-+91-9937148622 |
prerana_bgr@rediffmail.com |
Tuesday 23rd June 2026 |
R.N.I. Regd No. ODIODI/2010/46693
Breaking News
24-Sep-2025
ତୁଷୁରା (ପଞ୍ଚାନନ ନାଏକ) ମାରୱାଡି ସମ୍ମିଳନ ପକ୍ଷରୁ ବଲାଙ୍ଗୀର ଜିଲ୍ଲା ତୁଷୁରା ସହର ସ୍ଥିତ କେଡିଆ ଭବନ ଠାରେ ଅଗ୍ର ବଂଶର ସିରୋମଣି ମହାରାଜା ଶ୍ରୀ ଅଗ୍ରସେନଜୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇ ଯାଇଛି।ପ୍ରଥମେ ଅଗ୍ରସେନ ମହାରାଜାଙ୍କ ଫଟୋଚିତ୍ରରେ ଅତିଥିବୃନ୍ଦ ଦୀପ ପ୍ରଜ୍ବଳନ କରିବା ସହ ଅଞ୍ଜୁ ଜୈନ ଓ ସୋନମ କେଡିଆଙ୍କ ଦ୍ବାରା ଅଗ୍ରେସନ ମହାରାଜାଙ୍କ ଆରତୀ ସଂଗୀତ ଗାନ କରାଯାଇ ଥିଲା। ମାରୱାଡି ସମ୍ମିଳନ ଅଧ୍ୟକ୍ଷ ଚନ୍ଦ୍ରଭାନ ଜୈନଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବତନ ଉତ୍କଳ ପ୍ରାନ୍ତୀୟ ମାରୱାଡି ସମ୍ମିଳନର ଅଧ୍ୟକ୍ଷ ଗୋବିନ୍ଦ ରାମ ଅଗ୍ରୱାଲ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିଲେ। ବରପାଲିର ମାରୱାଡି ମହିଳା ସମିତିର ଉପାଧ୍ୟକ୍ଷା କିରଣ ଅଗ୍ରୱାଲ ମୁଖ୍ଯ ବକ୍ତା ଭାବେ ଯୋଗଦେଇ ଥିବା ବେଳେ ଉତ୍କଳ ପ୍ରାନ୍ତୀୟ ମାରୱାଡି ସମ୍ମିଳନର ଉପସଭାପତି ଦୀନଦୟାଲ କେଡିଆ ଓ ବରପାଲି ମାରୱାଡି ମହିଳା ସମିତିର ଅଧ୍ୟକ୍ଷା ସନ୍ତୋଷ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ସଞ୍ଜୟ କୁମାର ଜୈନ ମଞ୍ଚ ପରିଚାଳନ କରିଥିବା ବେଳେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନର ଉପସଭାପତି ଦୀନଦୟାଲ କେଡିଆ ଧନ୍ୟବାଦ ଅର୍ପଣ କରିଥିଲେ। ଦଶମ ଶ୍ରେଣୀର ଛାତ୍ରୀ ଆରଧ୍ୟା ଅଗ୍ରୱାଲ ଓଡିଶୀ ନୃତ୍ଯ ପରିବେଷଣ କରିଥିବା ବେଳେ ଉପସ୍ଥିତ ଦର୍ଶକ ମନ୍ତ୍ରମୁଗ୍ଧ ହୋଇ ଯାଇଥିଲେ । ଏହି ଉପଳକ୍ଷେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିବା ବେଳେ କୃତ ପ୍ରତିଯୋଗୀମାନଙ୍କ ଅତିଥିବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ସମାଜର ବିଭିନ୍ନ ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ଉପଢୌକନ ଓ ମେମେଣ୍ଟୋ ଦେଇ ସମ୍ମାନିତ କରାଯାଇ ଥିବା ବେଳେ ଅତିଥିବୃନ୍ଦଙ୍କୁ ଉତ୍ତରୀୟ ଓ ସ୍ମୃତି ଚିହ୍ନ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା।