-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
10-Oct-2020
ବରଗଡ଼ ,୧୦/୧୦-: ବରପାଲି-ବରଗଡ଼ ସରସରା ନିକଟସ୍ଥ ଧନବାର ପେଟ୍ରୋଲ ପମ୍ପ ଠାରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଆଜି ଅପରାହ୍ନ ୧୨ଟା ସମୟରେ ଏହି ଘଟଣା ଘଟିଥିବା ବେଳେ ବୁଲେଟରେ ଥିବା ୩ଜଣଙ୍କ ମଧ୍ୟରୁ ୨ଜଣଙ୍କ ଚେତା ଆସି ନାହିଁ । ବୁଲେଟରେ ଯାଉଥିବା ୩ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ନାମ ହୃଷିକେଶ ଖଡିଆ ଓ ସେ ଅତାବିରା ବ୍ଲକର ଖଡିଆଟିକ୍ରା ଅଞ୍ଚଳର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହାତ ମାନଙ୍କୁ ଡାକ୍ତରଖାନାକୁ ପହଞ୍ଚାଇଥିଲା ।