-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
13-Oct-2025
(ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ସୁକାନ୍ତି ଆନ୍ତର୍ଜାତୀୟ ବିଦ୍ୟାଳୟ ରେ ପତଞ୍ଜଳୀ ଯୋଗ ସମିତି ତରଫରୁ ଭାରତ ସ୍ୱାଭିମାନ ପ୍ରଭାରୀ ଯୋଗ ପ୍ରଶିକ୍ଷକ ମନୋଜ ପଣ୍ଡାଙ୍କ ନେତୃତ୍ୱରେ ୧୧ ଅକ୍ଟୋବର ୨୦୨୫ ରିଖ ଠାରୁ ୧୩ ଅକ୍ଟୋବର ୨୦୨୫ ସୋମବାର ପଯ୍ୟନ୍ତ ତିନିଦିନ ଧରି ଧ୍ୟାନ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ସ୍ଥିର, ଶୃଙ୍ଖଳିତ ଓ ଫିଟ୍ ରହିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିର ରେ ଯୋଗ, ପ୍ରାଣାୟାମ, ସୂର୍ଯ୍ୟ ନମସ୍କାର ଓ ଧ୍ୟାନ ଯୋଗ ବିଷୟ ରେ ପ୍ରଶିକ୍ଷଣ ଦିଆଯାଇଥିଲା। ବିଦ୍ୟାଳୟର ମେନେଜିଂ ଟ୍ରଷ୍ଟ ସମ୍ପାଦକ ଶ୍ରୀମତୀ କମଳିନୀ ତ୍ରିପାଠୀ ଉକ୍ତ ଶିବିରକୁ ଉଦ୍ଘାଟନ କରିଥିଲେ । ଏଥିରେ ୧୫୦ ଜଣ ଶିକ୍ଷାର୍ଥୀ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମକର୍ତ୍ତା ଗଣ ଏହି ଶିବିର ରେ ସହଯୋଗ କରିଥିଲେ ।