-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
06-Oct-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଳକ ଅନ୍ତର୍ଗତ କୁଇବାହାଲ ସ୍ଥିତ ଶ୍ରୀ ରଣେଶ୍ବର ରାମଚଣ୍ଡୀ ପୀଠରେ କୁଲତା ସମାଜ ପକ୍ଷରୁ ମାଁ ଙ୍କର ବାର୍ଷିକ ପୂଜୋନତ୍ସବ ଅନୁଷ୍ଠିତ ହୋଇଯାଇଛି।ଗାଁ ର ଡୋଲାମଣୀ ପଧାନ ଓ ତାଙ୍କ ଧର୍ମପତ୍ନୀ ସଂଯୁକ୍ତା ପଧାନଙ୍କ ଦ୍ବାରା ୨୧ ତାମ୍ବି ଧାନରେ ପ୍ରସ୍ତୁତ ଜୁଗାରକୁ ଘଣ୍ଟବାଦ୍ୟ ଶୋଭାଯାତ୍ରାରେ ପୀଠକୁ ନେବା ପରେ ପୂଜାର୍ଚନା କରାଯାଇଥିଲା।ଏଥିରେ ବିନିକା ବ୍ଳକର ସମସ୍ତ ଅଞ୍ଚଳରୁ କୁଲତା ସମାଜର ଲୋକେ ଯୋଗଦାନ କରି ରଣେଶ୍ବର ରାମଚଣ୍ଡୀଙ୍କ କୣପାଲାଭ କରିଥିଲେ।ପୀଠ ପୂଜକ ଦେବାର୍ଚ୍ଚନ ଭୋଇ,ସଭାପତି ଡ.ଖଗେଶ୍ୱର ପଧାନ,ସଂପାଦକ ଗୋପୀନାଥ ବିଶ୍ବାଲ,ମୂଖ୍ୟ ଉପଦେଷ୍ଟା ଧନୁ ପଧାନ,କେଶବ ପଧାନ,ପ୍ରସନ୍ନ ବିଶ୍ବାଲ,ହୣଷିକେଶ ସାହୁ,ସୂନୀଲ ସାହୁ ଜୟନ୍ତ ପଧାନ,ଡୋଲାମଣୀ ପଧାନ,ଗଣନାଥ ପଧାନ ଓ ମାଗୁଣି ମାଗୁଣି ପଧାନଙ୍କ ସହ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।