-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||     

HOME   ଜିଲ୍ଲା

ମହାରାଷ୍ଟ୍ର ର ପୁନେସ୍ଥିତ ପାଷାଣ ର ଏରୋମି ଠାରେ ନୂଆଁଖାଇ ଭେଟଘାଟ-2025 ବଡ ଧୁମଧାମ ରେ ପାଳିତ

23-Sep-2025



ବଲାଙ୍ଗୀର, (ବିନୋଦ ଦୀପ) ଗତ ସେପ୍ଟେମ୍ବର 21 ତାରିଖ ରବିବାର ଦିନ ମହାରାଷ୍ଟ୍ର ର ପୁନେ ସ୍ଥିତ ପାଷାଣ ର ଏରୋମି ଠାରେ  ନୂଆଁଖାଇ ଭେଟଘାଟ-2025 ବଡ ଧୁମ ଧାମ ରେ ପାଳିତ ହୋଇଯାଇଅଛି l ଏହି ପର୍ବରେ ରଙ୍ଗ ବେରଙ୍ଗର ପାରମ୍ପରିକ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ସହର ରେ ଥିବା ପ୍ରବାସୀ ଓଡିଶା ବାସି ଏକତ୍ର ହୋଇ ବହୁତ ଉଲ୍ଲାସ ଉଦ୍ଦୀପନା  ଏବଂ ହସଖୁସି ରେ ନୂଆଁଖାଇ ପାଳନ କରିଥିଲେ l ସର୍ବପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମଁl ସମଲେଶ୍ୱରୀ ଙ୍କୁ ପୂଜାଅର୍ଚନା କରି ତଥା ଓଡିଶାରୁ ଆଣିଥିବା ନୂଆଧାନ ର ଭୋଗ ଲଗାଇ ଉପସ୍ଥିତ ଥିବା ସମସ୍ତେ ଏକତ୍ର ତଳେ ବସି ଭୋଗ ଖାଇଥିଲେ l  ଦିନ 10 ଟାରୁ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା | ଏହା ପରେ ସଦସ୍ୟ ଓ ସଦସ୍ୟ ମାନେ ସମବେତ ଭଜନ ସଂଗୀତ ପରିବେଷଣ କରିଥିଲେ ଏବଂ କୁନି କୁନି ପିଲା ତଥା ବଡ ମାନଙ୍କ ଦ୍ୱାରା ନାଚ,ଗୀତ ଓ ସଙ୍ଗୀତ ପର୍ବ କୁ ଉତ୍ସବ ମୁଖର କରିଥିଲା l ପାରମ୍ପାରିକ ଲୋକଗୀତ ଓ ବାଦ୍ୟର ତାଳେ ତାଳେ ଉପସ୍ଥିତ ଜନସାଧାରଣଙ୍କ ସମ୍ବଲପୁରୀ ନାଚ ଏକ ଅଦ୍ଭୁତ ପରିବେଶ  ସୃଷ୍ଟି କରିଦେଇଥିଲା l ଏହି ମଂଚ ରେ ଯୋଗଦାନ କରିଥିବା ବ୍ୟକ୍ତି ମାନେ ନିଜ ନିଜ ମଧ୍ୟରେ ଭାବ ର ଆଦାନପ୍ରଦାନ କରିଥିଲେ l କୁନି କୁନି ପିଲାମାନଙ୍କ ମଧ୍ୟରେ  ଅନୁଷ୍ଠିତ ହୋଇଥିବା ଚିତ୍ର ,ନାଚ, ସଂଗୀତ  ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା କୁନି ପିଲାମାନଙ୍କୁ ପୁରସ୍କାର ବିତରଣ କରାଗଲା l ମଧ୍ୟାହ୍ନ ଅବସରରେ ସୁସ୍ୱାଦୁ ଶୁଦ୍ଧ ଓଡ଼ିଆ ଖାଦ୍ୟ  ଯଥା ଖିରି,ପୁରି,ଲେଥା (କରଡ଼ି ଆମ୍ବିଳ), ଆରିଷା, ରସଗୋଲା,  କଙ୍କଡୋ ଭଜା ଓ ବିରି ବରା, ଆଳୁଚପ, ଚଣା ଝୋଲ (ଘୁଗୁନି),ଭାତ,ଡାଲି ,ପୋଟଳ କସା ଜନସାଧାରଣା ଙ୍କ ମନ ମୋହି ନେଇଥିଲା l ଓଡ଼ିଆ ବାହାରେ ନୁଆଁଖାଇ ପାଳନ କରିବାରେ ପୁନେ ହେଉଛି ଦିଲ୍ଲୀ ପରେ  ଦ୍ୱିତୀୟ ସହର, ଏହି 2007 ମସିହାରୁ ଦୀର୍ଘ 19 ବର୍ଷ ହେବ ଏହି ପର୍ବ ପାଳନ କରି ଆସୁଛନ୍ତି l ନିବେଦିତା, ବନ୍ଦିତା, ଅମୃତା, ଉମାକାନ୍ତ, ବେଣୁଧର, ସ୍ୱାଧୀନ, ନରେନ, ଶିବାଶିଷ, ରବି, ଦିଲୀପ ଓ ସରୋଜ  ପ୍ରମୁଖ  ସଦସ୍ୟ ମାନେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମକୁ  ଚଳିତ ବର୍ଷ ସୁଚାରୁ ରୂପେ ପରିଚାଳନା କରିଥିଲେ l ଏହି ପର୍ବ ରେ ପୂର୍ବ ବର୍ଷ ମାନଙ୍କ ଅପେକ୍ଷା ପ୍ରବଳ ଜନସମାଗମ ହୋଇଥିଲା l ପରିଶେଷରେ  ଚାହା, ପକୁଡି  ଓ ସିଙ୍ଗଡ଼ା ସାଙ୍ଗକୁ ସମ୍ବଲପୁରୀ ନାଚ  ଓ ସଂଗୀତ ଧୂନ ରେ ସମସ୍ତ ଜନସାଧାରଣ ଝୁମି ଉଠିଥିଲେ l ବନ୍ଧୁତା ଓ ଭାଇଚାରା ର ବନ୍ଧନରେ ବାନ୍ଧି ରଖିଥିବା ନୁଆଁଖାଇ ପର୍ବ ପୁନେ ରେ ସଫଳତା ର ସହ ପରିଚାଳନା କରିଥିବାରୁ ଯୋଗ ଦେଇଥିବା ଜନସାଧାରଣ ଭୁୟସୀ ପ୍ରଶଂସା କରିଥିଲେ ଏବଂ ଆଗାମୀ ଦିନ ମାନଙ୍କରେ ଓଡ଼ିଶାର ବିଭିନ୍ନ ପର୍ବ ପର୍ବାଣୀ ପାଳନ କରିବା ପାଇଁ ଇଛା ବ୍ୟକ୍ତ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026

You Might Also Like