-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
30-Jan-2021
କଳାହାଣ୍ଡି, କୋକସରା(ତ୍ରିନାଥ ବେଶ୍ରl): ବାଜିଲାନି ବାଜା, ଜଳିଲାନି ରୋଷଣୀ , ନା ହେଲା ହୋମ ନା ହେଲା ମନ୍ତ୍ରପାଠ ,ହେଲେ ସରିଲା ବାହାଘର । ମନ୍ତ୍ର ବଦଳରେ ବୁଦ୍ଧ ଶରଣ ,ଅଗ୍ନି ବଦଳରେ ସମ୍ବିଧାନକୁ ସାକ୍ଷୀ ରଖି ଏକ ନିଆରା ଢଙ୍ଗରେ ବିବାହ ସମ୍ପନ୍ନ ହୋଇଥିବା ଦେଖିବାକୁ ମିଳିଛି ।ଧର୍ମଗଡ଼ ସ୍ଥିତ ଆମ୍ବେଦକର ପ୍ରତିମୂର୍ତ୍ତି ତଳେ ଛିଡ଼ାହୋଇ ସମ୍ବିଧାନକୁ ସାକ୍ଷୀରଖି ବିବାହ ବନ୍ଧନରେ ଛନ୍ଦିହୋଇ ଯାଇଛନ୍ତି ପ୍ରେମୀ ଯୁଗଳ । କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଉଛଲା ଗ୍ରାମର ଧନପତି ବାଗ ଓ ସେହି ଗ୍ରାମର ରଚନା ନାଗ ଦୀର୍ଘ ଦିନ ଧରି ଉଭୟେ ପରସ୍ପରକୁ ଭଲ ପାଇଥିଲେ । ସମୟ କ୍ରମେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତି ନେଲେ । କିନ୍ତୁ ଅଲଗା ଜାତି ହୋଇଥିବାରୁ ସାମାଜିକ ରୀତିନୀତିରେ ବିବାହ ହେବା ସ୍ୱୀକୃତି ମିଳିନ ଥିଲା।ଶେଷରେ ଧର୍ମଗଡ଼ କୋର୍ଟ ରେ ରେଜିଷ୍ଟ୍ରି ମେରେଜ କରି ଆମ୍ବେଦକର ପ୍ରତିମୂର୍ତ୍ତି ତଳେ ବୁଦ୍ଧ ବନ୍ଦନା ସହ ସମ୍ବିଧାନକୁ ସାକ୍ଷୀ ରଖି ଜନ୍ମ ଜନ୍ମlନ୍ତର ସାଥୀରେ ବାନ୍ଧିହୋଇ ଅଞ୍ଚଳ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ନିଆରା ବିବାହ ଉତ୍ସବରେ ଆଇନଜୀବୀ ଦିଗାମ୍ବର ଦୁରିଆ,ସମାଜସେବୀ ଢଗମାଲ୍ୟ ନାଏକ, ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଧ୍ୱଜ, ତ୍ରିଲୋକ୍ୟ ବେଶ୍ରା, ଘାସିରାମ ଜଗତ ଓ ଅନ୍ୟାନ୍ୟ ବୁଦ୍ଧିଜୀବୀ ଉପସ୍ଥିତ ରହି ନବ ଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ।