ଟି ପରେ ଗାଙ୍ଗୁଲି ସୁସ୍ଥ ଅନୁଭବ କରିଥିଲେ । ଏହାସହ ଆଇପିଏଲ ପ୍ରସ୍ତୁତିର ସମୀକ୍ଷା ମଧ୍ୟ କରିଥିଲେ । କିନ୍ତୁ ପରେ ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ପ୍ରଥମେ ଜାନୁଆରୀ ୨ରେ ଗାଙ୍ଗୁଲିଙ୍କୁ ହୃଦଘାତ ହୋଇଥିଲା । ଏହାପରେ ତାଙ୍କର ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା । କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ସେତେବେଳେ ଗାଙ୍ଗୁଲି ଥିଲେ । ଜାନୁଆରୀ ୨୭ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡିଥିଲା । ଏହାପରେ ତାଙ୍କୁ କୋଲକାତାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ କ୍ରିଟିକାଲ କେୟାର ୟୁନିଟରେ ରହି ଚିକିତ୍ସିତ ହେଉଥିଲେ ।