-+91-9937148622 |
prerana_bgr@rediffmail.com |
Sunday 1st November 2026 |
R.N.I. Regd No. ODIODI/2010/46693
Breaking News
23-Sep-2025
ଦେଓଗାଁ(ପ୍ରେରଣା ଖବର): ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ, ଦେଓଗାଁର ରାଷ୍ଟ୍ରୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଦ୍ବାରା ଆୟୋଜିତ ସପ୍ତାହବ୍ୟାପୀ ଜାତୀୟ ସ୍ବତନ୍ତ୍ର ସେବା ଶିବିରର ସମାପନୀ ସମାରୋହ ଆଜି ବିବତ୍ ଆୟୋଜିତ ହେଲା।ଏହି ସମାରୋହରେ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧୂକାରୀ ଆଶିଷ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ବିଶେଷ ସଭା ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର କାର୍ଯ୍ୟବହୀ ଅଧ୍ଯକ୍ଷା ମଞ୍ଜରୀ ପୋଢ଼ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ, ଛାତ୍ରଛାତ୍ରୀ ଏବଂ ସେବକମାନଙ୍କୁ ଏନ୍ଏସ୍ଏସ୍ର କାର୍ଯ୍ୟକାରିତା ଓ ସାମାଜିକ ସେବାର ମହତ୍ତ୍ବ ବିଷୟରେ ପ୍ରେରଣାଦାୟକ ଉଦ୍ବୋଧନ ରଖିଥିଲେ।ସମାରୋହରେ ବାଣିଜ୍ୟ ବିଭାଗର ଅଧ୍ୟାପକ ରିତିକ ମେହେର ଓ ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପିକା ଆକାଂକ୍ଷା ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗଦେଇ, ସପ୍ତାହବ୍ୟାପୀ ଶିବିରର ବିଭିନ୍ନ କାର୍ଯ୍ୟକଳାପ ଓ ସେରୁ ଛାତ୍ରଛାତ୍ରୀମାନେ ନେଇଥିବା ସାମାଜିକ ସନ୍ଦେଶ ସମ୍ବନ୍ଧରେ ଆଲୋଚନା କରିଥିଲେ। ସମାପନୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ସହ ବହୁ ସଂଖ୍ୟକ ଏନ୍ଏସ୍ଏସ୍ ସେବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।