-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ଲିଟିସର୍ଗି ପଞ୍ଚାୟତରେ ନାରୀ ଅଦାଲତ କମିଟି ଗଠନର ଗ୍ରାମସଭା

19-Sep-2025



ନୂଆପଡ଼ା / ବୋଡ଼େନ  (ରାମନାଥ ପଣ୍ଡା)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଲିଟି ସର୍ଗି ଗ୍ରାମ ପଞ୍ଚାୟତରେ ବୋଡ଼େନ ବ୍ଲକ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ରଣାଙ୍କ ଅଧ୍ୟକ୍ଷତାରେ ନାରୀ ଅଦାଲତ କମିଟି ଗଠନର ଏକ ବିଶେଷ ଗ୍ରାମ ସଭା ଆୟୋଜିତ ହୋଇଥିଲା । ଗ୍ରାମ ସଭାରେ ବି ଡି ଓ ସୁଶାନ୍ତ କୁମାର ରଣାଙ୍କ ସମେତ ସରପଂଚ ମିନତି ନନ୍ଦ, ଜିଲ୍ଲା ମିଶନ କୋର୍ଡିନେଟର ଆଶିଷ ରଞ୍ଜନ ଖମାରୀ,ଜେଣ୍ଡର ସ୍ପେସିଆଲିଷ୍ଟ ସଞ୍ଜୟ କୁମାର ବନ୍ଧିଛୋର, ଏସ୍ପାଇରେଶନାଲ ବ୍ଲକ ଫେଲୋ ରାକେଶ କୁମାର ଷଡଙ୍ଗୀ,ନାଏବ ସରପଞ୍ଚ ବଳରାମ ବାଗ,ସମାଜ ସେବୀ ବାଞ୍ଛାନିଧି ଜାଲ,ଚଉବନ ମାଝୀ,ବିଭିନ୍ନ ୱାର୍ଡର ୱାର୍ଡ ସଭ୍ୟା,ପଞ୍ଚାୟତ ନିର୍ବାହୀ ଅଧିକାରୀ ନମିତା ସାହୁ ପ୍ରମୁଖ ମଞ୍ଚଷିନ ଥିଲେ ।ଗ୍ରାମ ସଭାର ଉଦ୍ଦେଶ୍ୟ ଥିଲା - ନାରୀ ଅଦାଲତ ପାଇଁ ସଦସ୍ୟା ମାନଙ୍କର ଚୟନ,ପରିଚୟ ଓ ନାମାଙ୍କନ କରିବା ।ନାରୀ ଅଦାଲତ " ସମ୍ବଳ" ଯୋଜନାର ଅନ୍ତର୍ଗତ ଥିବା ମିଶନ ଶକ୍ତିର ଏକ ଉପ ଯୋଜନା ଯାହା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଭାରତ, ସରକାରଙ୍କ ଦ୍ଵାରା ପରିଚାଳିତ ।ଏହି ଅବସରରେ ଜିଲ୍ଲା ମିଶନ କୋର୍ଡିନେଟର ଆଶିଷ ରଞ୍ଜନ ଖମାରୀ ନାରୀ ଅଦାଲତର ଲକ୍ଷ୍ୟ,ଉଦ୍ଦେଶ୍ୟ ଓ ଦାୟୀତ୍ୱ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।ଏହି ପଦକ୍ଷେପ ତୃଣମୂଳ ସ୍ତରରେ ମହିଳାଙ୍କ ପାଇଁ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପ୍ରତିବିମ୍ବିତ କରୁଛି ।ଆଜି ୯ ଜଣିଆ କମିଟି ଗଠନ ହୋଇଛି, ପଞ୍ଚାୟତରେ ଦେଖା ଦେଉଥିବା ବିଭିନ୍ନ ପ୍ରକାର ନାରୀ ନିର୍ଯାତନାର ସମାଧାନ କରିବା ଦିଗରେ ଏହି କମିଟି କାମ କରିବ ।ଗାଁର ସମସ୍ୟା ଅନ୍ୟ କୌଣସି ଅଦାଲତକୁ ନ ଯାଇ ଗାଁ ରେ ସମାଧାନ ହେବାକୁ ଆଜିର ଏହି ଅଦାଲତ କମିଟି କାର୍ଯ୍ୟ କରିବ ।  ସୂଚନା ଥାଉକି ଏହି କାର୍ଯ୍ୟକ୍ରମ ଆମ ରାଜ୍ୟର ୧୦ ଟି ଆକାଂକ୍ଷୀ ଜିଲ୍ଲା ଅନ୍ତର୍ଗତ ଆକାଂକ୍ଷୀ ବ୍ଲକର ୧୦ ଟି ପଞ୍ଚାୟତରେ ପାଇଲଟ୍ ପ୍ରକଳ୍ପ ଭାବରେ ହାତକୁ ନିଆଯାଇଛି ଯେଉଁଥିରେ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଲିଟିସର୍ଗୀ ପଞ୍ଚାୟତକୁ ଚୟନ କରାଯାଇଛି ।ଆଜିର କାର୍ଯ୍ୟକ୍ରମରେ ବ୍ୟାଙ୍କ୍ ମିତ୍ର ସବିତା ବାଗ,ଏମ ବି କେ ଚମ୍ପା ବାଗ,ଜି ଆର ଏସ ଡାଇନା ତାଣ୍ଡି,ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ମହିଳା,ଏସଚଜି ମହିଳା,ମିଶନ ଶକ୍ତିର ବିଭିନ୍ନ କ୍ୟାଡ଼ର,ଆଙ୍ଗନ୍ ୱାଡି କର୍ମୀ,ବୁଦ୍ଧି ଜିବୀ,ସାଧାରଣ ଜନତା ଉପସ୍ଥିତ ଥିଲେ । ଏସ୍ପାଇରେଶନାଲ ବ୍ଲକ ଫେଲୋ ରାକେଶ କୁମାର ଷଡଙ୍ଗୀ ମଞ୍ଚ ପରିଚାଳନା କରିବା ସହିତ  ଧନ୍ୟବାଦ୍ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like