-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||     

HOME   ଜିଲ୍ଲା

ରଥ ଦମ୍ପତ୍ତି ଦୟାମୟୀ ଓ ପୂର୍ଣଚନ୍ଦ୍ରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ

06-Oct-2025



ଭୁବନେଶ୍ୱର(ପ୍ରେରଣା ଖବର): ରଥ ଦମ୍ପତ୍ତି ଦୟାମୟୀ ଏବଂ ପୂର୍ଣଚନ୍ଦ୍ରଙ୍କୁ ଏଠାରେ ଆୟୋଜିତ ଏକ ସ୍ମୃତି ସଭାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ଶତାଧିକ ନିମନ୍ତ୍ରିତ ଅତିଥି,ପରିବାର ବର୍ଗ ଏବଂ ଶୁଭାକାଂକ୍ଷୀ ଏହି ଅବସରରେ ଉଭୟଙ୍କର ସମାଜ ସେବା ଓ ମାନବ କଲ୍ୟାଣ କ୍ଷେତ୍ରରେ ବ୍ୟାପକ ଅବଦାନର ସ୍ମୃତି ଚାରଣ କରିଥିଲେ। ସ୍ବର୍ଗତଃ ଶ୍ରୀମତୀ ଦୟାମୟୀ ରଥ ଏବଂ ସ୍ବର୍ଗତଃ ଇଞ୍ଜିନିୟର ପୂର୍ଣଚନ୍ଦ୍ର ରଥ ଅସାଧାରଣ ବ୍ୟକ୍ତିତ୍ୱ ଥିଲେ। ଉଭୟ ବହୁବିଧ ସୁଗୁଣର ଅଧିକାରୀ ଥିଲେ । ଶ୍ରୀମତୀ ରଥ ଓ ଇଞ୍ଜିନିୟର ରଥ ଏକାଧାରରେ ଧର୍ମ ପରାୟଣ ,ସରଳ,ମିଷ୍ଟଭାଷୀ,ପରୋପକାରୀ ,ଦରଦୀ କର୍ମଠ ,ଦାୟିତ୍ବବାନ, ବନ୍ଧୁବତ୍ସଳ,ମେଳାପି, ଭରସାଯୋଗ୍ୟ, ସମୟାନୁବର୍ତ୍ତି,ସ୍ପଷ୍ଟବାଦୀ ,ସଚ୍ଚୋଟ ଏବଂ ସ୍ୱାଭିମାନୀ ମଣିଷ ଥିଲେ। ପରିବାର ବର୍ଗଙ୍କ ତରଫରୁ ସେମାନଙ୍କର ଅସ୍ଥିକୁ ପବିତ୍ର ପ୍ରୟାଗ ରାଜ ଠାରେ ବିସର୍ଜନ, କାଶିର ବିଶ୍ୱନାଥ ଓ ବଦ୍ରୀନାଥ ମନ୍ଦିରରେ ଉଭୟଙ୍କର ମୋକ୍ଷ ପାଇଁ ପୂଜାପାଠ ଏବଂ ଗୟା ତଟରେ  ସେମାନଙ୍କ  ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯିବା ପରେ ଭୁବନେଶ୍ବରଠାରେ

ଏହି ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା।   

ସ୍ବର୍ଗତଃ ପୂର୍ଣଚନ୍ଦ୍ର ରଥ  ୧୯୩୭ ମସିହା ଏପ୍ରିଲ ମାସ ୨୫  ତାରିଖରେ ଅବିଭକ୍ତ କଟକ ଜିଲ୍ଲାର ଆଠଗଡ଼ ତହସିଲ ଅନ୍ତର୍ଗତ କଟକିଆ ସାହିର ପାଟେଣି ଗାଁରେ ଜନ୍ମଗ୍ରହଣ କରିଥିଲେ। ଶିକ୍ଷା ଜୀବନରେ ଖୁବ ମେଧାବୀ ଛାତ୍ର ରହିଆସିଥିବା ସ୍ବର୍ଗତଃ ରଥ ଦୁଇଟି ବିଷୟ ବିଜ୍ଞାନ ଓ ସିଭିଲ ଇଞ୍ଜିନିୟରିଂରେ ସ୍ନାତକ ଉପାଧି ହାସଲ କରିବାରେ,ତାଙ୍କ ଅଞ୍ଚଳରେ ପ୍ରଥମ ଥିଲେ। ଜଣେ ଇଞ୍ଜିନିୟର ଭାବରେ, ସେ ଓଡ଼ିଶା ସରକାରଙ୍କର ବିଭିନ୍ନ ପଦ ପଦବୀରେ ଅଧିଷ୍ଠିତ ହୋଇ କାର୍ଯ୍ୟକ୍ଷେତ୍ରରେ ନିଜର ଅଧ୍ୟବସାୟ ଏବଂ ପେଶାଦାରି ପାରଦର୍ଶିତା ପାଇଁ ବହୁ ସୁନାମ ଅର୍ଜନ କରିଥିଲେ। ବିଭିନ୍ନ କ୍ଷେତ୍ରରେ ସାଫଲ୍ୟର ଶ୍ରେଷ୍ଠତ୍ୱ ହାସଲ କରିଥିବା ଇଞ୍ଜିନିୟର ରଥ ଜଣେ ଉଚ୍ଚକୋଟୀର ଲେଖକ ଭାବରେ ସାଧାରଣ ଲୋକଙ୍କୁ ଘର ତିଆରି ନେଇ ମାର୍ଗ ଦର୍ଶନ କରିବା ଉଦ୍ଦେଶ୍ୟରେ ରଚନା କରିଥିବା 'ବାସକଳା' ପୁସ୍ତକ ସାଧାରଣରେ ବେଶ ଆଦୃତ ହେଉଛି ।ଓଡ଼ିଶାର କଳା,ସଂସ୍କୃତି ଓ ଐତିହ୍ୟ ଉପରେ ଗବେଷଣା କରି ସେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରିଥିଲେ। ଜଣେ ପ୍ରତିଭା ସମ୍ପନ୍ନ ଚିତ୍ର ଶିଳ୍ପୀ ଭାବରେ ତାଙ୍କ ଦ୍ୱାରା ଅଙ୍କିତ ବହୁ ଉପାଦେୟ ଚିତ୍ର ରହିଛି।ସ୍ବର୍ଗତଃ ରଥ ୧୯୬୫ ମସିହା ନଭେମ୍ବର ମାସ ୧୮  ତାରିଖରେ ଦୟାମୟୀ ରଥଙ୍କୁ ବିବାହ କରିଥିଲେ । 

ସ୍ବର୍ଗତଃ ଶ୍ରୀମତୀ ଦୟାମୟୀ ରଥ ୧୯୪୬ ମସିହା ନଭେମ୍ବର ୫ ତାରିଖରେ କଟକ ସହରରେ ଜନ୍ମ ଗ୍ରହଣ କରିଥିଲେ। ଜୀବନ ତମାମ ମହିଳା ସଶକ୍ତିକରଣ ପାଇଁ ଉତ୍ସର୍ଗୀକୃତ ଉଦ୍ୟମ କରିଥିବା ଶ୍ରୀମତୀ ରଥ ଜଣେ ଅଗ୍ରଣୀ ନାରୀ ନେତ୍ରୀ, ସୁନାମଧନ୍ଯ ସମାଜସେବୀ ତଥା ସମାଜ ସଂସ୍କାରକ, ନାରୀ ଶିକ୍ଷାର ଧୂରୀଣ ପ୍ରୋତ୍ସାହକ, ଲିଙ୍ଗ ବୈଷମ୍ୟ ବିରୁଦ୍ଧରେ ଜୋରଦାର ସଙ୍ଘର୍ଷକାରୀ ଏବଂ ନାରୀ ଅଧିକାର ସାବ୍ୟସ୍ତ ସପକ୍ଷରେ ପ୍ରଗଳ୍ଭା ପ୍ରବକ୍ତା ଥିଲେ। ୧୯୯୯ ମସିହାର ମହାବାତ୍ୟା ସମୟରେ ପ୍ରଭାବିତ ଲୋକମାନଙ୍କୁ ତାଙ୍କର ରିଲିଫ ବିତରଣ ଖୁବ୍ ପ୍ରଶଂସନୀୟ ଥିଲା।  ସ୍ୱାମୀ ଇଞ୍ଜିନିୟର ପୂର୍ଣଚନ୍ଦ୍ର ରଥଙ୍କ ସହିତ ଦୟାମୟୀ ସଦା ସର୍ବଦା ଦୁଃଖିରଙ୍କିଙ୍କର ସେବା ପାଇଁ ସମର୍ପିତ ସାଧନା କରି ଆସିଥିଲେ।  ୭୩  ବର୍ଷ ବୟସରେ ୨୦୧୯ ମସିହା ଜୁନ ୨୬ ତାରିଖରେ ଶ୍ରୀମତୀ ରଥଙ୍କର ବିୟୋଗ ଘଟିଥିବା ବେଳେ ପତି ପୂର୍ଣ୍ଣଚନ୍ଦ୍ର ୮୪ ବର୍ଷ ବୟସରେ ୨୦୨୦ ମସିହା ଅକ୍ଟୋବର ୧୫ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ। 

ସମାଜ ପ୍ରତି ରଥ ଦମ୍ପତ୍ତିଙ୍କର ଅମୂଲ୍ୟ ତଥା ଅତୁଳନୀୟ ଯୋଗଦାନର ପରମ୍ପରାକୁ ଜାରି ରଖିବାକୁ ଯାଇ ସେମାନଙ୍କର ସୁଯୋଗ୍ୟ ଦାୟାଦ କନିଷ୍ଠ ପୁତ୍ର ଆବୁଧାବିଠାରେ ଅବସ୍ଥାପିତ ଯନ୍ତ୍ରୀ ପ୍ରଦୀପ କୁମାର ରଥ ଚା ୱାଲା ଭାବରେ ପ୍ରସିଦ୍ଧି ହାସଲ କରିଥିବା ପଦ୍ମଶ୍ରୀ ଉପାଧି ପ୍ରାପ୍ତ ଡି.ପ୍ରକାଶ ରାଓଙ୍କ ଦ୍ୱାରା ମାଗଣାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ କଟକଠାରେ ପ୍ରତିଷ୍ଠିତ 'ଆଶା ଓ ଆଶ୍ୱାସନା' ଅନୁଷ୍ଠାନକୁ ପୌଷ୍ୟ ଭାବରେ ଗ୍ରହଣ କରି ଏହାର ଉତ୍ତୋରତର ଉନ୍ନତି ଦିଗରେ ବ୍ରତୀ ଥିବା ଜଣାଯାଇଛି ।ଏହି ସଭା ଅବସରରେ ସଂସ୍ଥାର ପ୍ରତିନିଧିକୁ ଛାତ୍ରଛାତ୍ରୀମାନଙ୍କର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଦିଗରେ ଗ୍ଯାସ ଷ୍ଟୋଭ ରଥ ପରିବାର ତରଫରୁ ପ୍ରଦାନ କରାଯାଇଥିଲା। ରଥ ପରିବାର ତରଫରୁ ଶ୍ରଦ୍ଧାଞ୍ଜଳି ସଭାରେ ସମ୍ବର୍ଦ୍ଧିତ କରାଯାଇ ଥିବା ବରେଣ୍ୟ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରଶାନ୍ତ ଜଗଦେବ,ନବ କିଶୋର ମଲ୍ଲିକ, ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ,  ରବୀନ୍ଦ୍ର କୁମାର ମହାନ୍ତି, ଡଃ. ଗୌରାଙ୍ଗ ଚରଣ ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାଲିକା ରାୟ, କର୍ପୋରେଟର ଚନ୍ଦ୍ର ଶେଖର ମଲିଆ, ଶିବ ନାରାୟଣ ରାୟ,  ଶିବ ପ୍ରସାଦ ବେହେରା, ବାବୁଲି ସାମନ୍ତ,  ବରିଷ୍ଠ

ସାମ୍ବାଦିକ ଦିଲ୍ଲୀପ କୁମାର ଓଝା, ଇଞ୍ଜିନିୟର ରବୀନ୍ଦ୍ର ନାଥ ମିଶ୍ର, ୱାର୍ଲଡ ଓଡ଼ିଶା ସୋସାଇଟିର ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହେରା ଏବଂ ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ମନସ୍ମିତା ଜେନା ନାୟକ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ରଥ ପରିବାରର ସମ୍ପର୍କୀୟ  ଚଳିତ ବର୍ଷର ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଦୁଇ ମେଧାବୀ ବିଦ୍ୟାର୍ଥୀ ଯଥା ଅଭୀପସା ପତି ଏବଂ ବୈଭବ ତ୍ରିପାଠୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।                       ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା, ଯୁବନେତା ମନୋଜ ନାୟକ, ବରିଷ୍ଠ ସାମ୍ବାଦିକ ଶାରଦା ମହାପାତ୍ର ଓ  ଦୂରଦର୍ଶନର ସମ୍ବାଦ ପାଠକ ବଳଭଦ୍ର ରଥ ପ୍ରମୁଖ ସାମିଲ ଥିଲେ । ପ୍ରସିଦ୍ଧ ଗାୟକ ସୁଶାନ୍ତ କୁମାର ପଣ୍ଡା ଏବଂ ଗାୟିକା ରଶ୍ମିତା ଦାଶ ଏହି ସଭାରେ ସୁମଧୁର ଭଜନ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସ୍ମୃତି ସମାରୋହକୁ ସକ୍ଷମତାର ସହିତ ଆୟୋଜନ ଏବଂ ସଫଳତାର ସହିତ ସମାପନ କରିବାରେ ରଥ ଦମ୍ପତ୍ତିଙ୍କର ଜ୍ୟେଷ୍ଠ ପୁତ୍ର ଶିକ୍ଷାବିତ ଡଃ. ପ୍ରଭାତ କୁମାର ରଥ, କନିଷ୍ଠ ପୁତ୍ର ଯନ୍ତ୍ରୀ ପ୍ରଦୀପ କୁମାର ରଥ, ସୁପୁତ୍ରୀ ଡଃ.  ପଦ୍ମାଳୟା ରଥ, ପୁତ୍ରବଧୁ ପ୍ରିୟମ୍ବଦା ରଥ, ବହ୍ନିପ୍ରଭା ରଥ, ଜାମାତା ଡଃ ଶିବ ନାରାୟଣ ଏବଂ  ନାତି ନାତୁଣୀ  ପ୍ରତ୍ୟୁଷ, ପ୍ରୀତୀଶ , ସିତୁ , ପ୍ରଜ୍ଞା, ପାୟଲ ଏବଂ ନିକ୍କୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026

You Might Also Like