-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
24-Sep-2025
ବଲାଙ୍ଗୀର (ମନୋଜ କୁମାର ଜୈନ) ଅଗ୍ରସେନ ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ ରାଜା ଖରିଆର ସହର ସ୍ଥିତ ଅଗ୍ରସେନ ଭବନ ଠାରେ ଅଗ୍ର ବଂଶର ସିରୋମଣି ମହାରାଜା ଶ୍ରୀ ଅଗ୍ରସେନଜୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇ ଯାଇଛି।ପ୍ରଥମେ ଅଗ୍ରସେନ ମହାରାଜାଙ୍କ ଫଟୋଚିତ୍ରରେ ଅତିଥିବୃନ୍ଦ ଦୀପ ପ୍ରଜ୍ବଳନ କରିଥିଲେ । ଆଯୋଜକ କମିଟିର ଅଧ୍ୟକ୍ଷ ନିଖିଲ ଅଗ୍ରୱାଲଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଲା । ସମାଜସେବୀ ଓମପ୍ରକାଶ ଅଗ୍ରୱାଲ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମାଜସେବୀ ପିତାମ୍ବର ଗୁପ୍ତା ମୁଖ୍ଯ ବକ୍ତା ଭାବେ ଯୋଗଦେଇ ଥିଲେ। ସମାଜ ଓ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଗୁଡିକ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଆଯୋଜିତ ବିଭିନ୍ନ ପ୍ରତିଯୋଗିତାମାନଙ୍କୁ କୃତ ପ୍ରତିଯୋଗୀମାନଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ।