-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||     

HOME   ଜିଲ୍ଲା

*ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଟିତ*-

17-Nov-2025



ସୋନପୁର (ମନୋରଞ୍ଜନ ତ୍ରିପାଠୀ) ସାଇ ସନ୍ତୋଷୀ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣ  ରେ ବିନିକା ବ୍ଲକ ର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ସୁବ୍ରତ କୁମାର ପୁରୋହିତ ଙ୍କ ସଂଯୋଜନା ରେ ଅନୁଷ୍ଟିତ ସଭାରେ ବିନିକା ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ରୁ ୪୫୦ ରୁ ଅଧିକ ମତ୍ସ୍ୟଜୀବୀ ଏବଂ ପ୍ରାଣୀ ପାଳକ ତଥା ସ୍ଵୟଂ ସହାୟକ ଗୋଷ୍ଠୀ ଦଳ ର ମାଁ ମାନେ ଅଂଶ ଗ୍ରହଣ କରି ଥିଲେ ।ଏତତ୍ ବ୍ୟତୀତ ଜନ ସାଧାରଣ, ପଞ୍ଚାୟତ ସମିତିର ସଭ୍ୟ ସଭ୍ୟା, ସରପଞ୍ଚ,ଜିଲ୍ଲା ପରିଷଦ ସଦସ୍ୟ , ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ କର୍ମଚାରୀ, ତାଙ୍କର ସହାୟକ କର୍ମଚାରୀ ସମସ୍ତେ ଉପସ୍ଥିତ ଥିଲେ । ମାନ୍ୟବର  ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ମେଳା ଓ ପ୍ରଦର୍ଶନୀ କୁ  ଉଦ୍ଘାଟନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ର ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ମୃତ୍ୟୁଞ୍ଜୟ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ସଭା ରେ ମୁଖ୍ୟ ଅତିଥି ରୂପେ ମାନ୍ୟବର  ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ଯୋଗ ଦେଇ ଉପସ୍ଥିତ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଶ୍ରୀଯୁକ୍ତ ବିଶ୍ବମ୍ବର ମିଶ୍ର  , ସାଂସଦ ପ୍ରତିନିଧି  , ଶ୍ରୀଯୁକ୍ତ ସୁବାଷ ଭୋଏ  ,ଅଧ୍ୟକ୍ଷ ବିନିକା NAC,ଶ୍ରୀଯୁକ୍ତ ଅଶୋକ କୁମାର ପୃଷ୍ଟି , ସରପଞ୍ଚ ସଙ୍କରା , ଶ୍ରୀ ବିଜୟ କୁମାର ସାହୁ,ଜିଲ୍ଲା ମତ୍ସ୍ୟ ଅଧିକାରୀ, ସୁବର୍ଣ୍ଣପୁର ,ଶ୍ରୀଯୁକ୍ତ  ମଣ୍ଟୁ ଖମାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନିକା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବରେ ଡା ରଞ୍ଜନ କୁମାର ଦାସ , ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିନିକା ବ୍ଲକର ଚାରି ଜଣ ଅଗ୍ରଣୀ ମତ୍ସ୍ୟ ଚାଷୀ ଏବଂ ଚାରି ଜଣ ପ୍ରାଣୀପାଳକ ଓ କୁକୁଡ଼ା ପାଳନ ତଥା ପଞ୍ଚାୟତ ପୋଖରୀ ରେ ମାଛ ଚାଷ ପାଇଁ  ସ୍ଵୟଂ ସହାୟକ ଦଳ ଙ୍କୁ ପୁରସ୍କୃତ କରାଯାଇଥିଲା । 

 


 ଦୁଇ ଜଣ ପ୍ରାଣୀ ପାଳକ ଓ ଜଣେ ମତ୍ସ୍ୟ ଚାଷୀ ଙ୍କୁ ନୂତନ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା।ଏହି ଅବସର ରେ ଚାଷୀ-ବିଶେଷଜ୍ଞ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମତ୍ସ୍ୟ ବିଶେଷଜ୍ଞ ଭାବରେ ଗୋଲାପି ବାଡା,ସହକାରୀ ମତ୍ସ୍ୟ ଅଧିକାରୀ, ଡୁଙ୍ଗୁରିପାଲି ଓ ଶ୍ରବଣ କୁମାର କହର୍ ସହକାରୀ ମତ୍ସ୍ୟ ଅଧିକାରୀ, ଉଲୁଣ୍ଡା ଏବଂ ପ୍ରାଣୀ ସମ୍ପଦ ବିଶେଷଜ୍ଞ ଭାବରେ ଡ଼ା ଦୁର୍ଗା ପ୍ରସାଦ ତ୍ରିପାଠୀ,ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ, ସୋନପୁର ଓ ଡା କୃଷ୍ଣଚନ୍ଦ୍ର ମହନ୍ତ, ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ  ବୀରମହାରାଜ ପୁର ପ୍ରମୁଖ ଯୋଗ ଦେଇ ଚାଷୀ ଙ୍କୁ ମତ୍ସ୍ୟ ଚାଷ ଓ ପ୍ରାଣୀ ପାଳନ ସମ୍ପର୍କିତ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ଦଳଗତ ନୃତ୍ୟ ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ପାଲା ଓ କରମସାନୀ ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମ ରେ ସରକାରୀ ଯୋଜନା ସମୂହ ର ପ୍ରଚାର ପ୍ରସାର କରାଯାଇଥିଲା।

ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ହଉଛି ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷ ରେ ଉତ୍ପାଦନ ବୃଦ୍ଧି କରିବା, ତୃଣମୂଳ ସ୍ତରରେ ଗ୍ରାମୀଣ ଅର୍ଥ ନୀତି ର ବିକାଶ ପାଈଁ ପ୍ରାଣୀ ପାଳନ କୁକୁଡ଼ା ପାଳନ ମତ୍ସ୍ୟ ଚାଷ କିପରି ସହାୟକ ହେଇପାରିବ । ମତ୍ସ୍ୟ ଚାଷ ମାଧ୍ୟମରେ ସ୍ବାବଲମ୍ବୀ ଚାଷୀ ତଥା ଉଦ୍ୟୋଗୀ ସୃଷ୍ଟି କରିବା ଏବଂ ପ୍ରାଣୀ ସମ୍ପଦ କୁ ନିରୋଗ ଏବଂ ନିରାମୟ ରଖିବା।ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାକୁ ଆୟୋଜନ କରିଥିଲେ ଡ଼ା ଗିରିଜା ଶଙ୍କର ଦାସ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ବିନିକା , ଡା ଏମ୍. ରମ୍ୟା ପ୍ରାଣୀ ଚିକିତ୍ସା ଅଧିକାରୀ ଏମ୍. ଭି. ୟୁ l ଏଥିରେ ସହ ଆୟୋଜିକା ଥିଲେ  ବିନିକା ର ସୁଶ୍ରୀ ସଂଗୀତା କିଶାନ୍ ,ସହକାରୀ ମତ୍ସ୍ୟ ଅଧିକାରୀ,ବିନିକା ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ଆୟୋଜନ କରିବାରେ  ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ର ସମସ୍ତ କର୍ମଚାରୀ ସହାୟତା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026

You Might Also Like