-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
17-Oct-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଶ୍ଵ ଜଲାତଙ୍କ ଦିବସ ୨୦୨୫ ସରକାରୀ UP ସ୍କୁଲ ,ବଡବଜାର ,ସୁବର୍ଣ୍ଣପୁର ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଉଷାରାଣୀ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି। l ଉକ୍ତ ପାଳନ ରେ ଆମ CDVO ଡ଼ା ରଞ୍ଜନ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ। ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡ଼ା ରମେଶ ଚନ୍ଦ୍ର ସ୍ୱାଇଁ , SDVO ଡ଼ା ଦୁର୍ଗା ପ୍ରସାଦ ତ୍ରିପାଠୀ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ରୂପକ କୁମାର ମହାପାତ୍ର ଓ ପ୍ରଧାନ ଶିକ୍ଷୟତ୍ରି ସରସ୍ଵତୀ ସାହୁ ଉପସ୍ଥିତ ରହି ଆଜିକାର ଦିବସ ର ସ୍ୱାସ୍ଥ୍ୟ ବାର୍ତ୍ତା ଯଥା କୌଣସି ପଶୁ କାମୁଡ଼ିଲେ ତୁରନ୍ତ ସେ ସ୍ଥାନକୁ ସାବୁନ ଓ ପାଣିରେ ଭଲଭାବରେ ଧୋଇ ଦିଅନ୍ତୁ, କୁକୁର,ବିରାଡ଼ି,ମାଙ୍କଡ, ନେଉଳ କିମ୍ବା ଅନ୍ୟ କୌଣସି ବନ୍ୟ ପ୍ରାଣୀ କାମୁଡିବା ପରେ ତୁରନ୍ତ ଜଲାତଙ୍କ ପ୍ରତିଷେଧକ ଟୀକା ସମ୍ପୂର୍ଣ୍ଣମାତ୍ରରେ ଡାକ୍ତର ଙ୍କ ପରାମର୍ଶ ଅନୁସାରେ ନିଅନ୍ତୁ ଏ ବର୍ଷ ର ଥିମ/ସ୍ଲୋଗାନ: ବର୍ତ୍ତମାନ ହଁ କରନ୍ତୁ: ଆପଣ, ମୁଁ...ସମସ୍ତେ ,ସୁସ୍ଥ ଜୀବନ ଶୟଲୀ ଆପଣାନ୍ତୁ- ଉପରେ ଗୁରୁତ୍ୱାରୋପ କରି ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଆମେ ସମସ୍ତେ ମିଶି ଏକ ସୁସ୍ଥ ସୁନ୍ଦର ଜଲାତଙ୍କ ମୁକ୍ତ ସମାଜ ଗଠନ ରେ ସହାୟକ ହୋଇପାରିବ। ଉପରେ ଆଲୋକପାତ କରି ଥିଲେ l
ଉକ୍ତ ସଭାରେ ସ୍କୁଲ ର ଛାତ୍ରଛାତ୍ରୀ, ଶିକ୍ଷକ ତଥା କର୍ମଚାରୀ ବୃନ୍ଦ,ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ଅଧିକାରୀ ବୃନ୍ଦ ଏବଂ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ । ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଭା ପରିଚାଳନା କରିଥିବାବେଳେ Epidemiologist ଲୋପାମୁଦ୍ରା ମହାନ୍ତି ଓ DEO IDSP ନାରାୟଣ ରଥ ଓ ସହକାରୀ ଶିକ୍ଷକ ଅମ୍ବୁଜ ବିହାରୀ ଶତପଥୀ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷୟିତ୍ରି ଶ୍ରୀମତୀ ସରସ୍ଵତୀ ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ୧୩ ଜଣ କୃତି ଛାତ୍ର ଛାତ୍ରୀ ଙ୍କୁ ଡ୍ରଇଁ ଓ କୁଇଜ୍ ପ୍ରତିଯୋଗୀତା କରି ପୁରସ୍କୃତ କରାଯାଇ ଥିଲା ଓ଼ ଏକ ଲିଫ ଲେଟ ପ୍ରଦର୍ଶନ କରାଯାଇ ସମସ୍ତ ଙ୍କୁ ସଚେତନ ପାଇଁ ବଣ୍ଟନ କରାଯାଇଥିଲା।