-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
08-Oct-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ଫିଟ୍ ଇଣ୍ଡିଆ ବାର୍ତ୍ତା ନେଉ ତିନୋଟି ରାଜ୍ଯ ପରିଭ୍ରମଣ କରି ଗତ କାଲି ସୋନପୁର ରେ ପହଞ୍ଚିଥିବା ପୁରୀ ଜିଲ୍ଲା ବାସିନ୍ଦା ୭୨ ବର୍ଷୀୟ ସାଇକେଲ ଆରୋହୀ ରଘୁନାଥ ସାହୁ ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଡ. ନୃପ ରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାଏକ ଙ୍କ ଦ୍ବାରା ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବ ରେ ଓଡ଼ିଶା ସାମ୍ୱାଦିକ ସଂଘ ,ସୁବର୍ଣ୍ଣପୁର ଶାଖା, ଜିଲ୍ଲା କ୍ରୀଡ଼ା ସଂଘ ଘରୋଇ ବସ୍ ମାଲିକ ସଂଘ, କୋଶଳ ଆବାସିକ ଉଚ୍ଚ ବିଦ୍ୟାଳୟ, ସ୍ୱଚ୍ଛ ଭାରତ ସଂଗଠନ, ଭାରତ ବିକାଶ ସଙ୍ଗଠନ, ଓ ବରିଷ୍ଠ ନାଗରିକ ମାନଙ୍କ ଦ୍ଵାରା ସୋନପୁର ବ୍ଲକ ସମ୍ମିଳନୀ କକ୍ଷଠାରେ ସାଇକଲ ଚାଳକ ଶ୍ରୀ ସାହୁ ଙ୍କୁ ସମ୍ବର୍ଧିତ କରାଯାଇଥିଲା l ଶ୍ରୀ ରଘୁନାଥ ସାହୁ ୭୨ ବର୍ଷ ବୟସରେ ମଧ୍ୟ ଶରୀର ସୁସ୍ଥ ରହିବା ପାଇଁ ଦୈନିକ ୫୦ ରୁ ଅଧିକ କିଲୋମିଟର ରାସ୍ତା ସାଇକେଲ ଚଳାଇ ଓଡିଶା ଓ ଓଡ଼ିଶା ବାହାରେ ତିନୋଟି ରାଜ୍ଯ ଭ୍ରମଣ କରି ସୁସ୍ଥ ରହିବା ଓ ଫିଟ୍ ଇଣ୍ଡିଆ ର ବାର୍ତ୍ତା ପହଞ୍ଚାଇ ସଭାରେ ଉପସ୍ଥିତ ଜିଲ୍ଲା ର ସମସ୍ତ ଅଫିସର, କର୍ମଚାରୀ, ବୁଦ୍ଧିଜୀବୀ, ଓ ସାମ୍ବାଦିକଙ୍କୁ ପ୍ରେରଣା ଯୋଗାଇଥିଲେ ଲ
ଜିଲ୍ଲାପାଳ ସଭା ରେ ପ୍ରଥମେ ଶ୍ରୀ ସାହୁ ଙ୍କ ପରିଚୟ ପ୍ରଦାନ କରି ୭୨ ବର୍ଷୀୟ ଶ୍ରୀ ସାହୁ ଙ୍କ ଏ ସାଇକଲ ଯାତ୍ରା ଓ ସାହସ କୁ ଭୂୟସୀ ପ୍ରଶଂସା କରି ୭୨ ବର୍ଷ ବୟସ ହୋଇପାରେ କିନ୍ତୁ ୨୭ ବର୍ଷୀୟ ଜଣେ ଯୁବକ ଭଳି ଫିଟ୍ ରହି ସମାଜ ରେ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହିଥିଲେ l ଓ ସହର ର ସ୍ବେଛାସେବୀ ସଂଗଠନ ସବୁ କୁ ସହଯୋଗ ପାଇଁ ସାଧୁବାଦ୍ ଜଣାଇଥିଲେ l