-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
19-Sep-2025
ବଲାଙ୍ଗୀର(ପ୍ରେରଣା ଖବର): ଆଜି ବଲାଙ୍ଗିର ଜିଲ୍ଲାର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗ ଠାରେ ପ୍ରୋଗ୍ରାମ ଅଫିସର ଡ. ଲକ୍ଷ୍ମଣ ମେହେରଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଅନୁଷ୍ଠିତ ହୋଇ ଯାଇଛି l ସେପ୍ଟେମ୍ବର ଏହା ୧୯ ରୁ ୨୫ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରରେ ୫୦ଜଣ ସ୍ବେଛାସେବୀ ସାମିଲ ହୋଇ ପୌଷ୍ୟ ଗ୍ରାମ୍ୟ ବୁରୋମୁଣ୍ଡା ଏବଂ କଲେଜ
କେମ୍ପସର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବେ l ବୁରୋମୁଣ୍ଡା ଗ୍ରାମରେ ବୃକ୍ଷର ମହତ୍ତ୍ୱ ଓ ପରିବେଶ ସନ୍ତୁଳନ ଉପରେ ସ୍ବେଛାସେବୀମାନେ ଲୋକଙ୍କ ନିକଟକୁ ଯାଇ ସଚେତନ କରିବେ l ଆଜିର କାର୍ଯ୍ୟକ୍ରମରେ ସଂସ୍କୃତ
ଅଧ୍ୟାପକ ଅନନ୍ତ କୁମାର ଆର୍ଯ୍ୟ ଅତିଥି ଭାବେ ଯୋଗଦେଇ ପିଲାଙ୍କୁ ଉଦବୋଧନ ରଖିଥିବା ବେଳେ ସ୍ବେଛାସେବୀ ନେତ୍ର ରଞ୍ଜନ ବରିହା ପିଲାଙ୍କୁ ଶୃଙ୍ଖଳିତ ଭାବେ କାମ କରିବା ପାଇଁ ପ୍ରରୋଚନା ଦେଇଥିଲେ l