-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
12-Oct-2025
ନୂଆପଡ଼ା (ରାମନାଥ ପଣ୍ଡା)
ଭବାନୀପାଟଣା ସଂସ୍କୃତି ଭବନ ଠାରେ କଳାହାଣ୍ଡି ବିଭାଗ ସମରସତା ଅଭ୍ୟାସ ବର୍ଗ ଅନୁଷ୍ଠିତ ହୋଇଯାଇଛି । ନୂଆପଡ଼ା,କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ନେଇ ଉକ୍ତ ବିଭାଗର ପରିକଳ୍ପନା କରାଯାଇଥିବା ବେଳେ ସମରସତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତି ଜିଲ୍ଲାରୁ ୧୩ ଜଣ ଲେଖାଏଁ ସଦସ୍ୟ ଅପେକ୍ଷିତ ଥିଲେ ।ମଞ୍ଚରେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସମରସତା ସହ ସଂଯୋଜକ ଶ୍ରୀଯୁକ୍ତ ଘନଶ୍ୟାମ ପ୍ରଧାନ,କଳାହାଣ୍ଡି ବିଭାଗ ସଂଘ ଚାଳକ ଶ୍ରୀଯୁକ୍ତ ଜୟ ନାରାୟଣ ବାବୁ,ପ୍ରାନ୍ତ ଗୋ ରକ୍ଷକ ସେବା ପ୍ରମୁଖ ମଧୁ ବାବା ଓ ସାରଙ୍ଗ ନାଗବଂଶ କଳାହାଣ୍ଡି ବିଭାଗ ସମରସତା ସଂଯୋଜକ ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ ।ଜିଲ୍ଲା ସଂଯୋଜକମାନେ ସେମାନଙ୍କର ଉପଲବ୍ଧି ବଖାଣିବା ସହିତ ଆଗାମୀ ଦିନରେ ଜିଲ୍ଲାର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ସମସ୍ତ ସଦସ୍ୟଙ୍କୁ ଆହ୍ଵାନ ଜଣାଇଥିଲେ ।