-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||     

HOME   ରାଜ୍ୟ

କଟକରେ ୫୦ହଜାର ଟଙ୍କାରେ ଶିଶୁକନ୍ୟା ବିକ୍ରି ଖବର ପଛର ଅସଲ କାହାଣୀ କ’ଣ ? ପଢନ୍ତୁ ଅସହାୟତାର କରୁଣ କାହାଣୀ

28-Jan-2021



କଟକ (ଦୀପକ କୁମାର ଷଡଙ୍ଗୀ): କଟକରେ ୫୦ହଜାର ଟଙ୍କାରେ ଶିଶୁକନ୍ୟା ବିକ୍ରି ଖବର ପଛର ଅସଲ କାହାଣୀ କ’ଣ , ବୁଝିବାକୁ ଚେଷ୍ଟା କରିଥିଲା ନ୍ୟୁଜ୍‌ ୭ଟିମ୍‌ । ତେବେ ପରିବାର ଲୋକେ ଶିଶୁକନ୍ୟା ବିକ୍ରି କଥାକୁ ଅସ୍ବିକାର କରିଥିବା ବେଳେ ସାମ୍ନାକୁ ଆସିଛି ଅସହାୟତାର କରୁଣ କାହାଣୀ । ଯାହାକୁ ଆମ ବ୍ୟବସ୍ଥା, ଆମ ପ୍ରଶାସନ ଗୁରୁତର ସହ ବୁଝିବା ଦରକାର ।

କଟକରୁ ଗୋଟେ ବ୍ରେକିଂ ନ୍ୟୁଜ୍‌ ଆସିଲା । ୫୦ହଜାର ଟଙ୍କାରେ ବିକ୍ରି ହୋଇଛି ଶିଶୁକନ୍ୟା । ଏହି ଖବର ପଛର ମୂଳ ସହ ଜଡ଼ିତ ଦୁଇ ଚରିତ୍ର ବନିତା ଆଉ ତାଙ୍କ ସ୍ବାମୀ କୈଳାଶ ନାୟକ ଆମ ପାଇଁ ନୂଆ ନଥିଲେ । କାରଣ ଗଲାବର୍ଷ ଅର୍ଥାତ୍‌ ୨୦୨୦ ଜୁଲାଇ ୧୦ରେ ନ୍ୟୁଜ୍‌ ୭ ଏହି ଶିଶୁକନ୍ୟାର ଅସହାୟ ଦମ୍ପତ୍ତିଙ୍କ ଖବର ପ୍ରଶାରଣ କରିଥିଲା ।ସେମାନଙ୍କ ଅଭାବ ଅସୁବିଧା ପ୍ରସଙ୍ଗକୁ ସ୍ଥାନୀୟ ଜନପ୍ରତିନିଧିଙ୍କ ନଜରକୁ ଆଣିବାକୁ ଚେଷ୍ଟା କରିଥିଲା । ତଥାପି ନା’ ନେତା ନା’ ପ୍ରଶାସନ କେହି ଏଥିପ୍ରତି ଦୃଷ୍ଟି ଦେଇନଥିଲେ ।

କଟକ କାଠଯୋଡ଼ି ବିହାର ବସ୍ତିରେ ଧୁଳିଧୁଷର ହୋଇ ବୁଲୁଛନ୍ତି ୪ ଝିଅ । ଏମାନେ ସମସ୍ତେ ହେଉଛନ୍ତି  ଶିଶୁକନ୍ୟା ବିକ୍ରି ଅଭିଯୋଗ ଆସିଥିବା ଶିଶୁକନ୍ୟାର ମାଆ ବନିତାଙ୍କ ସନ୍ତାନ । ଘରର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନଥିବା ବେଳେ ଏକ ଦୁର୍ଘଟଣାର ଶିକାର ବନିତା ଓ ତାଙ୍କ ସ୍ବାମୀ ଏବେ ଅକର୍ମଣ୍ୟ । ରୋଜଗାର ବୋଲି କିଛି ନାହିଁ । ଏମିତିରେ ୪ ଚାରିଟା ସନ୍ତାନଙ୍କ ଲାଳନପାଳନ ଦାୟିତ୍ବ । କେମିତି ଏହି ପିଲାମାନଙ୍କୁ ପାଳିବେ ତାକୁ ନେଇ ସନ୍ଦିହାନ୍‌ ହୋଇପଡ଼ିଛନ୍ତି ବନିତା ଓ ତାଙ୍କ ସ୍ବାମୀ । ସାହି ପଡ଼ିଶା ହାତଟେକି କେହି କିଛି ଖାଦ୍ୟ ଦେଲେ ପିଲାଙ୍କ ପେଟରେ ପଡ଼େ, ନହେଲେ ଉପାସରେ ଦିନ କଟେ ।

କେତେ ଦିନ ଏମିତି ଅଭାବ ଅନଟନ ଭିତରେ ଚଳିବେ ତା’ର ବି କିଛି ହିସାବ ନାହିଁ । ଏମିତିରେ ପିଲାଙ୍କ ପେଟର ଭୋକ ଏହି ଦମ୍ପତ୍ତିଙ୍କୁ ଡହଳ ବିକଳ କରୁଛି । ପିଲା ପାଳିବାକୁ ଅସହାୟ ବନିତା ଶେଷରେ ଏକ ଶିଶୁକନ୍ୟାକୁ ଅନ୍ୟ ହାତରେ ଟେକିଦେବାକୁ ବାଧ୍ୟ ହୋଇଥିଲେ । ଭାବିଥିଲେ ତାଙ୍କ ପାଖରେ ଭୋକ ଉପାସରେ ରହୁଥିବା ଶିଶୁକନ୍ୟା ପରଘରେ ଅନ୍ତତଃ ଖାଦ୍ୟ ଟିକେ ତ ପାଇବ । କୌଣସି ଟଙ୍କା ଲୋଭରେ ସେ ତାଙ୍କ ଶିଶୁକନ୍ୟାକୁ ବିକ୍ରି କରିନାହାନ୍ତି । ବରଂ ନିଜର ଅସହାୟତା ପାଇଁ  ଅନ୍ୟ ଉପରେ ଭରସା କରିବାକୁ ବାଧ୍ୟ ହୋଇଛନ୍ତି ।     

ନିଜ ଅସହାୟତା ପାଇଁ ପରହାତକୁ ନିଜ ସନ୍ତାନକୁ ଟେକି ଦେବାକୁ ବାଧ୍ୟ ହୋଇଥିଲେ ଏହି ଦମ୍ପତ୍ତି । ପୂର୍ବରୁ ଯେତେବେଳେ ନ୍ୟୁଜ୍‌ ୭ ଏହି ଅସହାୟ ପରିବାରର କାହାଣୀ ଦେଖାଇଥିଲା, ପ୍ରଶାସନର ସହାୟତା ଲୋଡ଼ିଥିଲା, ସେତେବେଳ ଯଦି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇଥାନ୍ତା, ତାହେଲେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା । ସରକାରଙ୍କ ମାଳ ମାଳ ଗରିବ କଲ୍ୟାଣ ଯୋଜନା ଥିବା ସତ୍ବେ କାହିଁକି ଏହା ବନିତା ଓ କୈଳାଶଙ୍କ ଭଳି ଅସହାୟଙ୍କ ପାଖରେ ପହଞ୍ଚୁନି ତାହା ହିଁ ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026

You Might Also Like