-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
10-Oct-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ସ୍ଥିତ ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷା ରେଖା ପ୍ରଧାନ ଏଥିରେ ଅଧ୍ୟକ୍ଷତା କରି ବରିଷ୍ଟ ନାଗରିକଙ୍କ ସମାଜ ପ୍ରତି ଅବଦାନ, ତାଙ୍କର ସ୍ବାସ୍ଥ୍ୟ ଗତ ସମସ୍ୟା,ଦାୟିତ୍ଵ ନିର୍ବାହର ଅଭିଜ୍ଞତା ଆଦି ବିଷୟରେ ସୂଚନା ଦେଇ ତାଙ୍କ ପ୍ରତି ନିବିଡ଼ ସମ୍ମାନ ରକ୍ଷା କରିବା ଆମର କର୍ତ୍ତବ୍ୟ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଖେଲ ଶିକ୍ଷକ ନାରାୟଣ ଚୌଧୁରୀ,ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ମନୋଜ ମେହେର, ମନିଷ ଆଚାର୍ଯ୍ୟ,ଯତୀନ୍ଦ୍ର ଦଣ୍ଡ ସନା,ଆକାଶ ପ୍ରଧାନୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ଶେଷରେ ବରିଷ୍ଟ ନାଗରିକଙ୍କ ପ୍ରତି ସମ୍ମାନ ସକାଶେ ଅଧ୍ୟାପକ ନୀଳମାଧବ ଛତ୍ର ଉପସ୍ଥିତ କର୍ମଚାରୀ,ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ।