-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
17-Nov-2025
ମୁରିବାହାଲ, ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ପକ୍ଷରୁ ଫରେଷ୍ଟ ବଙ୍ଗଳା ଠାରେ ସଭାପତି ପ୍ରଫୁଲ୍ଲ ବଘାରଙ୍କ ସଭାପତିତ୍ୱରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଥିଲା । ଏକତା ଆମ ସମସ୍ତଙ୍କ ପୁଞ୍ଜି ଅଟେ ଆମର ଏକତା ସମଗ୍ର ଓଡ଼ିଶାରେ ଉଦାହରଣ ସୃଷ୍ଟି କରିବ ବୋଲି ସଭାପତି କହିଥିଲେ l ସମସ୍ୟାର ଖବର ନିରନ୍ତର ଭାବେ ସରକାର, ପ୍ରଶାସନ ଓ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଆଗେଇ ଆସିବା ପାଇଁ ଆଲୋଚନା ହୋଇଥିଲା।ଅଞ୍ଚଳର ବିଭିନ୍ନ ବିକାଶମୁଖୀ କାର୍ଯ୍ୟରେ ସାମ୍ବାଦିକ ମାନେ ଆଗେଇ ଆସିବା ସହ ସାଧାରଣ ଲୋକଙ୍କ ସ୍ୱର ହେବା ପାଇଁ ମତପ୍ରକାଶ ପାଇଥିଲା । କାର୍ଯ୍ୟକାରୀ ସଭାପତି ମନୋଜ କୁମାର କର ସଭା ସଂଯୋଜନା କରିଥିଲେ । ସଂଘର ମୁଖ୍ୟଉପଦେଷ୍ଟା ସୁଦାମ ଚରଣ ବଘାର, ଉପଭାପତି ରାଜୀବ ମହାନ୍ତି, ସମ୍ପାଦକ ଶରତପତି ଶାଣ୍ଢ,ସହ ସମ୍ପାଦକ ତରଣୀସେନ ମେହେର, କୋଷାଧ୍ୟକ୍ଷ ଅମରେଶ ମାଝୀ, ଲକ୍ଷ୍ମୀକାନ୍ତ ଧରୁଆ,ଉଦ୍ଧବ ଦାସ, ଶଙ୍କର ମାଝୀ, ତୁଳସୀରାମ ଭୋଇ, ଲବ ପଧାନ,ଆଇନ ପରାମର୍ଶଦାତା ଜୟଦୀପ ପୁରୋହିତ, ଶମ୍ଭୁ ପ୍ରସାଦ ଭୋଇ, ସାମାଜିକ ପରାମର୍ଶଦାତା ଅଗସ୍ତି ବଘାର,ସୁଧାଂଶୁ ପୋଡ଼ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।