-+91-9937148622 |

prerana_bgr@rediffmail.com |

  Saturday 20th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ବୈଦିକ ରୀତିରେ ଶିବ–ପାର୍ବତୀଙ୍କ ବିବାହ ସମ୍ପନ୍ନ ଯୋଗଦେଲେ ବିଧାୟକ   (20-Jun-2026)       ||      କୋଶଲ କଳା ମଣ୍ଡଳର ମୁଖପତ୍ର ‘ଚତୁରଙ୍ଗ’ର ନବପ୍ରକାଶର ପଞ୍ଚମ ବର୍ଷର ପ୍ରଥମ ସଂଖ୍ୟା ଉନ୍ମୋଚିତ    (20-Jun-2026)       ||      ସୁଦପଡା ଶୀତଳଷଷ୍ଠୀରେ ଅସୀମା ପଣ୍ଡା ଷ୍ଟାର ନାଇଟ୍ ସହ ପ୍ରତିଭା ସମ୍ବର୍ଦ୍ଧନା   (20-Jun-2026)       ||      ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ    (19-Jun-2026)       ||      ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ    (19-Jun-2026)       ||      ବାହାର ଜିଲ୍ଲାରୁ ଆସୁଛି ଧାନ !   (19-Jun-2026)       ||      *ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   (19-Jun-2026)       ||      ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   (19-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   (19-Jun-2026)       ||      *ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   (19-Jun-2026)       ||      ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା    (19-Jun-2026)       ||      ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   (19-Jun-2026)       ||      ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ    (19-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ    (18-Jun-2026)       ||      ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   (18-Jun-2026)       ||      ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   (18-Jun-2026)       ||      *ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   (18-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   (18-Jun-2026)       ||     

HOME   ଜିଲ୍ଲା

ବଲେରୋ ଚପାଇ ହତ୍ୟା ଉଦ୍ୟମ, ଏକତରଫା ପ୍ରେମ ନୁହେଁ, ହୋଟେଲ ହଡପ

13-Oct-2025



ଟିଟିଲାଗଡ(ମଳୟ ମିଶ୍ରଙ୍କ ରିପୋର୍ଟ): ଏବେ ଟିଟିଲାଗଡରେ ଜଣେ ହୋଟେଲମାଲିକଙ୍କୁ ଭଡାଟିଆଙ୍କ ଜରିଆରେ ସୁପାରି ଦେଇ ବଲେରୋ ଚପାଇ ହତ୍ୟାଉଦ୍ୟମ ମାମଲାରେ ୪ ଜଣଙ୍କ ସମେତ ଜଣେ ବିଜେପି ନେତା ତଥା ବିଧାୟକଙ୍କ ଘନିଷ୍ଠ ସହଯୋଗୀ ଜଣେ ଆଗଧାଡିର ଭାଜପାନେତାଙ୍କୁ  ଗିରଫ କରି କୋର୍ଟଚାଲାଣ କରିଛି। ମୁରିବାହାଲ ଅଞ୍ଚଳର ୨ ସହଯୋଗୀ ଡ୍ରାଇଭର-ମାଲିକ ଓ  ଜଣେ ଅଟୋଚାଳକ ଏବଂ ସିନ୍ଧେକେଲା ଥାନାର ଆଉ ଏକ ଋଜୁ କରାଯାଇଥିବା ଜାଲ୍ ସିମ୍ ମାମଲାରେ ଜଣେ ଓ ଅଙ୍କୁରର ଜଣେ ଘନିଷ୍ଠ ଅନୁଗତଙ୍କ ସମେତ ଆଉ ୨ ଜଣଙ୍କୁ ମଧ୍ଯ ପୁଲିସ ଗିରଫ କରିଥିବା ପ୍ରକାଶ । ଏହାପଛର କାରଣ ସ୍ବରୂପ ଉକ୍ତ ହୋଟେଲମାଲିକଙ୍କ ପତ୍ନୀଙ୍କୁ ଏକତରଫା ପ୍ରେମ ବୋଲି ପୁଲିସ ପ୍ରକାଶ କରିଛି। ତେବେ ପୁଲିସର ଏହି ହତ୍ୟାର ମୋଟିଭ୍ କୁ ପୀଡିତ ଓ ତାଙ୍କ ଘରଲୋକଙ୍କ ପକ୍ଷରୁ ସ୍ବୀକାର କରାଯାଇନାହିଁ। ସହରର କେତେକ ବୁଦ୍ଧିଜୀବୀ   ବ୍ୟବସାୟୀ ଓ  ସାମ୍ବାଦିକଙ୍କ ସମେତ ପୀଡିତଙ୍କର ଜଣେ ଘନିଷ୍ଠ ଆତ୍ମୀୟଙ୍କ ପକ୍ଷରୁ 'ପୀଡିତ କିଛି ଲୁଚାଉଥିବା ସହିତ  ପୁଲିସ୍ ଘଣ୍ଟ ଘୋଡ଼ାଉଥିବା' ଅଭିଯୋଗ ପ୍ରକାଶ କରିଛନ୍ତି । ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନ ଥିବା ପୁଲିସ କହୁଥିବା ବେଳେ ବିରୋଧୀଙ୍କ ତରଫରୁ ଏଥିପାଇଁ ସ୍ଥାନୀୟ ବିଜେପି ବିଧାୟକ ନବୀନ ଜୈନଙ୍କ ହାତ  ରହିଥିବା  କୁହାଯାଉଛି।  ଅପରପକ୍ଷେ ବିଧାୟକ ମୁହଁ ନ ଖୋଲି  ଦିଲ୍ଲୀ ପଳାଇଯାଇ ସେଠାରେ ତିନିଜଣ ତୁଙ୍ଗନେତାଙ୍କୁ ଭେଟି ଟିଟିଲାଗଡ ଅଞ୍ଚଳରବିକାଶ ନିମନ୍ତେ ପରାମର୍ଶ ମାଗିବାକୁ ଯାଇଥିବା ସୋସିଆଲମିଡିଆରେ ଫଟୋ ଛାଡି ସଫେଇ ଦେଇଛନ୍ତି। ଟିଟିଲାଗଡରେ ନ କରି ବଲାଙ୍ଗୀରରେ ଆୟୋଜିତ  ସାମ୍ବାଦିକସମ୍ମିଳନୀରେ  ଶେଷରେ' ଏଥିରେ ରାଜନୀତି ଅଛି କି ? ' ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ଏସ୍ ପି  ଏଥିରେ ' ' ନାଇଁ କିଛି ନାହିଁ ' ବୋଲି ପ୍ରକାଶ କରିଥିଲେ ହେଁ ,  ଗତ ଦଶହରା ରାବଣପୋଡି ବେଳେ ପୂର୍ବତନ ମନ୍ତ୍ରୀ ତଥା ପୂ. ବିଧାୟିକାଙ୍କ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେବାଠାରୁ ଆରମ୍ଭ ହୋଇ ଏହି ଘଟଣାକୁ ନେଇ ରାଜନୈତିକ ପରିସ୍ଥିତି ସରଗରମ ହୋଇଛି।  ଆହୁରି ମଧ୍ଯ ଏହି ହତ୍ୟାଉଦ୍ୟମର ପଛରେ ପୀଡିତଙ୍କ 'ହୋଟେଲ ହଡପ'ର ଏକ ନୂଆଦିଗ ଏହିମାମଲାରେ ଅଧିକସକ୍ରିୟ ଏକ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମରେ ପ୍ରକାଶ ପାଇଛି। ଗତକାଲି କଂଗ୍ରେସ ପକ୍ଷରୁ ମଧ୍ଯ  ଏକ ସାମ୍ବାଦିକ ସମ୍ମିଳନୀରେ  ଏସ୍ ପି ଜବତ କରିଥିବା ଅଭିଯୁକ୍ତ ଅଙ୍କୁରର ମୋବାଇଲ୍ ରେ ବହୁ ତଥ୍ଯ ଲୁଚିଥିବାରୁ ଏହାର ପର୍ଦ୍ଦାଫାସ୍ କରାଯିବାକୁ ଦାବି କରିବା ସହ ଏଥିରେ ସ୍ଥାନୀୟ ବିଧାୟକଙ୍କୁ ଇଙ୍ଗିତ କରି ଜଣେ ରାଜନେତାଙ୍କ ପୁଅର ସମ୍ପୃକ୍ତି ରହିଥିବାର ସନ୍ଦେହ ପ୍ରକାଶ  କରାଯାଇଛି ।   ଦ୍ବିତୀୟରେ ଜଣେ ଗିରଫ ସହଯୋଗୀ ଅଭିଯୁକ୍ତ ମୁରିବାହାଲ ଡୁଙ୍ଗୁରିଗୁଡାର ଅଟୋଚାଳକ ଭକ୍ତ ବନ୍ଧୁ ଖର୍ସେଲର ପତ୍ନୀ ଅନୀତା ଏଥିରେ ତାଙ୍କ ସ୍ବାମୀଙ୍କୁ ଅଙ୍କୁର ଯାଇ  ଜମି କିଣାବିକା କାମ ଅଛି କହି ଘରୁ ଡ଼ାକିନେଇ ଫସାଇ ଦେଇଥିବା ଅଭିଯୋଗ କରୁଥିବା ପ୍ରକାଶ  ପାଇଛି । ଏଣୁ  ଏହି ବହୁଚର୍ଚ୍ଚିତ ଅପରାଧର ପ୍ରକୃତଉଦ୍ଦେଶ୍ୟ ତଥାପି ସ୍ପଷ୍ଟ ହୋଇ ପାରିନାହିଁ । 

ଉଲ୍ଲେଖଯୋଗ୍ଯ ଯେ, ଗତ ସେପ୍ଟେମ୍ବର ୨୮ ତାରିଖରେ ଟିଟିଲାଗଡ ରେଳଷ୍ଟେସନ ପାଖର 'ସନ୍ ଭିୟୁ' ଲଜ୍ ହୋଟେଲର ମାଲିକ ଟିଟିଲାଗଡ ଜୈନପଡାର ଶିବଦୟାଲ୍ ଜୈନ ରାତି ପ୍ରାୟ ୧୦ ଟା ବେଳେ ଏକାକୀ ଘରକୁ ତାଙ୍କ ସ୍କୁଟିରେ ଫେରୁଥିବା ସମୟରେ ଘରପାଖରେ ତାଙ୍କୁ ପଛରୁ ତାଙ୍କ ହୋଟେଲ ପାଖରୁ ପିଛାକରି ଆସିଥିବା ଏକ ନମ୍ବର ବିହୀନ ଧଳାବଲେରୋ ଧକ୍କା ଦେଇ ମାରିଦେବାର ଉଦ୍ୟମ କରିଥିଲା । ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ କରାଯିବା ସହିତ ତାଙ୍କ ପକ୍ଷରୁ ସ୍ଥାନୀୟ ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।  କିନ୍ତୁ ଏହାକୁ ଏକ ସାଧାରଣ ଦୁର୍ଘଟଣା ଭାବି ଗତ ୨୯ ତାରିଖରେ ପ୍ରଦତ୍ତ ଏତଲାକୁ ପୁଲିସ ଗୁରୁତ୍ବ ନ ଦେବାରୁ ପୀଡିତଙ୍କ ପକ୍ଷରୁ ବଲାଙ୍ଗୀର ଏସ୍ ପିଙ୍କୁ ଅଭିଯୋଗ କରାଯିବାରୁ ଏସ୍ ପି ଅଭିଳାଷ ଜି ଏହାକୁ ଗୁରୁତ୍ବ ଦେଇ ତଦନ୍ତକୁ ତ୍ବରାନ୍ବିତ କରିଥିଲେ। ଗତ ୪ ତାରିଖରେ ଟିଟିଲାଗଡ  ଥାନାରେ ଋଜୁ ହୋଇଥିବା ତଦନ୍ତରେ ସହରର ସିସିଟିଭି ଫୁଟେଜ୍ ଗୁଡିକୁ ଯାଞ୍ଚ କଲାପରେ ଏହା ଏକ ସୁନିୟୋଜିତ ହତ୍ୟାଉଦ୍ୟମ ବୋଲି ଜଣାପଡିଲା। ଉକ୍ତ ଗାଡି ଓ ତାହାର ଡ୍ରାଇଭର ଓ ଜଣେ ସହଯୋଗୀକୁ ଧରାଯିବା ପରେ ଏହାର ମାଷ୍ଟରମାଇଣ୍ଡ୍ ଟିଟିଲାଗଡର ଅଙ୍କୁର ଅଗ୍ରବାଲ ବୋଲି ସୂତ୍ର ମିଳିଲା ।  ତେଣୁ ଏସ୍ ପି ବଲାଙ୍ଗୀରରୁ ଆସି  ଏହି ମାମଲାଟିର ତଦନ୍ତଦାୟିତ୍ବ ପରିବର୍ତ୍ତନ କରି ଟିଟିଲାଗଡ ଥାନାର ସବ୍ ଇନ୍ସପେକ୍ଟର ଖଗେଶ୍ବର  ମାଝିଙ୍କ ଠାରୁ  ଭାରପ୍ରାପ୍ତ ଆଇ ଆ ଇ ସି ବନାମ ଡିଏସପି କଲ୍ୟାଣୀ ବେହେରାଙ୍କୁ ହସ୍ତାନ୍ତର କରି ଅଙ୍କୁରକୁ ରାତିରେ ଘରୁ ଉଠାଇ ନେଇଥିଲେ। ଅଭିଯୁକ୍ତ ଅଙ୍କୁର ଗତ ଦେଢବର୍ଷ ଧରି ଶିବଦୟାଲଙ୍କ ପତ୍ନୀଙ୍କୁ ଏକତରଫା ପ୍ରେମ କରି ଜାଲ୍ ସିମ୍ ଲଗାଇ ବରାବର ଅଶ୍ଳୀଳ ମେସେଜ୍ , ଫଟୋ ପଠାଇ  ଶିବଦୟାଲଙ୍କ ପତ୍ନୀଙ୍କୁ ଓ ଶିବଦୟାଲଙ୍କୁ ବ୍ଲାକ୍ ମେଲିଂ କରି ଆସୁଥିଲା । ଶେଷରେ ନିଜ ଉଦ୍ଦେଶ୍ଯରେ ସଫଳ ନ ହେବାରୁ ଏପରି ଷଡଯନ୍ତ୍ର କରିଥିଲା। ଘଟଣାର ପୂର୍ବଦିନ ଅର୍ଥାତ୍ ଗତ ସେପ୍ଟେମ୍ବର ୨୭ ତାରିଖରେ ମୁରିବାହାଲ ଥାନା ଅନ୍ତର୍ଗତ ମୁରିବାହାଲ ହାଟପଦାପଡାର ଚୁନୁ ଓରଫ ନରେଶ ବେହେରା (୧୯)  ଓ ଡୁଙ୍ଗୁରିଗୁଡାର ଭକ୍ତବନ୍ଧୁ ଖର୍ସେଲ(୨୬)ଙ୍କୁ ଶିବଦୟାଲଙ୍କୁ ଗାଡି ଚପାଇ ହତ୍ୟାକରି ରାସ୍ତାରୁ ହଟାଇବାକୁ ଷଡଯନ୍ତ୍ର କରି ୫ ଲକ୍ଷ ଟଙ୍କାର ସୁପାରି ଡିଲ୍ କରି ୫୦ ହଜାର ଟଙ୍କା ଅଗ୍ରୀମ ଦେଇଥିଲା । ସେମାନେ ଉକ୍ତଦିନ ଶିବଦୟାଲଙ୍କୁ ଧକ୍କା ଦେବା ପରେ ଉକ୍ତ ନମ୍ବରବିହୀନ ବଲେରୋଟିକୁ ଧରି ମାଲିକ-ଚାଳକ ଓ ପାଟଣାଗଡ ପଳାଇ ଯାଇଥିବା ଇତ୍ୟାଦି ଏସ୍ ପି ବଲାଙ୍ଗୀର ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଏସ୍ ପି  ଏହି ହତ୍ୟାଉଦ୍ୟମର 'ମୋଟିଭ୍'  ମୁଖ୍ଯଅଭିଯୁକ୍ତ ପୀଡିତଙ୍କ ପତ୍ନୀଙ୍କୁ ଏକତରଫା ପ୍ରେମ କରି ମେସେଜ୍ ପଠାଇ ନିରାଶ ହୋଇ ତାଙ୍କୁ ରାସ୍ତାରୁ ହଟାଇ ଦେଲେ, ତାଙ୍କ ପତ୍ନୀଙ୍କୁ ହାସଲ କରିବା ଉଦ୍ଦେଶ୍ଯରେ ଏହା ଘଟାଇଥିବା ପ୍ରକାଶ କରିଥିଲେ।

କିନ୍ତୁ ପୁଲିସର ଏହି କାରଣକୁ ପୀଡିତଙ୍କ ଘରଲୋକେ ଓ ଆତ୍ମୀୟଙ୍କ ସହ ସହରର କେତେକ ବୁଦ୍ଧିଜିବୀ ଅସ୍ବୀକାର କରୁଛ ନଥିଲେ ହେଁ , ସମ୍ପୂର୍ଣ୍ଣ ଗ୍ରହଣ କରିପାରି ନାହାଁନ୍ତି । କାରଣ ଏକ ୧୧ ବର୍ଷର ଝିଅ ଓ ଏକ ପୁଅର ମାଆ ଜଣେ ବିବାହିତା ଗୃହିଣୀଙ୍କୁ ତାଙ୍କ ସ୍ବାମୀଙ୍କୁ ମାରିଦେଲେ ଯେ ବିବାହିତ ଓ ୨ ଟି ସନ୍ତାନରଜନକ ଥିବା ଅଭିଯୁକ୍ତ ହାସଲ କରିବ , ଏହା ସେତେ ଯୁକ୍ତିସଙ୍ଗତ ଲାଗୁନାହିଁ  !   ହେଇପାରେ ଅଭିଯୁକ୍ତ ବର୍ଷାଧିକକାଳ ଧରି  ସେଭଳି ଅବୈଧଆଶାପୋଷଣ କରି ବ୍ଲାକ୍ ମେଲିଂ କରୁଥାଇପାରେ । କିନ୍ତୁ ବର୍ଷାଧିକକାଳ ମଧ୍ଯରେ ଏହା ବିରୁଦ୍ଧରେ କୌଣସିପ୍ରକାର ଅଭିଯୋଗ କରାଯାଇ ନ ଯାଇ ଏକ ଅଜଣା ଅଭିଯୁକ୍ତର ଗାଡି ଧକ୍କାର ଏତଲାରେ ଉଲ୍ଲେଖ କରାଯାଇ ନଥିବା ଏହି କାରଣଟି ଏବେ ଉଠିଲା କେମିତି  ? ଏଥିରେ ସନ୍ଦେହ ରହିବା ସ୍ୱାଭାବିକ୍ । 

ଏବେ ଏହାପଛରେ ପୀଡିତଙ୍କ ହୋଟେଲ ହଡପ ସନ୍ଦେହ ବିଷୟ ଉଠିବା ଓ ବିଧାୟକଙ୍କ ପୁଅ  ବନାମ ବିଧାୟକଙ୍କ ସମ୍ପୃକ୍ତିର ଅଭିଯୋଗ ଉଠିବା ପରେ ଏହି ହତ୍ୟାଉଦ୍ୟମ ପଛରେ ଅନ୍ୟକିଛି ପ୍ରପର୍ଟି ମ୍ୟାଟର୍ ନାହିଁ ତ ବୋଲି ଏକ ବଡ ପ୍ରଶ୍ନ ସ୍ଥାନୀୟ ଲୋକଙ୍କ ଚର୍ଚ୍ଚାର ବିଷୟ ହୋଇଛି ? ସର୍ବୋପରି ଶାସକଦଳର ଜଣେ ବିଧାୟକଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଥିବାରୁ ମାମଲାଟିର ଗମ୍ଭୀରତା ବଢିଯାଇଛି । ଏଣୁ ଉକ୍ତ ସମ୍ବେଦନଶୀଳ ଅପରାଧ ମାମଲାର ସମସ୍ତ ଦିଗର ତର୍ଜମା ଜରୁରୀ ହୋଇପଡିଛି। 

ଏହାର ଅଧିକ ଅନୁଶୀଳନ କରିବାକୁ ଜିଲ୍ଲାର କେତେକ ବରିଷ୍ଠ ସାମ୍ବାଦିକଙ୍କ ସମେତ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍  ଗତ ୧୦ ତାରିଖରେ ଟିଟିଲାଗଡ ଗସ୍ତ କରିଥିଲେ ।  ସେମାନେ ପ୍ରଥମେ 'ସନ୍ ଭ୍ୟୁ' ହୋଟେଲର କୁହାଯାଉଥିବା ସେୟାର୍ ହୋଲ୍ ଡର ବିଶିଷ୍ଟ ବ୍ଯବସାୟୀ ଟିଟିଲାଗଡର ଟିକେଲାଲ ସାହୁଙ୍କ ଘରକୁ ଯାଇ ଏ ସମ୍ପର୍କରେ ତାଙ୍କ ମତାମତ ନେବାପରେ କଥିତମତେ ତାଙ୍କ ସେୟାର୍ ରେ ଥିବା ଆଉ ଏକ ଭବ୍ୟହୋଟେଲ ' ଡି ଏନ୍ ରିସୋର୍ଟ ' କୁ ମଧ୍ଯ ଯିବାସହ ପୀଡିତ ଶିବଦୟାଲ ଜୈନଙ୍କ ଘରକୁ ଯାଇ ତାଙ୍କ ପିତା ରତନଲାଲ୍ ଜୈନ, ଟିକେଲାଲ ସାହୁଙ୍କ ଏକ ଚାଉଳକଳର ସେୟାର୍ ହୋଲ୍ ଡର୍ ଥିବା ତାଙ୍କ ଭାଇ ଜ୍ୟୋତି ପ୍ରକାଶ ଜୈନ ଓ ପୀଡିତ ଶିବଦୟାଲ ଜୈନଙ୍କୁ ଭେଟି ପଚରାଉଚୁରା କରିଥିଲେ। ଟିକେଲାଲଙ୍କୁ ପଚାରିବାରୁ ସେ ଏଥିରେ ସମ୍ପୃକ୍ତ ନ ଥିବା ବା ହୋଟେଲର ପାର୍ଟନର ନ ଥିବା ସହ ପୀଡିତ  ମୁଣ୍ଡରେ ଆଘାତ ଯୋଗୁଁ ଘରେ ନଥିବା ସହ ବରଗଡର 'ବିକାଶ' ହସ୍ପିଟାଲରେ ଥିବା କହିଥିଲେ । ଏବେ ସେ  ତାଙ୍କର ଏଥିରେ କୌଣସି ସମ୍ପୃକ୍ତି ନ ଥିବା କହୁଛନ୍ତି ।

ତେବେ ପ୍ରଥମେ ଭେଟିବାକୁ ଅମଙ୍ଗ ହେଉଥିବା ଆହତ ଶିବଦୟାଲ  ଅଭିଯୁକ୍ତର ବାରମ୍ବାର ମେସେଜ୍ ପଠାଇବା କଥାକୁ ସ୍ବୀକାର କରିଥିଲେ ହେଁ ପୁଲିସର ଉପରୋକ୍ତ ହତ୍ୟାଉଦ୍ୟମର ମୋଟିଭ୍ ସମ୍ପର୍କରେ କିଛି ନ କହି ଅଭିଯୁକ୍ତ ସହିତ  ତାଙ୍କ ପତ୍ନୀଙ୍କ ସମ୍ପର୍କକୁ ସ୍ବୀକାର କରି ନଥିଲେ । ଏହାପଛର ଅନ୍ଯାନ୍ଯ କୌଣସି ଉଦ୍ଦେଶ୍ଯ ଥିବା ମଧ୍ଯ ପ୍ରକାଶ କରି ନଥିଲେ ।  ସର୍ବୋପରି ସେ କିଛି ଲୁଚାଉଥିବା ପରି ଜଣାପଡୁଥିଲା । କିନ୍ତୁ ତାଙ୍କର ଜଣେ ଘନିଷ୍ଠ ଆତ୍ମୀୟଙ୍କ ଠାରୁ ଏହାପଛରେ ତଥାକଥିତ ପ୍ରେମ ଫ୍ରେମ ନୁହେଁ , ହୋଟେଲବିକ୍ରି ବା ପ୍ରପର୍ଟି କାରଣ ରହିଥିବା ଓ ଆତ୍ମୀୟ ହେଲେ ହେଁ ପୀଡିତ ତାଙ୍କୁ ମଧ୍ଯ ଲୁଚାଉଥିବା ସୂଚନା ଦେଇଥିଲେ ।  ଅଭିଯୁକ୍ତ ବା ବିଧାୟକଙ୍କ ବିରୁଦ୍ଧରେ ସେମାନଙ୍କର ପ୍ରକାଶ୍ୟରେ କୌଣସି ଅଭିଯୋଗ ନ ଥିଲା।  ପ୍ରଥମେ ସେମାନେ କିଏ କାହିଁକି ଏହା ଘଟାଇଥିବା ଜାଣି ନ ଥିବା ଓ ଟିଟିଲାଗଡ ଥାନାକୁ ପରଦିନ ଯାଇ ଅଳ୍ପରେ ଲେଖି ଅଭିଯୋଗ କରିଥିଲେ ହେଁ  ପ୍ରଥମେ ଏତଲା ଗ୍ରହଣ କରି ନଥିବା କହିଥିଲେ  ।  ପରେ ତାଙ୍କ ବ୍ୟବସାୟିକ ଅଂଶୀଦାର ଟିକେଲାଲ ସାହୁ ପୀଡିତ ଶିବଦୟାଲଙ୍କୁ ନେଇ ତାଙ୍କ ସହ ଘନିଷ୍ଠ ଟିଟିଲାଗଡର ଜଣେ ପୂର୍ବତନ ପୁଲିସ ଅଧିକାରୀ ତଥା ବର୍ତ୍ତମାନର ବଲାଙ୍ଗୀରର ପୁଲିସ ଅଧିକାରୀଙ୍କ ମାର୍ଫତ୍ ରେ ଏସ୍ ପି ଙ୍କୁ ଭେଟି ଅଙ୍କୁର  ସମ୍ପର୍କରେ ଅଭିଯୋଗ କରିଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ  । 
 ହତ୍ୟାଉଦ୍ୟମରେ ବ୍ୟବହୃତ ସେକେଣ୍ଡ୍ ହ୍ୟାଣ୍ଡ୍ ବଲେରୋଟି ଗତ ଅଗଷ୍ଟ ମାସରେ ଝାରସୁଗୁଡ଼ାରୁ ନରେଶ ବେହେରା  କିଣିଥିଲା । ଏଥିପାଇଁ ଅଙ୍କୁର ହିଁ ଟଙ୍କା ଦେଇଥିବା କୁହାଯାଉଛି । ତେଣୁ ଏହି ହତ୍ୟାର ଷଡଯନ୍ତ୍ର ସେତେଦିନରୁ ହୋଇଥିବା ଅନୁମାନ କରାଯାଉଛି  ।

ଏଣୁ ପୂର୍ବରୁ ବିକାଶ ଲାଠ ଅପହରଣ ଓ ହତ୍ୟାକାଣ୍ଡ  ଏବଂ ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁଙ୍କ ସ୍ବାମୀ ବିଜେଡିନେତା ଅଭି ସାହୁ ହାଇପ୍ରୋଫାଇଲ ହତ୍ୟାକାଣ୍ଡ ପରେ ଟିଟିଲାଗଡରେ ପୁଣି ଏଭଳି ଏକ ଅପରାଧକାଣ୍ଡ ଘଟିଥିବାରୁ ଜନସାଧାରଣଙ୍କ ମଧ୍ଯରେ ଆତଙ୍କ ସୃଷ୍ଟି ହୋଇଛି  ।


 ସ୍ଥାନୀୟ ଲୋକଙ୍କ ଚର୍ଚ୍ଚା ଅନୁଯାୟୀ , ବର୍ତ୍ତମାନ ମୁଖ୍ଯତଃ ଟିଟିଲାଗଡ ପୌରାଞ୍ଚଳରେ ବଡ ବଡ ହୋଟେଲ ଜାଗାଜମିଇତ୍ୟାଦି  କିଣାବିକା ଯୋରସୋରରେ ପ୍ରବଳ ପ୍ରତିଦ୍ବନ୍ଦିତାରେ ଚାଲିଛି । ଏହାର ଦୁଇ ପ୍ରମୁଖ କାର୍ପଟଦାର ହେଲେ ଖୋଦ୍ ବିଧାୟକ ନବୀନ ଜୈନ ଓ କିଛିବର୍ଷ ତଳେ ଲୋଇସିଂହା ଅଞ୍ଚଳରୁ ଆସି ମୁରିବାହାଲରେ ଜଣେ ସାମାନ୍ଯ ଯୋଗାଣ ବିଭାଗର ମୋବାଇଲ ଚାଉଳ ଭ୍ୟାନ୍ ର ଡ୍ରାଇଭରରୁ ଏବେ ବଲାଙ୍ଗୀର ସମେତ ବିଭିନ୍ନ ଜିଲ୍ଲାରେ ଷ୍ଟୋରେଜ ଏଜେଣ୍ଟ, ପରିବହନ ଏଜେଣ୍ଟ,  ମିଲ୍ ମାଲିକ ,ଚାଉଳ ଗୋଦାମ ମାଲିକ, ଭବ୍ୟହୋଟେଲ ଅଂଶୀଦାର ମାଲିକ , 'ଆହାର' ଠିକାଦାର, ବଲାଙ୍ଗୀର ଓ ଭୁବନେଶ୍ବରରେ କୋଟି କୋଟି ଟଙ୍କାର କୋଠା ଓ ଆହୁରି ଅନ୍ଯାନ୍ଯ ବ୍ୟବସାୟିକ ଧନ୍ଦା କରି କୋଟିପତି ପାଲଟିଥିବା ଟିକେଲାଲ ସାହୁ ।  ଏପରିକି କିଛିଦିନ ତଳେ ଯୋଗାଣମନ୍ତ୍ରୀଙ୍କ ଟିଟିଲାଗଡ ଗସ୍ତ ବେଳେ ମନ୍ତ୍ର୍ରୀ ତାଙ୍କ ଘରେ ଖାଇବା ଚର୍ଚ୍ଚାର ବିଷୟ ହୋଇଥିଲା।  କେବଳ ଏଥରର ବିଭାଗୀୟ ମନ୍ତ୍ରୀ କାହିଁକି, ପୂର୍ବତନ ମନ୍ତ୍ରୀ, ପୂର୍ବସରକାରର ଗଣ୍ଡା ଗଣ୍ଡା ରାଜନେତା, ସଚିବ, ଜିଲ୍ଲାପାଳ ଓ ପ୍ରଶାସନ ,  ବିଭାଗୀୟ ଅଧିକାରୀ ଓ  କେତେକ ସାମ୍ବାଦିକ ମଧ୍ଯ ତାଙ୍କ ପକେଟ୍ ରେ ବୋଲି  ଶୁଣାଯାଇ ଆସିଛି ।  ଏଥିରୁ ସେ କେତେ ପ୍ରଭାବଶାଳୀ , ଚିନ୍ତା କରାଯାଇପାରେ  !  ତେବେ ବ୍ୟବହାର ରେ ଅତ୍ୟନ୍ତ କୁଶଳ ଟିକେଲାଲ ବିନୀତ ଭାବେ ଏ ସବୁକୁ ଅସ୍ବୀକାର କରି ଆସନ୍ତି । 

ଅପରତଃ ଅଭିଯୁକ୍ତ ଅଙ୍କୁର ଅଗ୍ରବାଲ ବିଧାୟକଙ୍କ ପୁଅଙ୍କ  ସାଙ୍ଗରେ ସାଙ୍ଗ ହୋଇ ପୂର୍ବରୁ ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁଙ୍କ ସହ ରହିଥିବା ଓ ଏବେ ବିଧାୟକଙ୍କ ଡାହାଣହାତ ପାଲଟିଥିବା ଏକ ହିନ୍ଦୀ ଖବରକାଗଜ ହାତରେ ରଖିଥିବା ଜଣେ ବରିଷ୍ଠ ସାମ୍ବାଦିକ ତଥା ବ୍ଯବସାୟୀଙ୍କ ପୁତ୍ର  ଓ ସେ ମଧ୍ଯ  ଜଣେ ଓକିଲ , ସାମ୍ବାଦିକ ଓ ରାଜନେତା ।  ଏଥିସହ ସେ  ଠିକାଦାରୀ,  ବିଧାୟକଙ୍କ ହାତବାରିସୀ ହୋଇ ଜମିଜମା କିଣାବିକା , ଟେଣ୍ଡର କାରବାର , ବଟି ଆଦାୟ ଓ ଯାବତୀୟ କାର୍ଯ୍ୟକଳାପରେ ଜଡିତ ଥିବା କୁହାଯାଉଛି । 

 ଏହା ସହିତ ବିଧାୟକ ହେବା ପରଠାରୁ ଏକାଧିକ କୋଠା , ଜାଗାଜମି ଓ ହୋଟେଲ କରିଥିବା ବିଧାୟକଙ୍କର ଲୋଲୁପଦୃଷ୍ଟି  ପ୍ରତିଦ୍ବନ୍ଦୀ ଟିକେଲାଲ ସାହୁଙ୍କ ପାର୍ଟନର୍ ପୀଡିତ ଶିବଦୟାଲଙ୍କ ହୋଟେଲ ଉପରେ ପଡିଥିବା ଚର୍ଚ୍ଚାରୁ ପ୍ରକାଶ  ।

 କାରଣ ପ୍ରାୟତଃ ଏହି ହୋଟେଲରେ ଅଭିଯୁକ୍ତ ଅଙ୍କୁର ଓ ବିଧାୟକଙ୍କ ପୁଅ ଚିରାଗଙ୍କୁ ବସାଉଠା କରୁଥିବା ଦେଖାଯାଇ ଆସୁଥିଲା । ଏପରିକି ବିଧାୟକଙ୍କ ପାଇଁ ଟେଣ୍ଡର ଫିକ୍ସିଂ , ବଟି ଆଦାୟ , ଅଫିସରଙ୍କୁ ଧମକଚମକ କରି ସ୍ବାର୍ଥସାଧନ ଓ ଅନ୍ଯାନ୍ଯ ଅବୈଧ କାର୍ଯ୍ୟକଳାପର ସହଯୋଗୀ ଅଙ୍କୁର ବିଧାୟକଙ୍କର ଏକ ହୋଟେଲରେ ଉକ୍ତ ହତ୍ୟାକାଣ୍ଡର ବ୍ଲୁ'ପ୍ରିଣ୍ଟ ପ୍ରସ୍ତୁତ କରିଥିବା ବିରୋଧୀଦଳଙ୍କ ପକ୍ଷରୁ ସୋସିଆଲ ମିଡିଆରେ ଫଟୋ ଛଡାଯାଇ ସୁରାକ୍ ପ୍ରକାଶ କରାଯାଇ ଭାଇରାଲ୍ ହେଉଛି  ! ଏହା ସତ୍ଯ ହେଲେ ସାଂଘାତିକ୍  !

 ତେବେ ଚର୍ଚ୍ଚା ଓ ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ , ହୋଟେଲ ହଡପ କରିବାକୁ ରିୟେଲ୍ ଇଷ୍ଟେଟ୍ ବ୍ଯବସାୟରେ କୋଟିପତି ହୋଇ ତାଙ୍କ ପତ୍ନୀଙ୍କ ସହ ରାଜନୀତିରେ ପ୍ରବେଶ କରି ପତ୍ନୀଙ୍କୁ ଟିଟିଲାଗଡ ପୌରାଧ୍ୟକ୍ଷା କରିବା ପରେ ଏବେ ଶାସକଦଳର ବିଧାୟକ ହୋଇଥିବା ବିଧାୟକ ରକ୍ତମୁଖା ହୋଇ ଏହି ହତ୍ୟାଉଦ୍ୟମରେ ନିଜ ଡାହାଣହାତ ଜରିଆରେ ଅସଲମୁଖ୍ୟ ଥିବା ଆରୋପ ସତ୍ଯ  ହେଇପାରେ କି  ? ଯୋଗାଯୋଗ ସତ୍ତ୍ବେ ବିଧାୟକଙ୍କ ଉତ୍ତର ମିଳିପାରି ନାହିଁ । ସେହିପରି ନିଜଦଳର ଜଣେ ତଥାକଥିତ ଆଗଧାଡିର ନେତାଙ୍କୁ ଗିରଫ ଓ ନିଜଦଳୀୟ ବିଧାୟକଙ୍କ ଆଡକୁ ଆଙ୍ଗୁଳିନିର୍ଦ୍ଦେଶ ପରେ ଭାଜପାଦଳର ମଧ୍ଯ ଏ ସମ୍ପର୍କିତ କୌଣସି ମତାମତ ପ୍ରକାଶ ପାଇନାହିଁ  ।  ଉଲ୍ଲେଖଯୋଗ୍ଯ ଯେ ଜିଲ୍ଲାର ଉପମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କ ସହ ବିଧାୟକଙ୍କର ପଟୁତା ନ ଥିବା ଜଣାଶୁଣା । ଏଣୁ ଏହାପଛର ମୁଖ୍ଯ ମୋଟିଭ୍ କୁ ବାଟବଣା କରିବାକୁ ବର୍ଷାଧିକକାଳ ତଳର ମେସେଜ୍ ବା ତଥାକଥିତ ଏଡିଟିଂର ଅଶ୍ଳୀଳଫଟୋ ପଠାଇ ଏକତରଫା ପ୍ରେମ ବା ପରକୀୟାପ୍ରେମର କାହାଣୀକୁ ଉଠାଇ ବ୍ଲାକ୍ ମେଲିଂ ଦଫା ମିଶାଇବା  ବା  ପୂର୍ବର  କେତେକ ମାମଲାକୁ ଯୋଡି ଅଭିଯୁକ୍ତକୁ ଅଭ୍ୟାସଗତ ଅପରାଧୀ ଆଖ୍ୟା ଦେଇ  ପ୍ରକୃତ ମୋଟିଭ୍ ଚପାଇବା ଏବେ ଚର୍ଚ୍ଚାର ବିଷୟ ହୋଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ବୈଦିକ ରୀତିରେ ଶିବ–ପାର୍ବତୀଙ୍କ ବିବାହ ସମ୍ପନ୍ନ ଯୋଗଦେଲେ ବିଧାୟକ   20-Jun-2026
  ଜିଲ୍ଲା  
କୋଶଲ କଳା ମଣ୍ଡଳର ମୁଖପତ୍ର ‘ଚତୁରଙ୍ଗ’ର ନବପ୍ରକାଶର ପଞ୍ଚମ ବର୍ଷର ପ୍ରଥମ ସଂଖ୍ୟା ଉନ୍ମୋଚିତ   20-Jun-2026
  ଜିଲ୍ଲା  
ସୁଦପଡା ଶୀତଳଷଷ୍ଠୀରେ ଅସୀମା ପଣ୍ଡା ଷ୍ଟାର ନାଇଟ୍ ସହ ପ୍ରତିଭା ସମ୍ବର୍ଦ୍ଧନା   20-Jun-2026
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନା ର ହିତାଧିକାରୀ ଙ୍କୁ ସୁବିଧା ପ୍ରଦାନ ଓ କାର୍ଯ୍ୟାଦେଶ ବଣ୍ଟନ   19-Jun-2026
  ଜିଲ୍ଲା  
ତୃତୀୟ ଦିବସରେ ଶୀତଳ ଷଷ୍ଠୀ, ଆଳି ଶିବଙ୍କ ବରଯାତ୍ରୀ   19-Jun-2026
  ଜିଲ୍ଲା  
ବାହାର ଜିଲ୍ଲାରୁ ଆସୁଛି ଧାନ !   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   19-Jun-2026
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   19-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   19-Jun-2026

You Might Also Like